ରାସ୍ତା କଡ଼ରେ ଶିଶୁକନ୍ୟା ଜନ୍ମ ଦେଲେ ମହିଳା

ଦଶମନ୍ତପୁର,୨୨ା୯(ଡି.ଏନ.ଏ.): ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପୂର୍ବରୁ ଜଣେ ମହିଳା ରାସ୍ତା କଡରେ ଏକ ଶିଶୁକନ୍ୟା ଜନ୍ମ ଦେଇଛନ୍ତି। ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅଧୀନପ ଚିକାମ୍ବ ପଞ୍ଚାୟତର ତୁନଖାଲ ଗ୍ରାମରେ। ଗ୍ରାମର କାର୍ତ୍ତିକ ମୁଦୁଲିଙ୍କ ସ୍ତ୍ରୀ ସ୍ବାତୀ ଗୁରୁବାର ଭୋର ୪ଟାରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଏନେଇ କାର୍ତ୍ତିକ ଗ୍ରାମର ଆଶାକର୍ମୀ ଚଞ୍ଚଳା ଚେଟୀଙ୍କୁ ଜଣାଇଥିଲେ। ପରେ ୧୦୨ ଆମ୍ବୁଲାନ୍ସକୁ ଫୋନ କରି କରିଥିଲେ। ମାତ୍ର ଗାଁକୁ ଯିବା ଲାଗି ରାସ୍ତା ସୁବିଧା ନ ଥିବାରୁ ଆମ୍ବୁଲାନ୍ସ ଗ୍ରାମଠାରୁ ୨ କିମି ଦୂର ଧର୍ମଗଡା ଛକ ନିକଟରେ ରହିଥିଲା। ପରିବାର ଲୋକେ ସ୍ବାତୀଙ୍କୁ ଦୋଳାରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣୁଥିବା ବେଳେ ରାସ୍ତା କଡରେ ତାଙ୍କର କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ପରେ ନବଜାତକ ଶିଶୁନ୍ୟାକୁ ଧରି ପରିବାର ଲୋକେ ଆମ୍ବୁଲାନ୍ସ ନିକଟରେ ପହଞ୍ଚତ୍ବା ପରେ ଆମ୍ବୁଲାନ୍ସ ଯୋଗ ତାଙ୍କୁ ଦଶମନ୍ତପୁର ଡାକ୍ତରଖାନାକୁ ନିଆଯାଇଥିଲା। ବର୍ତ୍ତମାନ ମା’ ଓ ଶିଶୁ ଡାକ୍ତରଖାନାରେ ସୁସ୍ଥ ଥିବା ଜଣାପଡିଛି।