ଭୁବନେଶ୍ୱର,୨୩ା୧୧: ନଭେମ୍ବର ଶେଷ ଆଡ଼କୁ ଶୀତ ବଢ଼ିବ। ୪ରୁ ୬ଡିଗ୍ରୀ ପାରଦ ଖସିବା ସହିତ ଶୀତ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ କୁହୁଡ଼ି ରହିବ। ବର୍ଷା ଯୋଗୁ ଶୀତ ଅନୁଭବ ହେଉ ନ ଥିବାବେଳେ ନଭେମ୍ବର ଶେଷ ଆଡ଼କୁ ଅଧିକ ଶୀତ ଅନୁଭୂତ ହେବ ବୋଲି ସୂଚନା ଦିଆଯାଇଛି।
ସେହିପରି ସୋମବାର ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ାରେ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଅନ୍ୟପଟେ ରବିବାର ସକାଳୁ ବିଭିନ୍ନ ଜାଗାରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ରାଜଧାନୀ ଭୁବନେଶ୍ୱର ସହିତ ଖୋର୍ଦ୍ଧା, ଗଞ୍ଜାମ, କୋରାପୁଟ, ଜଗତସିଂପୁର, ପୁରୀ ଓ ଅନ୍ୟାନ୍ୟ ଉପକୂଳ ଓଡ଼ିଶାରେ କୁହୁଡ଼ି ଦେଖିବାକୁ ମିଳିଥିଲା। ଅନେକ ସ୍ଥାନରେ ଦୃଶ୍ୟମାନ ୧୦୦ ମିଟରରୁ କମ୍ ମଧ୍ୟ ରହିଥିଲା।