Posted inଖେଳ

ଫ୍ରେଞ୍ଚ୍‌ ଓପନ୍‌ରୁ ଓହରିବା ମାମଲା: କ୍ରୀଡ଼ାର ନୂଆ ସୋପାନରେ ଓସାକା

ପ୍ୟାରିସ୍‌,୩।୬(ଏପି): କ୍ରୀଡ଼ାରେ ଇଞ୍ଜୁରି ନେଇ ଆଥ୍‌ଲେଟମାନେ ଖୋଲାଖୋଲି ନିଜର ମତ ରଖିଥାନ୍ତି। ତେବେ ମାନସିକ ସ୍ବାସ୍ଥ୍ୟ ନେଇ କେହି ଆଥ୍‌ଲେଟ କୌଣସି ଇଭେଣ୍ଟରୁ ଓହରିବା ସମ୍ପୂର୍ଣ୍ଣ ଭିନ୍ନ କଥା। ମାନସିକ ଅବସାଦ ପାଇଁ ଫ୍ରେଞ୍ଚ୍‌ ଓପନରୁ ଓହରିବା ସହ ବିଶ୍ୱର ସବୁଠାରୁ ଦାମୀ ମହିଳା ଖେଳାଳି ନାଓମି ଓସାକା ଏବେ ବିତର୍କ ସୃଷ୍ଟି କରିଛନ୍ତି ଓ କ୍ରୀଡ଼ାକୁ ନୂଆ ଦିଗରେ ପହଞ୍ଚାଇଛନ୍ତି। ଏହି ମେଗା ଇଭେଣ୍ଟରୁ ଓହରି ଓସାକା ଟେନିସ ଅଧିକାରୀଙ୍କ ସହ ଚାଲିଥିବା ପରୋକ୍ଷ ବିବାଦର ଅନ୍ତ ଘଟାଇଛନ୍ତି। ଏହା ଦ୍ୱାରା ସେ କ୍ରୀଡ଼ାର ନୂଆ ତଥା ତୃତୀୟ ସୋପାନରେ ପଦାର୍ପଣ କରିଛନ୍ତି।
ପ୍ରଥମଥର ପାଇଁ ବିନା କୌଣସି ଇଞ୍ଜୁରିରେ କୌଣସି ଜଣେ ବଡ଼ ତାରକା ଖେଳାଳି ଏକ ମେଜର ଟୁର୍ନାମେଣ୍ଟରୁ ଓହରିଛନ୍ତି। ତେଣୁ ଓସାକାଙ୍କର ଏହି ନିଷ୍ପତ୍ତି ଅନେକଙ୍କର ହଜମ ହୋଇନାହିଁ। ଫଳରେ ଓସାକା କ୍ରୀଡ଼ାର ତୃତୀୟ ସୋପାନରେ ଅବତରଣ କରିଛନ୍ତି ବୋଲି ମନେହେଉଛି।
ଅଲିମ୍ପିଆନ ମାଇକେଲ ଫେଲ୍ପ ପୂର୍ବରୁ ନିଜର ମାନସିକ ସ୍ବାସ୍ଥ୍ୟ ନେଇ ଖୋଲାଖୋଲି ଭାବେ ମନ୍ତବ୍ୟ ରଖିଥିଲେ। ସେହିପରି ମହାନ୍‌ ବାସ୍କେଟବଲ୍‌ ଖେଳାଳି ଜେରୀ ଓ୍ବେଷ୍ଟ ଏ ନେଇ ନିଜର ମନ୍ତବ୍ୟ ଦେଇଥିଲେ। ମାନସିକ ଅବସାଦ ନେଇ ସେ ନିଜ ସଂଘର୍ଷର କାହାଣୀ ଉପସ୍ଥାପନ କରିଥିଲେ। ତେବେ ସେ ନିଜ କ୍ରୀଡ଼ା ଜୀବନ ଶେଷରେ ଏ ନେଇ ଯାହା କିଛି କହିଥିଲେ। ତେବେ ଅନ୍ୟ କେତେକ ଆଥ୍‌ଲେଟ ଜୀବନସାରା ନିଜର ସମସ୍ୟା ନେଇ ସଂଘର୍ଷ ଜାରି ରଖିଥିଲେ। ଆଗକୁ ଆଥ୍‌ଲେଟମାନେ ଓସାକାଙ୍କୁ ଅନୁସରଣ କରୁଛନ୍ତି କି ନା ତାହା ଦେଖିବାକୁ ବାକି ରହିଲା। ପୁଣି ପ୍ରଶଂସକ ଓ କ୍ରୀଡ଼ାଜଗତ ମଧ୍ୟ ଏ ନେଇ ପ୍ରତିକ୍ରିୟାଶୀଳ ହେବେ।
ଶରୀର ଆଘାତ ସମସ୍ୟା ଓ ମାନସିକ ସ୍ବାସ୍ଥ୍ୟ ମଧ୍ୟରେ ବହୁତ ଫରକ ରହିଛି ବୋଲି ଶିକାଗୋର ପ୍ରତିଷ୍ଠିତ ମନସ୍ତତ୍ୱବିତ୍‌ ଡ. ଓ୍ବେଣ୍ଡି ବୋରଲାବି କହିଛନ୍ତି। ପୂର୍ବରୁ ସେ ପେସାଦାର, ଅଲିମ୍ପିକ୍‌ ଓ କଲେଜ ଆଥ୍‌ଲେଟଙ୍କ ସହ କାର୍ଯ୍ୟ କରିଛନ୍ତି। ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ ଖୋଲାଖୋଲି ଆଲୋଚନା କଲେ ଖାସ୍‌କରି କ୍ରୀଡ଼ାରେ କଳଙ୍କକୁ ଆମେ ପଛରେ ପକାଇପାରିବା। ଖେଳାଳିମାନେ ମଧ୍ୟ ଏଥିରୁ ଲାଭ ପାଇପାରିବେ ବୋଲି ସେ କହିଛନ୍ତି।
କିଛିଦିନ ତଳେ କେଭିନ ଲଭ ଓ ଡିମାର ଡିରୋଜାନଙ୍କ ଭଳି ଏନ୍‌ବିଏ ଖେଳାଳି ଓ ଡବ୍ଲ୍ୟୁଏନ୍‌ବିଏର ଅଜା ଓ୍ବିଲସନ ନିଜର ଅବସାଦ ନେଇ ସଂଘର୍ଷ, ସଫଳତା ଓ ବିଫଳତାର କାହାଣୀ ଖୋଲାଖୋଲି ଭାବେ ଶେୟାର କରିଥିଲେ। କ୍ରୀଡ଼ାରେ ମାନସିକ ସ୍ବାସ୍ଥ୍ୟ ନେଇ ଯେ ସମସ୍ୟା ରହିଛି ଏହା ସ୍ବୀକାର କରିବାକୁ ହେବ। ତେଣୁ ଓସାକା ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସାହସିକ ବୋଲି କୁହାଯାଇପାରେ। ଓସାକା ଏ ନେଇ ଉଦାହରଣ ସୃଷ୍ଟି କରିଛନ୍ତି। ଏବେ ଆଥ୍‌ଲେଟମାନେ ମାନସିକ ସ୍ବାସ୍ଥ୍ୟ ନେଇ ଆଲୋଚନା କରିବାକୁ ଆଦୌ ଦ୍ୱିଧାବୋଧ କରିବେ ନାହିଁ। ଏହା ନିଶ୍ଚିତ ଭାବେ କ୍ରୀଡ଼ା ପାଇଁ ଶୁଭଙ୍କର ବୋଲି କୁହାଯାଇପାରେ। ଗଣମାଧ୍ୟମ ପ୍ରତି ଦାୟିତ୍ୱବୋଧତା ଖେଳାଳିଙ୍କ ମାନସିକ ସ୍ବାସ୍ଥ୍ୟର କ୍ଷତି ପହଞ୍ଚାଇବ। ତେଣୁ ଫ୍ରେଞ୍ଚ୍‌ ଓପନରୁ ଓସାକା ଓହରିବା କ୍ରୀଡ଼ାକୁ ଏକ ନୂଆ ଦିଗ ପ୍ରଦାନ କରିବା ସହ ନୂଆ ସୋପାନରେ ପହଞ୍ଚାଇଛି ବୋଲି କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri