୧୨ରୁ ବଢ଼ିବ ଶୀତ

ଭୁବନେଶ୍ୱର,୧୦ା୧୧(ବ୍ୟୁରେ): ରାଜ୍ୟରେ ହାଲୁକା ଶୀତ ଜାରି ରହିଛି। ତେବେ ଆସନ୍ତା ୧୨ ତାରିଖ ପରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରାଯାଇ ସୂଚନା ଦିଆଯାଇଛି। ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ତଳକୁ ଖସିବା ସମ୍ଭାବନା ରହିଛି। ଦୁଇଦିନ ହେବ ରାଜ୍ୟରେ କୋହଲା ପାଗ ଲାଗି ରହିଛି। ପାହାନ୍ତିଆ ଓ ସା ସମୟରେ ହାଲୁକା ଶୀତ ଅନୁଭୂତ ହେଉଛି। ଏଥିସହ କିଛି ସ୍ଥାନରେ କୁହୁଡ଼ି ପଡୁଥିବା ଦେଖିବାକୁ ମିଳିଛି। ବୁଧବାର ୭ ସହରରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ତଳେ ରହିଛି। ବୌଦ୍ଧରେ ସର୍ବନିମ୍ନ ୧୪ ଡିଗ୍ରୀ ସେଲ୍‌ସିୟସ ଥିବା ବେଳେ କୋରାପୁଟ ୧୪, ଦାରିଙ୍ଗବାଡ଼ି ୧୪.୫, ଫୁଲବାଣୀ ୧୫.୫, କେନ୍ଦୁଝର ୧୬, ଭବାନୀପାଟଣା ୧୬.୨, ନୟାଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।