ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ ନେଇ ଅଭିଯୋଗ ପରେ ସଦର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୌନ୍ଦର୍ଯ୍ୟନଗରରେ ନିବେଦିତା ବିଷୋୟୀ ଘର ନିର୍ମାଣ କରୁଛନ୍ତି। ଆମ୍ବଗଡ କଦଳୀବାଡ ସାହିର ଠିକାଦାର ଗୋବିନ୍ଦ ବେହେରା ଉକ୍ତ ଘରର ବିଭିନ୍ନ କାମ କରାଇ ଦେବାକୁ ନିବେଦିତାଙ୍କଠାରୁ ୮୦ ହଜାର ଟଙ୍କା ନେଇଥିଲେ। ଟଙ୍କା ନେବା ପରେ ସେ ଭୋଜି କାର୍ଯ୍ୟରେ ବ୍ୟସ୍ତ ଥିବା କହି ୨ମାସ ସମୟ ଗଡାଇଥିଲେ। ଏହାପରେ ମଧ୍ୟ ଠିକାଦାର କାର୍ଯ୍ୟ ଆରମ୍ଭ କରି ନ ଥିଲେ। ଏହାକୁ ନେଇ ନିବେଦିତା ପ୍ରଶ୍ନ କରିବାରୁ ଠିକାଦାର ବିଭିନ୍ନ ବାହାନା କରି ଦିନ ଗଡାଇ ଚାଲିଥିଲେ। ଟଙ୍କା ଫେରାଇ ଦିଆଯିବ ବୋଲି ଗୋବିନ୍ଦ ଓ ତାଙ୍କ ପରିବାର ଲୋକେ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଅନେକ ଦିନ ଯାଏଁ ନିବେଦିତାଙ୍କ ଘର କାମ ହେଲା ନି କି ଠିକାଦାର ଟଙ୍କା ଫେରସ୍ତ କରି ନଥିଲେ। ଟଙ୍କା ମାଗିଲେ ବିଭିନ୍ନ ଧମକ ମିଳିବାରୁ ନିବେଦିତା ଥାନାକୁ ଯାଇ ଅଭିଯୋଗ କରିଥିଲେ ।


