ମହିଳା ଡାକ୍ତରଙ୍କୁ ଅଢ଼େଇ ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର,(ବ୍ୟୁରୋ)୨୬ା୮:ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ଏକ କ୍ଲିନିକ ବିରୋଧରେ ୨୦୧୯ରେ ହୋଇଥିବା ବେଆଇନ କନ୍ୟା ଭ୍ରୂଣ ହତ୍ୟା ମାମଲାରେ ଗୁରୁବାର ରାୟ ପ୍ରକାଶ ପାଇଛି। ଫେମିଲାଇଫ୍‌ ଫର୍ଟିଲିଟି ଫାଉଣ୍ଡେଶନ ପ୍ରାଇଭେଟ ଲିଃର ମାଲିକାଣୀ ତଥା ଡାକ୍ତର ନବନୀତା ପାଢୀଙ୍କୁ ଭୁବନେଶ୍ୱର ଜେଏମ୍‌ଏଫ୍‌ସି ଭାନୁ ପ୍ରତାପ ମିଶ୍ର ପିସି ଏଣ୍ଡ୍‌ ପିଏନ୍‌ଡିଟି ଆକ୍ଟର ଦଫା ୨୩ ଓ ୨୫ରେ ଅଭିଯୁକ୍ତ ଦର୍ଶାଇ ଅଢ଼େଇ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ଏଥିସହ ତାଙ୍କୁ ୯ହଜାର ଟଙ୍କା ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇଛି। ଜରିମାନା ଅନାଦାୟ କ୍ଷେତ୍ରରେ ଅଧିକ ୫ମାସ ଜେଲଦଣ୍ଡ ଭୋଗିବାକୁ କୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି।
ସୂଚନାନୁଯାୟୀ, ୨୦୧୯ ଅଗଷ୍ଟ ୩୦ରେ ଭୁବନେଶ୍ୱରର ବିଭିନ୍ନ କ୍ଲିନିକ କର୍ତ୍ତୃପକ୍ଷ ପିସି ଏଣ୍ଡ୍‌ ପିଏନ୍‌ଡିଟି ଆକ୍ଟକୁ ଠିକ ଭାବେ ମାନୁଛନ୍ତି କି ନାହିଁ ଯାଞ୍ଚ କରିବାକୁ ଆସିଷ୍ଟାଣ୍ଟ କଲେକ୍ଟର ଅଂଶୁମାନ ରଥଙ୍କୁ ଖୋର୍ଦ୍ଧା ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶକ୍ରମେ ରଥଙ୍କ ସମେତ ପରିବାର କଲ୍ୟାଣ ବିଭାଗର ୫ ଜଣ ସଦସ୍ୟ ଏବଂ ଶହୀଦନଗର ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ଦେବରାଜ କିଶାନ ବିଭିନ୍ନ କ୍ଲିନିକରେ ଯାଞ୍ଚ ଆରମ୍ଭ କରିଥିଲେ। ସେହି ସମୟରେ ଜୟଦେବ ବିହାରସ୍ଥିତ ଫେମିଲାଇଫ୍‌ ପର୍ଟିଲିଟି ଫାଉଣ୍ଡେଶନ୍‌ ପ୍ରାଇଭେଟ ଲିଃ କ୍ଲିନିକ୍‌ର ଗୁମର କଥା ପଦାକୁ ଆସିଥିଲା। ୨୦୧୮ ସେପ୍ଚେମ୍ବର ୧୫ରୁ ପିସି ଏଣ୍ଡ୍‌ ପିଏନ୍‌ଡିଟି ଆକ୍ଟ ଲାଇସେନ୍ସ ରଦ୍ଦ ହୋଇଥିଲେ ମଧ୍ୟ ଉକ୍ତ କ୍ଲିନିକ୍‌କୁ ବେଆଇନ୍‌ ଭାବେ ଚଲାଯାଉଥିଲା। ଏପରିକି ଯାଞ୍ଚ ବେଳେ ସେଠାରେ କାର୍ଯ୍ୟରତ ଥିବା ଡାକ୍ତର ଓ ନର୍ସମାନେ ସାଧାରଣ ପୋଷାକରେ ଥିବା ଦେଖିବାକୁ ମିଳିଥିଲା। ଏଥିସହ ପ୍ରତିଦିନ କ୍ଲିନିକକୁ ଆସୁଥିବା ଆଗନ୍ତୁକଙ୍କ ସମ୍ଭନ୍ଧରେ ପ୍ରତିମାସରେ ଜିଲାପାଳ ଓ ପରିବାର କଲ୍ୟାଣ ବିଭାଗକୁ ପଠାଯାଉଥିବା ତାଲିକାରେ ତାଳମେଳ ରହୁ ନ ଥିଲା। ତେଣୁ ସେଠାରେ ବହୁଦିନ ଧରି ବେଆଇନ୍‌ ଭାବେ କନ୍ୟା ଭ୍ରୂଣ ହତ୍ୟା କରାଯାଉଥିବା ଯାଞ୍ଚ ଟିମ୍‌ ଜାଣିବାକୁ ପାଇଥିଲା। କ୍ଲିନିକ୍‌ରେ ଥିବା ୨ଟି ଅଲ୍‌ଟ୍ରାସାଉଣ୍ଡ ମେଶିନକୁ ଟିମ୍‌ ଜବତ କରିଥିଲା। ଏନେଇ ଖୋର୍ଦ୍ଧା ସିଡିଏମ୍‌ଓ ବିଶ୍ୱରଞ୍ଜନ ପତି ୨୦୨୧ ଅଗଷ୍ଟ ୩ରେ କ୍ଲିନିକ ମାଲିକାଣୀ ଥିବା ଡାକ୍ତର ନବନୀତାଙ୍କ ବିରୋଧରେ କୋର୍ଟରେ ମାମଲା (୩୨୬/୨୧) ଦାଏର କରିଥିଲେ। ତେବେ ଏହି ମାମଲାରେ ବିଚାରପତି ୭ଜଣ ସାକ୍ଷୀ ଏବଂ ୧୪ଟି ଦସ୍ତାବିଜ୍‌ ଆଧାରକୁ ଭିତ୍ତି କରି ନବନୀତାଙ୍କୁ ଦଣ୍ଡାଦେଶ ଦେଇଛନ୍ତି। ସହକାରୀ ସରକାରୀ ଓକିଲ ନିରଞ୍ଜନ ବେହେରା ଏହି ମାମଲା ପରିଚାଳନା କରୁଥିଲେ। ତେବେ ଏହି ଦଣ୍ଡାଦେଶ ବିରୋଧରେ ନବନୀତା ଉପର କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସର୍ତ୍ତ ରଖି ଜାମିନରେ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

୨୦୨୬ରେ ଏହି ୪ ରାଶିରେ ଆସିବ ବଡ଼ ପରିବର୍ତ୍ତନ: ପାଇବେ ଭଲ ଖବର, ବର୍ଷ ସାରା କେମିତି ରହିବ ଜାଣନ୍ତୁ…

ଗ୍ରହମାନଙ୍କର ଗତି ଏବଂ ଗମନରେ ପରିବର୍ତ୍ତନ ଦେଶ ଏବଂ ବିଶ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ରରେ ପରିବର୍ତ୍ତନ ରାଶିମାନଙ୍କ...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri