କୁମ୍ଭୀର ଆକ୍ରମଣରେ ମହିଳା ମୃତ

ମହାକାଳପଡ଼ା,୧୯।୩ (ଡି.ଏନ୍‌.ଏ.): କୁମ୍ଭୀର ଆକ୍ରମଣରେ ଶନିବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ା ଅନ୍ୟ ୩ ମହିଳା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାଶି ଗଁା ୬ନଂ. ୱାର୍ଡର କୌଶଲ୍ୟା ମଣ୍ଡଳ(୪୨)। ତାଙ୍କ ସହିତ ମାଛ ଧରିବାକୁ ଯାଇଥିବା ଛବି ମଣ୍ଡଳ, ସୁଷମା ସର୍ଦ୍ଦାର ଓ ଝରଣା ମଣ୍ଡଳ କୁମ୍ଭୀର ଆକ୍ରମଣରୁ ରକ୍ଷା ପାଇଯାଇଛନ୍ତି ା ସୁଷମାଙ୍କ କହିବା ଅନୁଯାୟୀ, ପ୍ରତିଦିନ ଭଳି ସେମାନେ ଜଙ୍ଗଲ ଭିତରେ ଥିବା ଯାନାଜୋରକୁ ମାଛ ଧରିବାକୁ ଯାଇଥିଲେ। ତାଙ୍କ ସହିତ ମିଶି କୌଶଲ୍ୟା ମାଛ ଧରୁଥିଲା। ହଠାତ୍‌ ପଛରୁ ଏକ କୁମ୍ଭୀର ଆସି କୌଶଲ୍ୟାଙ୍କୁ ଗଭୀର ପାଣିକୁ ଟାଣି ନେଇଥିଲା ା ଏହାପରେ ତାଙ୍କୁ ତିନି ଥର ପାଣିରେ ବୁଡ଼ାଇ ମାରିଥିଲା। କିନ୍ତୁ ଆମେ ତାଙ୍କୁ କୁମ୍ଭୀର ମୁହଁରୁ ରକ୍ଷା କରିପାରିଲୁ ନାହିଁ। ଗ୍ରାମବାସୀ ମୃତଦେହ ଉଦ୍ଧାର କରିଛନ୍ତି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ା ଏ ସମ୍ପର୍କରେ ରାଜନଗର ବନ ଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଉପରେ ଚଢ଼ିଗଲା ବାପାଙ୍କ ଅଟୋ

ଛେଣ୍ଡିପଦା,୧୪ା୧୦(ସ୍ବ.ପ୍ର.): ବାପା ଚଳାଉଥିଲେ ଡାଲା ଅଟୋ। ପାଖରେ ବସିଥିଲେ ୮ ବର୍ଷର ଝିଅ। ହେଲେ ହମ୍ପ୍‌ସ୍‌ ନିକଟରେ ବାପା ବ୍ରେକ୍‌ ମାରିବାରୁ ଗାଡ଼ିରୁ ରାସ୍ତା ଉପରକୁ...

ବିମୋହିତ କଲା ଶିବ ତାଣ୍ଡବ

ତାଳଚେର,୨୭ା୪(ନି.ପ୍ର.)- ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠରେ ଚାଲିଥିବା ୧୭ତମ ଲୋକ ମହୋସତ୍ବର ଅଷ୍ଟମ ସନ୍ଧ୍ୟା ବେଶ ଚିତ୍ତାକର୍ଷକ ଥିଲା। ମୁଖ୍ୟଅତିଥି ଭାବରେ ପାଲଲହଡ଼ା ଉପଜିଲାପାଳ ଅଜିତ...

ମୂଳରୁ ହିଁ ମୁକୁଳା

ଅନୁଗୋଳ ଅଫିସ, ୧୬।୧୧: ଉପକଣ୍ଠରେ ଏକାଧିକ ଶିଳ୍ପର ଉଦୟ। ସେଥିପାଇଁ ବଢ଼ୁଛି ଅନୁଗୋଳ ସହରର କଳେବର। ନିୟମିତ ବୃଦ୍ଧି ପାଉଛି ଜନ ଓ ଯାନବାହନ ସଂଖ୍ୟା।...

ବ୍ୟାଙ୍କ ଆଗରେ ଲମ୍ବା ଲାଇନ୍‌: ସାମାଜିକ ଦୂରତା ନିୟମକୁ ଅବମାନନା

ବାଲେଶ୍ୱର ଅଫିସ,୧୮।୪-ବାଲେଶ୍ୱର ଜିଲାର ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ପ୍ରତିଦିନ ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି। କୋଭିଡ-୧୯ ସଂକ୍ରମଣ ରୋକିବା ପାଇଁ ସମଗ୍ର ଭାରତବର୍ଷରେ ଲକ୍‌ଡାଉନ୍‌ ଓ...

ତାଳଚେର ବିଧାୟକଙ୍କ ଗାଡ଼ି ପୋଡ଼ିଦେବା ଘଟଣା:ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି, ଏସ୍‌ପିଙ୍କ ତଦନ୍ତ

ତାଳଚେର, ୧୦ା୧୨(ନି.ପ୍ର.) ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭରତପୁରସ୍ଥିତ କ୍ୟାମ୍ପ କାର୍ଯ୍ୟାଳୟରେ ଶନିବାର ରାତିରେ କେହି ଦୁର୍ବୃତ୍ତ ତାଙ୍କ କାର ପୋଡ଼ିଦେବା ଏବଂ ପୂର୍ବରୁ...

ଫେବୃୟାରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ

ବଲାଙ୍ଗୀର ଅଫିସ, ୨୪ା୧: ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଓକିଲ ସଂଘ ପକ୍ଷରୁ ଦୀର୍ଘବର୍ଷ ଧରି ଚାଲିଥିବା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ଏବେ ଏକ...

ବିଦ୍ୟୁତ୍‌ ବିଲ୍‌କୁ ନେଇ ଚିନ୍ତାରେ ଉପଭୋକ୍ତା

ଚିତ୍ରଡା,୩୦ା୫(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲାର ମୋରଡ଼ା ବ୍ଲକ ଅଞ୍ଚଳରେ ନେସ୍କୋ ପକ୍ଷରୁ ଚଳିତ ମାସରେ ପ୍ରଦାନ କରାଯାଇଥିବା ବିଦ୍ୟୁତ୍‌ ବିଲ୍‌କୁ ନେଇ ଉପଭୋକ୍ତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଲକ୍‌ଡାଉନ...

ଛଟେଇ ପରେ ହାରିଲେ ଜୀବନ

ଢେଙ୍କାନାଳ ଅଫିସ, ୫।୧୨: ପେଟପାଟଣା କଥା ବୁଝୁଥିଲା ଠିକା ଚାକିରି। କଷ୍ଟେମଷ୍ଟେ ଚଳିଯାଉଥିଲା ପରିବାର। ଚାକିରିରୁ ଛଟେଇ ପରେ ମାଡ଼ିବସିଲା ଚିନ୍ତା। ଅସହ୍ୟ ହେଲା ଆର୍ଥିକ...

Advertisement
Archives

Model This Week