ବିଲରୁ ଘରକୁ ଫେରିବା ବେଳେ ହେଲା ବଜ୍ରପାତ, ସ୍ଵାମୀ ଆଗରେ ଗଲା ସ୍ତ୍ରୀର ଜୀବନ

କାଲିମେଳା,୨୯।୫(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ବ୍ଲକ ମହାରାଜପଲ୍ଲୀ ପଞ୍ଚାୟତ ସଦର ଗ୍ରାମରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ତେବେ ତାଙ୍କ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ମହାରାଜପଲ୍ଲୀ ଗ୍ରାମର ଭୀମା ମାଡକାମି ଏବଂ ତାଙ୍କ ସ୍ତ୍ରୀ ଏଙ୍କି ମାଡକାମି (୩୫) ଗୁରୁବାର ଅପରାହ୍ନରେ ନିଜ ଜମିକୁ ବାଦାମ ଅମଳ କରିବାକୁ ଯାଇଥିଲେ ।

ସେହି ସମୟରେ ହଠାତ ଘଡ଼ଘଡ଼ି ସହ ଝଡବର୍ଷା ଆରମ୍ଭ ହୋଇଥିଲା । ଉଭୟ ସ୍ବାମୀ ସ୍ତ୍ରୀ ନିଜ ଘରକୁ ଫେରୁଥିବା ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ସ୍ତ୍ରୀ ଏଙ୍କିଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ବାମୀ ଭୀମା ଅଚେତ ଅବସ୍ଥାରେ ପଡିଥିଲେ । ପରିବାର ଲୋକ ଏବଂ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଏମ୍‌ଭି -୭୯ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡିଛି ।

 

Dharitri – Odisha’s No.1 Odia Daily

Share