କିମ୍ବଦନ୍ତୀ ଫୁଟବଲ୍‌ ଖେଳାଳୀ ‘ପେଲେ’ଙ୍କ କବରରୁ ବାହାରିବ ମୃତଦେହ, ଝିଅ ଆଣିଲେ ସଙ୍ଗୀନ ଅଭିଯୋଗ, ଏହି ରହସ୍ୟର ହେବ ପର୍ଦ୍ଦାଫାଶ

ସାଓପାଓଲୋ,୨୭।୧: ବ୍ରାଜିଲିଆନ୍‌ କିମ୍ବଦନ୍ତୀ ଫୁଟବଲ୍‌ ଖେଳାଳୀ ପେଲେ ୨୦୨୨ ଡିସେମ୍ବର ୩୦ରେ ମୃତ୍ୟୁବରଣ କରିଥିଲେ। ୮୨ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇ ଆରପାରିକୁ ଚାଲିଯାଇଥିଲେ। ହେଲେ ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବିବାଦ ଭିତରକୁ ଠେଲି ହୋଇଯାଇଛି। ଏହି ବିବାଦ ଭିତରେ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି। ନିକଟରେ ଜଣେ ମହିଳା ପେଲେଙ୍କ ଝିଅ ବୋଲି ଦାବି କରିଛନ୍ତି। ବର୍ତ୍ତମାନ ସେ କବରରୁ ପେଲେଙ୍କର ମୃତଦେହ ବାହାର କରିବାକୁ ଦାବି କରିଛନ୍ତି।

ସୂଚନାଥାଉ କି, ପେଲେ ୩ଥର ବିବାହ କରିଥିଲେ। ତାଙ୍କର ୭ଟି ସନ୍ତାନ ଅଛନ୍ତି। ଅଭିଯୋଗ ଆଣିଥିବା ମହିଳାଜଣକ ତାଙ୍କ ଧରମ ଝିଅ ବୋଲି କୁହାଯାଉଛିି। ତାଙ୍କ ନିଜର ଦୁଇ ସନ୍ତାନ ଏଡିହ୍ନୋ ନ୍ୟାସିମେଣ୍ଟୋ ଓ ପ୍ଲାବିଆ କ୍ରିଷ୍ଟ୍ରିନା ପେଲେଙ୍କର ଓ୍ବିଲ ପଢିବା ପରେ ହିଁ ଡିଏନଏ ଟେଷ୍ଟ କରିବା ପାଇଁ ରାଜି ହୋଇଥିଲେ।

ବର୍ତ୍ତମାନ ଅଭିଯୋଗ ଆଣିଥିବା ମହିଳା ମ୍ୟାରିଆ ଡୋ ସୋକୋରା ନିଜ ଓକିଲଙ୍କୁ ଦେଇଥିବା ଦଲିଲ୍‌ ଅନୁସାରେ ଦର୍ଶାଇଛନ୍ତି ଯେ, କରାଯାଇଥିବା ଡିଏନଏ ଟେଷ୍ଟରେ ସେ ପେଲେଙ୍କର ଝିଅ ବୋଲି ଜଣାପଡିଛି। ଏବେ ତଥ୍ୟକୁ ପ୍ରମାଣ ପାଇଁ ପେଲେଙ୍କର ମୃତଦେହକୁ କବରରୁ ବାହାର କରିବାକୁ ପଡିବ ବୋଲି ସେ କହିଛନ୍ତି।

ଉତ୍ତର-ପୂର୍ବ ବ୍ରାଜିଲର ପିୟାଓଇ ରାଜ୍ୟରେ ବସବାସ କରୁଥିବା ମ୍ୟାରିଆ ୨୦୧୯ରେ ଡିଏନଏ ଟେଷ୍ଟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସେ ସେତେବେଳେ ଚାକରାଣୀ ଭାବରେ କାମ କରୁଥିଲେ।

ପେଲେ ନିଜ ସମ୍ପତ୍ତିର ୩୦ଭାଗ ନିଜ ବିଧବା ଓ ତୃତୀୟ ସ୍ତ୍ରୀ ମ୍ୟାରିକା ଆଓକି, ୬୦ଭାଗ ନିଜ ସନ୍ତାନ ଓ ୧୦ଭାଗ ନିଜ ନାତି ନାତୁଣୀଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ। ମୃତ୍ୟୁ ସମୟରେ ତାଙ୍କର ମୋଟ୍‌ ସମ୍ପତ୍ତି ୭୮ମିଲିୟନ(୮.୨୫ ଅରବ)ଥିଲା। ଯଦି ମ୍ୟାରିଆ ତାଙ୍କର ୮ମ ସନ୍ତାନ ବୋଲି ପ୍ରମାଣିତ ହୋଇଯାଏ ତେବେ ସମ୍ପତ୍ତିରୁ କିଛି ଅଂଶ ଦାବି କରିପାରନ୍ତି ବୋଲି ଅନୁମାନ କରାଯାଉଛି।

ଅନ୍ୟପକ୍ଷରେ ପେଲେଙ୍କ ପରବାରର ଓକିଲ ଏନେଇ କହିଛନ୍ତି, ଏହି ଆଧାରରେ ପେଲେଙ୍କର କବର ଖୋଳାହେବା ନେଇ ତାଙ୍କ ପରିବାର ବିରୋଧ କରିପାରନ୍ତି। କାରଣ ମାରିଆଙ୍କର ପ୍ରଥମ ଡିଏନଏ ଟେଷ୍ଟରେ ସେ ପେଲେଙ୍କର ଝିଅ ନୁହନ୍ତି ବୋଲି ପ୍ରମାଣିତ ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri