ଦିଗପହଣ୍ଡି,୨୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ବି.ଜାନକୀ ପାତ୍ର(୫୫) ଶୁକ୍ରବାର ସାରେ ଘରେ ରୋଷେଇ କରୁଥିବା ବେଳେ ଅସାବଧାନତା କାରଣରୁ ଗ୍ୟାସ ଚୁଲା ନିଆଁରେ ଅର୍ଦ୍ଧଦଗ୍ଧ ହୋଇଥିବା ଖବର ମିଳିଛି। ସନ୍ଧ୍ୟା ପ୍ରାୟ ସାଢେ ୬ ଟାରେ ଜାନକୀ ରୋଷେଇ କରୁଥିବା ବେଳେ ଗ୍ୟାସ ପାଇପ୍ ଫାଟି ଯିବାରୁ ଜାନକୀ ଜଳିଯାଇଥିଲେ। ପଡୋଶୀ ତାଙ୍କୁ ତତ୍କାଳ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।


