Posted inଜାତୀୟ

ବିବାହର ୩ ମାସ ପରେ ସନ୍ତାନ ପ୍ରସବ କଲେ ମହିଳା, ସ୍ବାମୀ ଗଲେ କୋର୍ଟ; ପୂରା କାରଣ ଜାଣିଲେ…

ଲକ୍ଷ୍ନୌ,୨୭ା୮: ବିବାହର କିଛିଦିନ ପରେ ନବବଧୂଙ୍କ ପେଟ ଫୁଲିବାରୁ ଏହା ଗ୍ୟାସ ଯୋଗୁ ପେଟ ଫୁଲୁଛି ବୋଲି ସେ କହିଥିଲେ। ମାତ୍ର ଯେତେବେଳେ ଅଲଟ୍ରାସାଉଣ୍ଡ ହେଲା ସେତେବେଳେ ସମସ୍ତ ପୋଲ୍‌ ଖୋଲିଗଲା। ଏହା ପରେ ସ୍ବାମୀ କୋର୍ଟର ଦ୍ୱାରସ୍ଥ ହୋଇ ସ୍ତ୍ରୀ ତାଙ୍କୁ ଧୋକା ଦେଇଥିବା ଅଭିଯୋଗ ଆଣିଛନ୍ତି।

ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ମହିଳା ବିବାହର ୩ ମାସ ପରେ ମା’ ହୋଇଛନ୍ତି। ଆରମ୍ଭରେ ଯେତେବେଳେ ମହିଳାଙ୍କ ଶରୀରରେ କିଛି ପରିବର୍ତ୍ତନ ହେଲା ସ୍ବାମୀ ତାଙ୍କୁ ଏନେଇ ପ୍ରଶ୍ନ ପଚାରିଥିଲେ। ସେତେବେଳେ ସ୍ତ୍ରୀ କହିଲେ ଗ୍ୟାସ ଯୋଗୁ ତାଙ୍କ ପେଟ ଫଲୁଛି। ଏହାକୁ ସ୍ବାମୀ ଏତେ ଗୁରୁତର ସହ ନେଇ ନ ଥିଲେ। ଦିନକୁ ଦିନ ସ୍ବାସ୍ଥ୍ୟରେ ପରିବର୍ତ୍ତନ ହେଉଥିବାରୁ ସେ ଡାକ୍ତରଙ୍କ ନିକଟକୁ ନେଇଥିଲେ। ପରେ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା।

ମାର୍ଚ୍ଚ ୧୮ରେ ଲୋହିଆନଗରରେ ରହୁଥିବା ଜଣେ ଯୁବତୀଙ୍କର ମୋହନନଗରର ଯୁବକଙ୍କ ସହ ବିବାହ ହୋଇଥିଲା। ବିବାହର କିଛିଦିନ ମଧ୍ୟରେ ତାଙ୍କ ପେଟ ଫୁଲିବାରେ ଲାଗିଥିଲା। ଏହା ଦେଖି ସ୍ବାମୀ ତାଙ୍କୁ ବାରମ୍ବାର ଏହାର କାରଣ ପଚାରୁଥିଲେ ମଧ୍ୟ ମହିଳା ଜଣକ ଟାଳି ଦେଉଥିଲେ। କିନ୍ତୁ ପେଟ ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଲା। ଏଥର ମହିଳା ଜଣକ ସ୍ବାମୀଙ୍କୁ କହିଲେ ମୁଁ ମା’ ହେବାକୁ ଯାଉଛି। ଏଥିରେ ଖୁସିରେ ଗୋଡ଼ ତଳେ ଲାଗି ନ ଥିଲା ସ୍ବାମୀଙ୍କର। ସେ ଅଲଟ୍ରାସାଉଣ୍ଡ ପାଇଁ ଡାକ୍ତରଙ୍କ ପାଖକୁ ନେଇଥିଲେ। ଡାକ୍ତର ସେଠାରେ କହିଥିଲେ ଯେ, ମହିଳା ଜଣକ ୮ ମାସର ଗର୍ଭବତୀ। ଏହା ପରେ ତାଙ୍କ ପାଦ ତଳୁ ମାଟି ଖସି ପଡ଼ିଥିଲା।

ବିବାହକୁ ୩ ମାସ ହୋଇଥିବା ବେଳେ ସେ ୮ ମାସର କେମିତି ଗର୍ଭବତୀ ହେଲେ ବୋଲି ଶାଶୁଘର ଲୋକେ ଚିନ୍ତାରେ ପଡ଼ିଥିଲେ। ଏହା ପରେ ଝିଅର ବାପଘର ଲୋକଙ୍କୁ ଖବର ଦେବା ସହ ଝିଅକୁ ଆସି ନେଇଯାଅ ବୋଲି କହିଥିଲେ। ବାପଘର ଲୋକେ ପହଞ୍ଚି ଝିଅକୁ ଘରକୁ ନେଇ ଯାଇଛନ୍ତି। ସେ ଜୁନ୍‌ ୨୬ରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଅନ୍ୟପକ୍ଷରେ ସ୍ତ୍ରୀ ତାଙ୍କୁ ଧୋକା ଦେଇଥିବା ଅଭିଯୋଗ କରି ଏବେ କୋର୍ଟର ଆଶ୍ରୟ ନେଇଛନ୍ତି ସ୍ବାମୀ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri