କ୍ୟାନସର ହେବା ନାଁରେ ଅର୍ଥ ସଂଗ୍ରହ କରି ଏପରି ଉଡ଼ାଉଥିଲେ ମହିଳା, ଜଣାପଡ଼ିବା ପରେ…

ଲଣ୍ଡନ,୧୧ା୧୧: ବ୍ରିଟେନର ଜଣେ ମହିଳା ଅର୍ଥ ହଡ଼ପ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଏହି ମହିଳା ନିଜକୁ ଜଣେ କର୍କଟ ରୋଗୀ କହି ଅନ୍‌ଲାଇନ ଯୋଗେ ପାଣ୍ଠି ମାଗୁଥିଲେ। ଆଉ ଏହି ପାଣ୍ଠି ପାଇବା ପରେ ସେ ଅନ୍‌ଲାଇନ ଜୁଆ ସମେତ ଏହି ଟଙ୍କାରେ ଖୁବ୍‌ ମଉଜ ମଜଲିସ କରୁଥିଲେ। ଏହା ଜଣାପଡ଼ିବା ପରେ ତାଙ୍କୁ ଭାରି ପଡ଼ିଛି।

୪୨ ବର୍ଷୀୟା ନିକୋଲଙ୍କ ପ୍ରତି ଏହି ଅଭିଯୋଗ ଆସିଥିଲା। ସେ ‘ଗୋ ଫଣ୍ଡ୍‌ ମି’ ପେଜ୍‌ରେ ନିଜକୁ କର୍କଟ ରୋଗରେ ଆକ୍ରାନ୍ତ ମହିଳା ବୋଲି ସୂଚନା ଦେଇଛନ୍ତି। ଏଥିରେ ନିକୋଲ ତାଙ୍କର ଏକ ଫଟୋ ମଧ୍ୟ ଲଗାଇଥିବା ଦେଖିବାକୁ ମିଳିଛି। ଯେଉଁଥିରେ ସେ ବହୁତ ଦୁର୍ବଳ ଦେଖାଯାଉଛନ୍ତି ଏବଂ ଘୋଡ଼େଇ ହୋଇ ଶୋଇଛନ୍ତି।

ଯଦିଓ ଏହି ଫଟୋ କର୍କଟ ରୋଗ ସହିତ ଜଡ଼ିତ ନୁହେଁ, କିନ୍ତୁ ଯେତେବେଳେ ସେ ତାଙ୍କ ଗଲ୍‌ ବ୍ଲାଡର ରିମୁଭ୍‌ କରିଥିଲେ। ଏହି ଫଟୋଟି ଅପରେଶନ ସମୟର ଅଟେ। ନିକୋଲ କର୍କଟ ରୋଗ ନାଁରେ ୪୫ ହଜାର ପାଉଣ୍ଡ ପାଣ୍ଠି ସଂଗ୍ରହ କରିଥିଲେ। ନିକୋଲଙ୍କୁ ୩୯ ଜଣ ଏହି ଅର୍ଥ ଦାନ କରିଥିଲେ।

ଏହି ମାମଲାରେ ଓକିଲ ବେନ ଇରଓ୍ବି୍‌ନ କହିଛନ୍ତି ଯେ, ନିକୋଲ ତାଙ୍କ ଅୟସ ଜୀବନଶୈଳୀକୁ ବଜାୟ ରଖିବା ପାଇଁ କହିଥିଲେ। ଓକିଲ କହିଛନ୍ତି ଯେ, ସେ ସେହି ଟଙ୍କାକୁ ତାଙ୍କ କର୍କଟ ଚିକିତ୍ସା ପାଇଁ ବ୍ୟବହାର କରିନାହାନ୍ତି, କିନ୍ତୁ ଫୁଟବଲ ମ୍ୟାଚ୍‌ ଦେଖିବା, ଭ୍ରମଣ, ଅନଲାଇନ ଜୁଆ, ରେଷ୍ଟୁରାଣ୍ଟ ବିଲ୍‌ ଏବଂ ଏୟାର ଟିକେଟ ସମେତ ସେ ଏହି ଅର୍ଥକୁ ଅନେକ କାର୍ଯ୍ୟରେ ଲଗାଇଥିଲେ।

ଏଥି ସହିତ ସ୍ତ୍ରୀ ରୋଗ ବିଶେଷଜ୍ଞ ନିକୋଲାସ ମୋରିସ ତଥା ନିକୋଲଙ୍କ ବନ୍ଧୁ ମଧ୍ୟ କହିଛନ୍ତି ଯେ, ନିକୋଲଙ୍କର କୌଣସି କର୍କଟ ରୋଗ ନାହିଁ ଏବଂ ସେ କେବେବି ତାଙ୍କର ରୋଗୀ ହୋଇ ନାହାନ୍ତି କିମ୍ବା ନିକୋଲ ତାଙ୍କ କ୍ଲିନିକ ପରିଦର୍ଶନ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri