କପିଳେଶ୍ୱର ମନ୍ଦିର ତାଲା ଭାଙ୍ଗିଲେ ମହିଳା

ପୁରୁଣା ଭୁବନେଶ୍ୱର,୭ା୩(ଡି.ଏନ୍‌.ଏ.):ଦୀର୍ଘ ୧୦ଦିନ ହେବ ଶ୍ରୀକପିଳେଶ୍ୱର ମନ୍ଦିର ବନ୍ଦ ରହିଥିବା ବେଳେ ଠାକୁର ଉପବାସ ରହଛନ୍ତି। ସୋମବାର ଅପରାହ୍ନରେ କପିଳେଶ୍ୱର ଗ୍ରାମର କେତେଜଣ ମଲିଆ ସେବାୟତ ସଦସ୍ୟା ଏବଂ କେତେକ ଶ୍ରଦ୍ଧାଳୁ ତାଲା ଭାଙ୍ଗି ମନ୍ଦିରକୁ ପ୍ରବେଶ କରିଥିଲେ। ଏହି ଅବସରରେ କେତେଜଣ ମଲିଆ ସେବାୟତ ମନ୍ଦିରରେ ପ୍ରବେଶ କରିବା ସହ ଠାକୁରଙ୍କ ନୀତିକାନ୍ତି ଆରମ୍ଭ କରିଥିଲେ। ଏହି ଘଟଣାକୁ ନେଇ ଉପଜିଲାପାଳ ଲିଙ୍ଗରାଜ ଥାନାରେ ଏତଲା ଦେବା ସହ ଜିଲାପାଳଙ୍କୁ ଅବଗତ କରାଇଛନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ଜଣାପଡ଼ିଛି। ଅନ୍ୟପଟେ ହାଇକୋର୍ଟଙ୍କ ଆଦେଶ ତଥା ପ୍ରଶାସନର ନିର୍ଦ୍ଦେଶକୁ ଉପେକ୍ଷା କରାଯାଇ ଏଭଳି କାର୍ଯ୍ୟ ଘଟିଥିବାରୁ ଖୁଣ୍ଟିଆ ସେବାୟତମାନେ ସେମାନଙ୍କ ସେବା ଅଧିକାର ପ୍ରାପ୍ତିରୁ ବଞ୍ଚିତ ହୋଇଛନ୍ତି। ସୂଚନାଥାଉ କି, ୨୦୦୦ ମସିହାରୁ ଖୁଣ୍ଟିଆ ସେବାୟତମାନେ କପିଳେଶ୍ୱରଙ୍କ ନିକଟରେ ଥିବା ତାଙ୍କ ସେବା ଅଧିକାର ପାଇବା ଲାଗି ଚେଷ୍ଟା ଚଳାଉଛନ୍ତି। ଏନେଇ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ତଳକୋର୍ଟଙ୍କ ରାୟ ମୁତାବକ ଖୁଣ୍ଟିଆ ସେବାୟତଙ୍କୁ ସେବାରେ ନିଯୁକ୍ତ କରି କପିଳେଶ୍ୱର ମନ୍ଦିରରେ ନୀତି ସ୍ବଭାବିକ କରିବା ପାଇଁ ଦେବୋତ୍ତର କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାମଲା ନଂ.୧୬୨୯୨/ ୨୦୧୯ ମୁତାବକ ଏହି ନିର୍ଦ୍ଦେଶକୁ ପାଳନ କରିବା ଲାଗି ପ୍ରଶାସନ ପ୍ରତିବର୍ଷ ଉଦ୍ୟମ ଚଳାଇଥିଲେ ମଧ୍ୟ ବିଫଳ ହୋଇଛି। ଚଳିତବର୍ଷ ଅନୁଷ୍ଠତ ବୈଠକରେ ମଲିଆ ସେବାୟତମାନେ ଅସହଯୋଗ କରିବାରୁ ପ୍ରଶାସନ କପିଳେଶ୍ୱର ମନ୍ଦିରରେ ତାଲା ପକାଇବାକୁ ନିଷ୍ପତ୍ତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri