Posted inଜାତୀୟ

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ ଷଡ଼ଯନ୍ତ୍ର ରହିଛି। ପ୍ରଥମେ ଡକାୟତିରୁ ହତ୍ୟାକାଣ୍ଡ ବୋଲି କୁହାଯାଇଥିବାବେଳେ ତଦନ୍ତ ପରେ ତାହା ପରକୀୟା ପ୍ରୀତିରୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି।
ଗତ ୭ ତାରିଖ ରାତିରେ ଦେବକୃଷ୍ଣ ପୁରୋହିତ ନାମକ ଜଣେ ୨୮ ବର୍ଷୀୟ ମସଲା ବ୍ୟବସାୟୀଙ୍କୁ ତାଙ୍କ ଘରେ ହତ୍ୟା କରାଯାଇଥିଲା। ମୃତଦେହରେ ତୀକ୍ଷ୍ଣ ଅସ୍ତ୍ରାଘାତର ଚିହ୍ନ ରହିଥିଲା। ଅଜଣା ଡକାୟତ ଘରେ ପଶି ୩.୫ ଲକ୍ଷ ଟଙ୍କା ମୂଲ୍ୟର ମୂଲ୍ୟବାନ ସାମଗ୍ରୀ ଲୁଟିନେବା ସହ ବାଧାଦେବାରୁ ଦେବକୃଷ୍ଣଙ୍କୁ ହତ୍ୟା କରିଥିବା ସ୍ତ୍ରୀ ପ୍ରିୟଙ୍କା ପୁରୋହିତ ପୋଲିସକୁ କହିଥିଲେ।
ଦେବକ୍ରିଷ୍ଣ ଓ ପ୍ରିୟଙ୍କାଙ୍କ ବିବାହକୁ ନେଇ ଦୀର୍ଘଦିନରୁ ସମସ୍ୟା ଲାଗିରହିଥିଲା। ଦେବକ୍ରିଷ୍ଣ କଳା ହୋଇଥିବାରୁ ତାଙ୍କ ଉପଯୁକ୍ତ ନୁହନ୍ତି ବୋଲି ପ୍ରିୟଙ୍କା ଅନେକ ସମୟରେ କହୁଥିବା ଭଉଣୀ ଜ୍ୟୋତି ପୋଲିସକୁ କହିଥିଲା। ତଦନ୍ତରୁ ଜଣାପଡ଼ିଥିଲା, ପ୍ରିୟଙ୍କାଙ୍କର ରାଜଗଡ଼ର କମଳେଶ ପୁରୋହିତଙ୍କ ସହ ପ୍ରେମ ସମ୍ପର୍କ ରହିଛି। ଦେବକ୍ରିଷ୍ଣ ଏଥିରେ ପ୍ରତିବନ୍ଧକ ସାଜିଥିବାରୁ ସେମାନେ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଏଥିପାଇଁ କମଳେଶ ସୁପାରି ଦେଇ ହିଟ୍‌ମ୍ୟାନ୍‌ ସୁରେନ୍ଦ୍ର ଭଟ୍ଟିଙ୍କୁ ଦେବବ୍ରତଙ୍କୁ ହତ୍ୟା କରିବା ପାଇଁ କହିଥିଲା। ହତ୍ୟାକାଣ୍ଡ ରାତିରେ ସେମାନେ ଜାଣିଶୁଣି ଘର କବାଟ ବନ୍ଦ କରି ନ ଥିଲେ। ସୁରେନ୍ଦ୍ର ଘରେ ପଶି ଦେବବ୍ରତଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରିବା ପରେ ଏହାକୁ ଡକାୟତି ରୂପ ଦେବାକୁ ଘରେ ଭଙ୍ଗାରୁଜା କରିଥିଲେ। ହତ୍ୟାକାରୀ ଚାଲିଯିବା ପରେ ପ୍ରିୟଙ୍କା ଚିତ୍କାର କରି ମନଗଢ଼ା କାହାଣୀ ଶୁଣାଇଥିଲେ। ତଦନ୍ତ ବେଳେ ପ୍ରିୟଙ୍କାଙ୍କ ବୟାନରେ ତାଳମେଳ ନ ରହିବା ଏବଂ ଚୋରି ଗହଣା ଘରୁ ମିଳିବା ପରେ ପୋଲିସ ସନ୍ଦେହ କରିଥିଲା। ବାରମ୍ବାର ଜେରା କରିବାରୁ ପ୍ରିୟଙ୍କା ପ୍ରେମିକ ସହ ମିଶି ଦେବକୃଷ୍ଣଙ୍କୁ ହତ୍ୟା କରିଥିବା ମାନିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ

ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…

ଲଜ୍ଜା: ୫ ବର୍ଷର ବାଳିକାଙ୍କୁ ବଳାତ୍କାର କରି ଅଖାରେ ବାନ୍ଧି ଫିଙ୍ଗିଦେଲେ

ଦୁର୍ଗ,୧୧ା୪: ଛତିଶଗଡ଼ ଦୁର୍ଗ ଜିଲାରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ବାଳିକାଙ୍କୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯାଗ ହୋଇଛି। ଏପରିକି…

ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଟେନସା/ବଣାଇଁ,୧୧।୪(ସମୀର କୁମାର ପାଢ଼ୀ/ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଷସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri