କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା ହେଲେ ଜ୍ୟୋସ୍ନାରାଣୀ ବିଶ୍ଵାଳ (୩୦), ସ୍ବାମୀ ବିଜୟ ବିଶ୍ଵାଳ ।

ସୂଚନା ଅନୁସାରେ ସଂପୃକ୍ତ ମହିଳା ସୋମବାର ସକାଳେ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ସମୟରେ ହାତୀ ହାବୁଡ଼ରେ ପଡ଼ି ଯାଇ ଆକ୍ରମଣର ଶିକାର ହୋଇଥିଲେ । ଏହାପରେ ଖବର ପାଇ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ତାଙ୍କୁ ମାଧପୁର ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ପରେ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି ।

 

Dharitri – Odisha’s No.1 Odia Daily

Share
Tags: angul news