Advertisement
Posted inଜାତୀୟ

ଅତିକ୍ରମଣ ହଟାଇବାକୁ ଆସିଥିବା ଅଧିକାରୀଙ୍କୁ ବିରୋଧ କରି ନିଜକୁୁ ଘରେ ବନ୍ଦ କରି ନିଆଁ ଲଗାଇଲେ ମହିଳା…

ଗାଜିଆବାଦ,୧୫।୧୧ : ଗାଜିଆବାଦର ଖୋଡା ଅଞ୍ଚଳରେ ଦୁଇଜଣ ମହିଳା ଅତିକ୍ରମଣ ହଟାଇବାକୁ ଆସିଥିବା ଅଧିକାରୀଙ୍କୁ ବିରୋଧ କରି ନିଜକୁୁ ଘରର ଗୋଟିଏ କୋଠରୀରେ ତାଲା ପକାଇ କୋଠରୀରେ ନିଆଁ ଲଗାଇ ଦେଇଥିଲେ। ପୋଖରୀରୁ ବେଆଇନ ଅତିକ୍ରମଣ ହଟାଇବାକୁ ମ୍ୟୁନିସିପାଲିଟି ଟିମ ଏଠାକୁ ଆସିଥିଲେ।

ଦଳ ସହିତ ପୋଲିସ ମଧ୍ୟ ଉପସ୍ଥିତ ଥିଲେ ଏବଂ ଅନ୍ୟ କର୍ମଚାରୀ ମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ମୁନି ଏବଂ ଅନୀତା ନାମକ ଦୁଇଜଣ ମହିଳା ଏକ କୋଠରୀରେ ତାଲା ପକାଇ କୋଠରୀରେ ନିଆଁ ଲଗାଇ ଦେଇଥିଲେ। ଅତିକ୍ରମଣ ହଟାଇଲେ ମହିଳାମାନେ ନିଜକୁ ନିଆଁରେ ଜାଳିଦେବାକୁ ଧମକ ଦେଇଥିଲେ।

ଅନେକ ଲୋକ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କୁ କୋଠରୀରୁ ବାହାରକୁ ଆସିବାକୁ କହିଥିଲେ। କିନ୍ତୁ ସେମାନେ ଏଥିରେ ରାଜି ହୋଇ ନ ଥିଲେ ଏବଂ ଅଧିକାରୀମାନଙ୍କୁ ଧମକ ଦେଉଥିବାର ଦେଖାଯାଇଥିଲା। ସେମାନେ କହିଥିଲେ ଯେ ଯଦି କେହି ବଳପୂର୍ବକ କୋଠରୀରେ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି କିମ୍ବା ଅତିକ୍ରମଣ ହଟାଯାଏ ତେବେ ସେମାନେ ନିଜ ଦେହରେ ନିଆଁ ଲଗାଇ ଦେବେ। ମୁନି ଏବଂ ଅନୀତା ବନ୍ଦ କୋଠରୀର ଝରକା ପାଖରେ ଠିଆହୋଇ ଏଭଳି କହିଥିଲେ। ସେମାନଙ୍କ କାର୍ଯ୍ୟକଳାପ ଦେଖି ମ୍ୟୁନିସିପାଲିଟି ଦଳକୁ ଅତିକ୍ରମଣ ନ ହଟାଇ ଫେରିବାକୁ ପଡିଲା।

ପୌରପାଳିକାର ନାଏବ ତହସିଲଦାର ପ୍ରତୀତ କୁମାରଙ୍କ ଅନୁଯାୟୀ ଲୋକମାନେ ଏଠାରେ ଥିବା ସରକାରୀ ପୋଖରୀରେ ଅତିକ୍ରମଣ କରିଥିଲେ। ଯାହାର ଅପସାରଣ ପ୍ରକ୍ରିୟା ଚାଲିଛି। କିନ୍ତୁ ମହିଳାମାନେ ସେମାନଙ୍କର ଜିଦ ଅଟଳ ରହିବାରୁ ସମଗ୍ର କାମ ବନ୍ଦ କରିବାକୁ ପଡ଼ିଥିଲା। ଯେତେବେଳେ ମହିଳାମାନଙ୍କୁ କୁହାଯାଇଥିଲା ଯେ ଅଧିକାରୀମାନେ ଯାଉଛନ୍ତି, ଏବେ ସେମାନେ ବାହାରକୁ ଆସନ୍ତୁ। କିନ୍ତୁ ସେମାନେ ବାହାରକୁ ଆସିବାକୁ ମନା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ମଡ଼କ: ତେଜିଲା ରାଜନୀତି

ଜୟପୁର/ନୂଆଦିଲ୍ଲୀ,୩ା୧:ରାଜସ୍ଥାନର କୋଟା ହସ୍ପିଟାଲରେ ଶିଶୁ ମଡ଼କକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଏହି ପ୍ରସଙ୍ଗରେ ରାଜ୍ୟରେ କ୍ଷମତାସୀନ ଗେହଲଟ ସରକାରଙ୍କୁ ଭାଜପା ଏବଂ ବିଏସ୍‌ପି ଟାର୍ଗେଟ...

କେନ୍ଦ୍ର ସରକାରଙ୍କ ସତ୍ୟପାଠ, ଓ୍ବାର୍କ ଫ୍ରମ୍‌ ହୋମ୍‌ ସମ୍ଭବ ନୁହେଁ…

ନୂଆଦିଲ୍ଲୀ,୧୭।୧୧: ଦିଲ୍ଲୀ ଏନସିଆର ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି ଯେ ସର୍ବୋଚ୍ଚ ଅଦାଲତଙ୍କ...

ସିବିଆଇରେ ହାଜର ହେଲେନି ରାଜୀବ କୁମାର

କୋଲକାତା,୨୭।୫: କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାର ସୋମବାର ସିବିଆଇରେ ହାଜର ହୋଇ ନ ଥିବା ଜଣାପଡ଼ିଛି। ସକାଳ ୧୦ଟାରେ ତାଙ୍କୁ ହାଜର ହେବାକୁ...

ମତୁଆ ସମ୍ପ୍ରଦାୟର ମନ୍ଦିର ଦର୍ଶନ ପରେ ଭୋଜନ କଲେ ଶାହା

କୋଲକାତା, ୬।୧୧: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବେ ମିଶନ ପଶ୍ଚିମବଙ୍ଗରେ। ଶୁକ୍ରବାର ତାଙ୍କ ଗସ୍ତର ଦ୍ୱିତୀୟ ଦିନ ହୋଇଥିବା ବେଳେ ସକାଳେ ସେ ଦକ୍ଷିଣେଶ୍ୱରୀ କାଳୀଙ୍କୁ...

ସିଏଏ ବିରୋଧୀ ବିକ୍ଷୋଭ ବେଳେ ଦିଲ୍ଲୀରେ ଗୁଳିକାଣ୍ଡ

ନୂଆଦିଲ୍ଲୀ,୨ା୨: ଦିଲ୍ଲୀର ଶାହିନ୍‌ବାଗ୍‌ଠାରେ ସିଏଏକୁ ବିରୋଧ କରି ବିକ୍ଷୋଭ ଚାଲିଥିବାବେଳେ ଶନିବାର ଗୁଳିକାଣ୍ଡ ଘଟିଛି। ଗୁଳି ଫୁଟାଇଥିବା ଯୁବକଙ୍କୁ ପୋଲିସ ଗିରଫ କରିଥିବାବେଳେ କେହି ମୃତାହତ...

ପୁଣି ରେକର୍ଡ କଲା କରୋନା: ୨୪ ଘଣ୍ଟାରେ ୭୮ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୩୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଜାରି ରହିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।...

ବଢୁଛି କରୋନା: ସତର୍କ ରହିବାକୁ ୫ ରାଜ୍ୟକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ,୪।୬: ଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ତାମିଲନାଡୁ, କେରଳ, ତେଲଙ୍ଗାନା, କର୍ଣ୍ଣାଟକ ଓ...

ସିଏଏକୁ ନେଇ ମୋଦିଙ୍କୁ ଧନ୍ୟବାଦ ଦେବାକୁ ଲେଖାହେଲା ୫.୫ ଲକ୍ଷ ଚିଠି

ଅହମ୍ମଦାବାଦ,୧୨।୧: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶର ବିଭିନ୍ନ ଭାଗରେ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଅହମ୍ମଦାବାଦରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ। ଅହମ୍ମଦାବାଦବାସୀ...

Advertisement
Archives

Model This Week