ପ୍ରଶାସନ ଶୁଣିଲାନି, ଗ୍ରାମବାସୀ ଘାଟି ରାସ୍ତା ନିର୍ମାଣ କଲେ

ଖଜୁରିପଡ଼ା,୨୭ା୩:ରାସ୍ତା ମରାମତି ପାଇଁ ବାରମ୍ବାର ଦରଖାସ୍ତ ଲେଖି ଗ୍ରାମବାସୀ ହତାଶ ହେଲେ। ବାରମ୍ବାର ରାସ୍ତା ପାଇଁ ପଲ୍ଲୀସଭାରେ କହି ନିରାଶ ହେଲେ। ଶେଷରେ ପ୍ରଶାସନ ଉପରୁ ଆଶା ଓ ଭରସା ଭାଙ୍ଗିଯିବା ପରେ ଗ୍ରାମସାଥୀ ପ୍ରଭାତ କହଁରଙ୍କ ଆହ୍ବାନ କ୍ରମେ ବାରିକୁମ୍ପା, ନୂଆଁ ସାହି ଏବଂ ଲଣ୍ଡୁରୁପଡା ଗ୍ରାମର ଯୁବକମାନେ ଏକତ୍ରିତ ହୋଇ ମାଟି ପକେଇ ଘାଟି ରାସ୍ତା ନିର୍ମାଣ କଲେ। ଏହିଭଳି ଘଟଣା ଦେଖିବାକୁ ମିଳିଛି ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ଗ୍ରାମ ପଞ୍ଚାୟତ ଅଧିନସ୍ତ ଲଣ୍ଡ୍ରୁପଡା ଗାଁରେ।
କାର୍ଯ୍ୟାଳୟ ଠାରୁ ପ୍ରାୟ ୩ କିମି ଏବଂ ଫୁଲବାଣୀ ସହର ଏବଂ ବ୍ଲକ କାର୍ଯ୍ୟାଳୟ ଠାରୁ ପ୍ରାୟ ୧୨ କିମି ଦୂର ଏହି ଗ୍ରାମ। ପ୍ରତିଦିନ ଗାଁ ନିକସ୍ଥ ନୂଆଁ ସାହି, ଦରଗଡ ଗଣ୍ଡା, ଗେଡ୍ରିପାଜୁ, ଖେତାପାଜୁ, ବଡ଼ଭୂଇଁ, ଭୁକ୍ତା କନାଲି, ସାତପଙ୍ଗା ଗ୍ରାମର ଲୋକ ବିଭିନ୍ନ କାମରେ ବଲସକୁମ୍ପା ବଜାର, ପଞ୍ଚାୟତ କାର୍ଯ୍ୟାଳୟ, ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଏବଂ ମେଡିକାଲ ବାରିକୁମ୍ପାକୁ ଯାତାୟାତ କରୁଛନ୍ତି। ହେଲେ ମରଣଯନ୍ତା ପାଲଟିଛି ଘାଟି ରାସ୍ତା। ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଗାଁ କୁ ମାଟି ରାସ୍ତା ହୋଇଛି, ଯାହା ସ୍ଥାନେ ସ୍ଥାନେ ଖାଲ ଢିପ ହୋଇଛି । ଘାଟିରେ ପଥର ମେଟାଲ ଓ ବଡ ବଡ ପଥର ସହିତ ଅର୍ଦ୍ଧ ନିର୍ମିିତ ପକ୍କା ରାସ୍ତା ଯୋଗୁଁ ଅନେକ ସମୟରେ ସାଇକେଲ, ବାଇକ୍‌ ଏବଂ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟୁଛି। ସେହିପରି ବର୍ଷା ଦିନରେ କାଦୁଅ ପାଣିରେ ରାସ୍ତା ଯୁଡୁବୁଡୁ ହୋଇ ରହିବା ସହିତ ପାଦଖସି ଅନେକ ଲୋକ ରାସ୍ତାରେ ପଡିଛନ୍ତି ବୋଲି କହିଛନ୍ତି। ପ୍ରତିଦିନ ବାରିକୂମ୍ପା ଓ ବଲସକୁମ୍ପା ସରକାରୀ ଉଚ୍ଚ ବିଦ୍ୟାଳୟକୁ ଛାତ୍ରୀଛାତ୍ର ପାଠ ପଢ଼ିବା ପାଇଁ ଯାଉଛନ୍ତି। ବିପଦ ସଙ୍କୁଳ ଅବସ୍ଥାରେ ଆମ୍ଭେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଏହି ରାସ୍ତା ଦେଇ ଯାତାୟାତ କରୁଛୁ। ଗାଁରେ କାହାର ଦେହ ଖରାପ ହେଲେ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଡାକିଲେ ଆମ୍ବୁଲାନ୍ସ ଗାଁକୁ ଯାଇପାରୁ ନାହିଁ। ତେଣୁ ରୋଗୀକୁ ଖଟିଆରେ ଭାର କରି ଗାଡ଼ି ପର୍ଯ୍ୟନ୍ତ ନେବାକୁ ପଡୁଛି ବୋଲି କହିଛନ୍ତି। ସ୍ଥାୟୀ ରାସ୍ତା ଖଣ୍ଡେ ନିର୍ମାଣ କରିବା ପାଇଁ ସରକାରଙ୍କୁ ବାରମ୍ବାର ଗୁହାରି କରି ହତାଶ ହେଲା ପରେ ଗ୍ରାମସାଥୀ ପ୍ରଭାତ କହଁରଙ୍କ ଆହ୍ବ୍ବାନ କ୍ରମେ ଆଜି ସମସ୍ତେ ମିଶି ନିଜ ପରିଶ୍ରମ ଦ୍ୱାରା ଘାଟି ରାସ୍ତା ମରାମତି କରୁଛୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

ବ୍ରେକ୍ ଫେଲ୍ ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା, ୨ ଡ୍ରାଇଭରଙ୍କ ମୃତ୍ୟୁ

ସୁନ୍ଦରଗଡ଼: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri