Categories: ଖେଳ

ସୁଯୋଗ ଦେଲେ ନାହିଁ : କୋହଲି

ଦୁବାଇ,୨୫।୧୦: ପାକିସ୍ତାନ ଦଳକୁ ଶ୍ରେୟ ଦେବାକୁ ପଡ଼ିବ। ପ୍ରଥମେ ୨୦ ରନ୍‌ ମଧ୍ୟରେ ୩ ଉଇକେଟ ହରାଇ ସାରିଥିଲୁ। ଏହାକୁ କଦାପି ଭଲ ଆରମ୍ଭ କୁହାଯାଇ ପାରିବ ନାହିଁ। ବୋଲିଂରେ ଆମକୁ ଶୀଘ୍ର ଉଇକେଟ ଦରକାର ଥିଲା। କିନ୍ତୁ ତାଙ୍କ ଓପନରମାନେ (ବାବର ଆଜାମ ଓ ମହମ୍ମଦ ରିଜଓ୍ବାନ) ଆମକୁ ସୁଯୋଗ ଦେଲେ ନାହିଁ। ପାକିସ୍ତାନଠାରୁ ପରାଜୟ ପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏଭଳି କହିଛନ୍ତି।

“ପ୍ରଥମେ ପାକିସ୍ତାନର ବୋଲରଙ୍କ ଯୋଗୁ ଆମକୁ ଯେତିକି ରନ୍‌ ଦରକାର ଥିଲା, ତାହା ଆମେ ହାସଲ କରି ପାରି ନ ଥିଲୁ। ୧୫ରୁ ୨୦ ରନ୍‌ ଅଧିକ କରିଥିଲେ, ହୁଏତ ମ୍ୟାଚ୍‌ର ଫଳାଫଳ ଆମ ସପକ୍ଷରେ ହୋଇପାରିଥାନ୍ତା। ଆଉ ବୋଲିଂରେ ସ୍ଲୋ ବଲ ଏକ ବିକଳ୍ପ ଥିଲା। ହେଲେ କାକର କାରଣରୁ ତାହା ମଧ୍ୟ କାମ ଦେଇ ନ ଥିଲା। ଏହା ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌, ଶେଷ ନୁହେଁ। ଏଣୁ ଭୟବୀତ ହେବାର କୌଣସି ଆବଶ୍ୟକତା ନାହିଁ। ” ବୋଲି ମ୍ୟାଚ୍‌ ପରେ ଆୟୋଜିତ ଖବରଦାତା ସମ୍ମିଳନୀରେ କୋହଲି କହିଛନ୍ତି।

Share