ମଦଭାଟିରେ ଚାଲିଥିଲା ବ୍ରାଉନ୍‌ସୁଗାର ବେପାର: ମହିଳାଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୧୭।୨(ବ୍ୟୁରୋ): ମଞ୍ଚେଶ୍ୱର ପଳାଶୁଣିରେ ଥିବା ମଦଭାଟିରେ ଅବକାରୀ ବିଭାଗ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ଏଠାରୁ ୧୮୫ ଗ୍ରାମ ବ୍ରାଉନ୍‌ସୁଗାର ସହ ୧୧ହଜାର ଟଙ୍କା ଜବତ ହୋଇଛି। ଘଟଣାରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଛି। ତେବେ ମହିଳାଙ୍କ ଜରିଆରେ ବ୍ରାଉନ୍‌ସୁଗାର ବେପାର କରାଯାଉଥିବା ନେଇ ସୂଚନା ମିଳିଛି।

ଗିରଫ ମହିଳା ହେଲେ ପଳାଶୁଣିର ପ୍ରମିଳା ପ୍ରଧାନ। ମଦବେପାରୀ ହାଡ଼ିଆ ପୋଲିସ୍‌ ସ୍କାନରରୁ ବର୍ତ୍ତିବାକୁ ଏଭଳି ଭାବେ ମହିଳାଙ୍କ ଜରିଆରେ ବ୍ରାଉନସୁଗାର କାରବାର ଚଳାଇଥିଲା। ଏନେଇ ଭୁବନେଶ୍ୱର ଅବକାରୀ ଟିମ୍‌ ଖବର ପାଇ ଚଢ଼ାଉ କରିଥିବା ଜଣାପଡ଼ିଛି।