ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମହିଳା ଗୁରୁତର

ଦେବଗଡ,୭।୧୨(ଡି.ଏନ୍‌.ଏ.): ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମହିଳା ଗୁରୁତରା ଥାନା ଅନ୍ତର୍ଗତ ଟାଇଁସର ଗ୍ରାମରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ା ଜନ୍ତୁ ଶିକାର ପାଇଁ କେତେକ ଦୁର୍ବୃତ୍ତ ଟାଇଁସର ହାଇସ୍କୁଲ ପଛପଟେ ଥିବା ମାଟି ରାସ୍ତାରେ ବିଦ୍ୟୁତ୍‌ ତାର ବିଛାଇଥିଲେ ା ବୁଧବାର ଉକ୍ତ ଗ୍ରାମର ସଂଯୁକ୍ତା ପ୍ରଧାନ(୪୮) ଧାନ ବିଡା ଆଣିବା ପାଇଁ ତାଙ୍କ ସ୍ବାମୀ ଲକ୍ଷ୍ମଣ ପ୍ରଧାନଙ୍କ ସହ ଶଗଡ ନେଇ ସେହି ରାସ୍ତାରେ ବିଲକୁ ଯାଉଥିଲେ ା ସଂଯୁକ୍ତା ଶଗଡ ଆଗରେ ଚାଲିଚାଲି ଯାଉଥିବା ବେଳେ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲୋ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ା ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିି ବିଦ୍ୟୁତ୍‌ ତାର ଜବତ କରିବାସହ ଘଟଣାର ତଦନ୍ତ ଆରମ୍ଭ କରିଛି।