କଣ୍ଟେନର ଧକ୍କାରେ ମହିଳା ମୃତ, ଅଳ୍ପକେ ବର୍ତ୍ତିଲେ ସ୍ୱାମୀ ଓ ପୁଅ

ଗୋପାଳପୁର ୮।୧୨(ନବୀନ ରାଜ ଆଚାରୀ): ରବିବାର ଗଞ୍ଜାମ ଜିଲା 16 ନ ଜାତୀୟ ରାଜପଥ ଗୋପାଳପୁର ଥାନା ଅଧିନସ୍ଥ ପୋକଡିବନ୍ଦ ଛକ ଚର୍ଚ୍ଚ ନିକଟରେ କଣ୍ଟେନର ବାଇକ ପଛପଟୁ ଧକ୍କା ଦେବାରୁ ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଓ ପୁଆ ଅଳ୍ପକେ ବର୍ତ୍ତି ଯାଇଛନ୍ତିl

ମୃତ ମହିଳା ଜଣକ ଗଜପତି ଜିଲାର ଆର. ଉଦୟଗିରି ଥାନା ଅତରସିଂ ଗ୍ରାମର ପ୍ରଭାସିନୀ ଶବର ( 42) ବୋଲି ପୋଲିସ ସୂଚନା ଦେଇଛି l ଗଜପତି ଜିଲା ଅତରସିଂର ସନାତନ ମଣ୍ଡଳ, ସ୍ତ୍ରୀ ପ୍ରଭାସିନୀ ଶବର ଓ ପୁଅ ତିନିଜଣ ଏକ ବାଇକରେ 16 ଜାତୀୟ ରାଜପଥ ଦେଇ ପୋକଡିବନ୍ଦ ଛକରେ ଥିବା ସମ୍ପର୍କୀୟ ଘରକୁ ଯାଉଥିବା ବେଳେ ରବିବାର ଦିନ ପ୍ରାୟ ସାଢେ ୧୨ଟା ସମୟରେ ଏକ କଣ୍ଟେନର ନମ୍ବର କେଏ ୫୨‌ ବି ୯୬୬୭ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା l ଫଳରେ ତିନି ଜଣ ଛିଟିକି ପଡ଼ିଥିବା ବେଳେ ପ୍ରଭାସିନୀର ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି l

ସୂଚନା ପାଇଁ ଗୋପାଳପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଥିଲା l ସ୍ୱାମୀ ସନାତନଙ୍କ ଅଭିଯୋଗ ପ୍ରକାରେ ଥାନା କେଶ ନମ୍ବର ୩୩୭/୨୪ ମାମଲା ରୁଜୁ କରି ଶବ ବ୍ୟବଛେଦ କରି ସନ୍ଧ୍ୟାରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଧକ୍କା ଦେଇଥିବା ଚାଳକ କୁ ଥାନାରେ ଅଟକ ରଖିଥିବା ବେଳେ ଦୁର୍ଘଟଣା ଘଟେଇ ଥିବା ବାଇକ ଓ କଣ୍ଟେନରକୁ ପୋଲିସ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି l


Enter your email to get our daily news in your inbox.

All Right Reserved By Dharitri.Com

କିଏ ଖେଳିବେ, କିଏ ପଡ଼ିବେ ବାଦ୍‌? ନ୍ୟୁଜିଲାଣ୍ଡ ବିପକ୍ଷରେ ଏମିତି ହେବ ଭାରତର ପ୍ଲେଇଂ ୧୧! ଗିଲ୍‌ ଦେଲେ ବଡ଼ ସଙ୍କେତ

ନୂଆଦିଲ୍ଲୀ, ୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଅକଲାଣ୍ଡର ଇଡେନ ପାର୍କରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ଶୁଭମନ…

ଭାରତୀୟ ପତାକା ଥିବା ଜାହାଜ ଉପରେ ଆକ୍ରମଣ; ଜଣେ ବ୍ୟକ୍ତି ନିହତ; ଜାହାଜରେ ଥିଲେ ୧୪ କର୍ମଚାରୀ

ମସକଟ,୩।୧୧: ସୋମବାର ଓମାନ ଉପକୂଳ ନିକଟରେ ଭାରତୀୟ ପତାକା ବହନ କରୁଥିବା ଏକ ମାଲବାହୀ ଜାହାଜ ଉପରେ ଏକ ଅଜ୍ଞାତ ଆକାଶୀୟ ବସ୍ତୁ ଦ୍ୱାରା ଆକ୍ରମଣ କରାଯାଇଥିଲା।…

ଶ୍ରେୟସଙ୍କ ଗୋଟିଏ ପୋଷ୍ଟରେ ସୋସିଆଲ ମିଡିଆରେ ହଇଚଇ: ଦିନିକିଆ ସିରିଜ ପୂର୍ବରୁ ଭାଇରାଲ ହେଲା…ପ୍ରଶଂସକ ଚକିତ!

ନୂଆଦିଲ୍ଲୀ, ୩।୧୧: ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୨ରେ ସିରିଜ ବିଜୟ ହାସଲ କରିବା ପରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ସୋସିଆଲ ମିଡିଆରେ ପ୍ରଶଂସକଙ୍କ ପାଇଁ ଏକ…

ପ୍ରଶାସନର ବିଚିତ୍ର ନୀତି! ଅଟୋ ଚାଳକଙ୍କୁ ହେଲମେଟ ଫାଇନ୍‌

ଗଞ୍ଜାମ, ୩।୧୧ (ବିଦ୍ୟାଧର ସାହୁ) ପ୍ରଶାସନର ବିଚିତ୍ର ନୀତିକୁ ନେଇ ଏବେ ଚର୍ଚ୍ଚା। ବାଇକ ଚାଳକଙ୍କ ବଦଳରେ ଜଣେ ଅଟୋ ଚାଳକଙ୍କ ମୋବାଇଲକୁ ଆସିଛି ହେଲମେଟ ନ…

ଦୀପାବଳି ପୂର୍ବରୁ ବଜାରରେ ମିଳିବନି ୧୦, ୨୦, ୫୦ ଟଙ୍କିଆ ନୋଟ୍‌? ଆରବିଆଇ କ’ଣ ସୂଚନା ଦେଲା ପଢନ୍ତୁ…

ନୂଆଦିଲ୍ଲୀ, ୩।୧୧: ଦୀପାବଳିକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଏକ ଖବର ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶେଷକରି ବ୍ୟବସାୟୀମାନେ ଏହି ଖବରକୁ ନେଇ…

ତିନୋଟି ଇନିଂସର ନିରାଶାର ରାଗକୁ ନେଇ ଏମିତି କଲେ ଏହି କ୍ରିକେଟର, ଶତକ ହାସଲ କରି ଫର୍ମକୁ ଫେରିଲେ…

ନୂଆଦିଲ୍ଲୀ,୩।୧୧: ଭାରତୀୟ ଓପନିଂ ବ୍ୟାଟର ଯଶସ୍ବୀ ଜୈସୱାଲ ‘ନ୍ୟୁଜିଲ୍ୟାଣ୍ଡ ଏ’ (New Zealand A) ବିପକ୍ଷରେ ବ୍ୟାଟିଂ କରିବା ସମୟରେ ଭଲ ପ୍ରଦର୍ଶନ କରିବା ପାଇଁ ସଂଘର୍ଷ…

ନବୀନଙ୍କ ନିଖୋଜ ପୋଷ୍ଟରକୁ ନେଇ ଚର୍ଚ୍ଚା: ଥାନାରେ ଅଭିଯୋଗ କଲା ବିଜେଡି

ହିଞ୍ଜିଳିକାଟୁ,୩।୧୧(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବସ ଟର୍ମିନାଲ ପରିସରରେ ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିଖୋଜ ସମ୍ପର୍କିତ ପୋଷ୍ଟର ଲାଗିବାକୁ ନେଇ ରାଜନୈତିକ…

ଟିମ ଇଣ୍ଡିଆରେ ସୁଯୋଗ ନମିଳିବାରୁ ଭାବପ୍ରବଣ ହେଲେ ସରଫରାଜ! ଯନ୍ତ୍ରଣା ବଖାଣି କହିଲେ ଏମିତି…ଶୁଣିଲେ ଆଖିରୁ ଲୁହ ଆସିଯିବ

ନୂଆଦିଲ୍ଲୀ, ୩।୧୧: ରଣଜୀ ଟ୍ରଫିରେ ମୁମ୍ବାଇର ବ୍ୟାଟର ସରଫରାଜ ଖାନଙ୍କ ପ୍ରଦର୍ଶନ ଏପର୍ଯ୍ୟନ୍ତ ଚମତ୍କାର ରହିଛି। ଘରୋଇ କ୍ରିକେଟରେ ସେ ଲଗାତାର ରନ କରି ଚାଲିଛନ୍ତି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?