ସନ୍ଦେହରୁ ସ୍ବାମୀଙ୍କ ଜୀବନ ନେଲେ ସ୍ତ୍ରୀ, ସାମ୍ବାଦିକ ସମ୍ମିଳନୀରେ ପୂରା ଘଟଣା କହିଲେ ଏସ୍‌ପି

ପାରଳାଖେମୁଣ୍ଡି,୧୨ା୩: ଗଜପତି ଜିଲା ପାରଳାଖେମୁଣ୍ଡି ନଗରମ ପଲ୍ଲୀ ସାହିରେ ହୋଇଥିବା ହତ୍ୟା ଘଟଣାରେ ମୃତ ଜଗଦୀଶଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ସ୍ତ୍ରୀ ହରିଙ୍କୁ ଗିରଫ କରି ପାରଳାଖେମୁଣ୍ଡି ପୋଲିସ ମଙ୍ଗଳବାର ସିନ୍‌ ରିକ୍ରିଏସନ କରିଥିଲା। ଆଜି ସମସ୍ତ ଦିଗକୁ ତଦନ୍ତ ପରେ ପୋଲିସ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ତେବେ ଘଟଣାଟି କିଛି ଏମିତି ଜଗଦୀଶ ଓ ତାଙ୍କ ସ୍ତ୍ରୀ ହରି ଉଭୟ ପ୍ରେମ ବିବାହ କରି କିଛିଦିନ ଗୁଣୁପୁରୁ ନିକଟସ୍ଥ ମାଛକୁଣ୍ଡ ଗ୍ରାମରେ ରହି ଆସୁଥିଲେ, ଗତ ଦୁଇ ମାସ ତଳେ ରୋଜଗାର ପାଇଁ ସ୍ତ୍ରୀଙ୍କ କଥା ଅନୁସାରେ ଉଭୟ ଆସି ପାରଳାଖେମୁଣ୍ଡିଠାରେ ଏକ ଭଡ଼ାଘରେ ରହୁଥିଲେ। କିଛିଦିନ ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ପରେ ଗତ ୮ତାରିଖ ଦିନ ଉଭୟ ଉଭୟଙ୍କ ଚରିତ୍ରକୁ ନେଇ ସଂହାର କରି ଶେଷରେ ମାରପିଟ୍‌ ପର୍ଯ୍ୟନ୍ତ କଥା ଯାଇଥିଲା। ଏଥିରେ ସ୍ତ୍ରୀ ଉତ୍‌କ୍ଷିପ୍ତ ହୋଇ ପରିବା କଟା ଛୁରି ସାହାଯ୍ୟରେ ସ୍ବାମୀ ଜଗଦୀଶଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା। ଜଗଦୀଶଙ୍କ ଛାତି ଓ ବେକରେ ଗଭୀର ଆଘାତ ଫଳରେ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ଜଗଦୀଶଙ୍କ ମୃତ୍ୟୁ ହୋଇଥିଲା, ଏହାପରେ ସ୍ତ୍ରୀ ହରି ନିଜ ଦୋଷକୁ ଲୁଚାଇବାକୁ ଯାଇ ହତ୍ୟାରେ ବ୍ୟବହୃତ ଛୁରିକୁ ନିଜ ବାଡ଼ିପଟ ନାଳରେ ଛୁରିକୁ ଫୋପାଡ଼ି ତରତର ହୋଇ ବ୍ୟାଗ୍‌ ଧରି ନିଜ ବାପଘରକୁ ଚାଲିଯାଇଥିଲେ। ଘର ମାଲିକଙ୍କଠାରୁ ଖବର ପାଇ ପୋଲିସ ତଦନ୍ତ କରିବା ସମୟରେ ସେଠାକାର ପାରିପାର୍ଶ୍ୱିକ ସ୍ଥିତି ଏବଂ ଗତକାଲି ସିନ୍‌ ରିକ୍ରିଏସନ ବେଳେ ମିଳିଥିବା ତଥ୍ୟ ଓ ବୟାନକୁ ଆଧାର କରି ସ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜି କୋର୍ଟ ଚାଲାଣ କରିଛି। ତେବେ ଏହି ଘଟଣାରେ ସ୍ତ୍ରୀ ପୋଲିସଙ୍କ ତଦନ୍ତ ବେଳେ ସମସ୍ତ ଦୋଷ ସ୍ବୀକାର କରିଥିବା ଗଜପତି ଏସ୍‌ପି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri