Posted inଜାତୀୟ

ପ୍ରୟାଗରାଜ୍‌ରେ ଦିଅରଙ୍କ ଗୁପ୍ତାଙ୍ଗ କାଟିଦେଲେ ଭାଉଜ: ଏହି କାରଣରୁ ନେଲେ ପ୍ରତିଶୋଧ

ନୂଆଦିଲ୍ଲୀ,୨୦।୧୦: ପ୍ରୟାଗରାଜ୍‌ର ମଲଖନପୁର ଗାଁରେ ଜଣେ ମହିଳା ନିଜ ଦିଅରଙ୍କ ଗୁପ୍ତାଙ୍ଗ କାଟିଦେଇଛନ୍ତି। ଏହି ଘଟଣା ପୋଲିସ ଓ ଗ୍ରାମବାସୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ୧୬ ଅକ୍ଟୋବର ରାତିରେ ୨୦ ବର୍ଷୀୟ ଉମେଶ୍ (ରାମ ଆସରେଙ୍କ ପୁଅ) ନିଜ ରୁମରେ ରକ୍ତାକ୍ତ ହୋଇ ଚିତ୍କାର କରୁଥିବା ବେଳେ ପରିବାର ଲୋକେ ଦେଖିଥିଲେ। ତାଙ୍କର ଗୁପ୍ତାଙ୍ଗ କାଟି ଦିଆଯାଇଥିଲା ଏବଂ ବହୁ ଛୁରୀ ଆଘାତ କରାଯାଇଥିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ନେଇ ପୋଲିସରେ ଅଜଣା ଆକ୍ରମଣକାରୀ ବିରୋଧରେ ଅଭିଯୋଗ କରିଥିଲେ।

ତେବେ ତଦନ୍ତରେ ଜଣାପଡ଼ିଛି ଯେ ଉମେଶ୍‌ଙ୍କ ବଡ଼ ଭାଇ ଉଦୟଙ୍କ ସ୍ତ୍ରୀ ମଞ୍ଜୁଙ୍କ ସାନ ଭଉଣୀ ସହ ଉମେଶ୍‌ଙ୍କର ପ୍ରେମ ସମ୍ପର୍କ ଥିଲା। ଦୁହେଁ ବିବାହ କରିବାକୁ ପ୍ରତିଜ୍ଞା କରିଥିଲେ। କିନ୍ତୁ ପରିବାର ବିରୋଧ କରିଥିଲା। ଉମେଶ୍ ସମ୍ପର୍କ ଛାଡ଼ି ଅନ୍ୟ ଝିଅକୁ ପସନ୍ଦ କରିଥିଲେ। ଏହାରେ ମଞ୍ଜୁଙ୍କ ସାନ ଭଉଣୀ ଡିପ୍ରେସନ୍‌ରେ ଚାଲିଯାଇଥିଲେ। ଭଉଣୀର ଦୁଃଖ ଦେଖି ମଞ୍ଜୁ ଉମେଶ୍ ପ୍ରତି ରାଗିଯାଇଥିଲେ ଏବଂ ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ।

ଏହାପରେ ରାତିଅଧରେ ଘରଲୋକେ ଶୋଇଥିବା ବେଳେ ମଞ୍ଜୁ ରୋଷେଇ ଘରୁ ଛୁରୀ ନେଇ ଉମେଶ୍‌ଙ୍କ କୋଠରିକୁ ଛୁରା ମାଡ଼ କରି ଗୁପ୍ତାଙ୍ଗ କାଟିଦେଇଥିଲେ। ଉମେଶ୍‌ଙ୍କ ଚିତ୍କାର ଶୁଣି ପରିବାର ଲୋକେ ଆସିବା ପୂର୍ବରୁ ମଞ୍ଜୁ ଫେରାର ହୋଇଯାଇଥିଲେ।

ପୋଲିସ୍ ତଦନ୍ତରେ ମଞ୍ଜୁଙ୍କ ଉପରେ ସନ୍ଦେହ ହୋଇଥିଲା। ପଚରାଉଚରାରେ ତାଙ୍କ ବୟାନରେ ଅସଙ୍ଗତି ଧରାପଡ଼ିଥିଲା। ଏସିପି ବିବେକ କୁମାର ଯାଦବ କହିଛନ୍ତି, “ଭାଉଜ ନିଜେ ଏହି ଆକ୍ରମଣ କରିଛନ୍ତି। ଦିଅର ତାଙ୍କ ସାନ ଭଉଣୀକୁ ଛାଡ଼ିଦେବାରେ ରାଗିଯାଇଥିଲେ।” ମଞ୍ଜୁ ଫେରାର ଅଛନ୍ତି, ପୋଲିସ ଏବେ ତାଙ୍କୁ ଖୋଜୁଛି।

ଡାକ୍ତରଖାନାରେ ଉମେଶ୍‌ଙ୍କର ଦେଢ଼ ଘଣ୍ଟାରୁ ଅଧିକ ଅପରେସନ୍ ହୋଇଛି। ଡାକ୍ତର କହିଛନ୍ତି, ତାଙ୍କ ଅବସ୍ଥା ସ୍ଥିର, କିନ୍ତୁ ପୁରା ଆରୋଗ୍ୟ ପାଇଁ ୭-୮ ମାସ ଲାଗିପାରେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri