Posted inଜାତୀୟ

୬ ଦିନ ପୂର୍ବରୁ ଶୀତ ଅଧିବେଶନ ଶେଷ

ନୂଆଦିଲ୍ଲୀ,୨୪।୧୨(ପି.ଟି.): ଚାଇନା ସହ ସୀମା ବିବାଦ ଉପରେ ଆଲୋଚନା ଲାଗି ବିରୋଧୀ ଦଳଗୁଡ଼ିକର କ୍ରମାଗତ ଦାବିକୁ ନେଇ ବାରମ୍ବାର ମୁଲତବୀ ମଧ୍ୟରେ ଧାର୍ଯ୍ୟ ସମୟର ୬ ଦିନ ପୂର୍ବରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଶୁକ୍ରବାର ଶେଷ ହୋଇଛି। ୧୩ ଦିନର କାର୍ଯ୍ୟଦିବସରେ ଲୋକ ସଭା ୯୭ ପ୍ରତିଶତ ଫଳପ୍ରଦ ହେବା ସହ ଅତିରିକ୍ତ ଖର୍ଚ୍ଚଦାବି ସମେତ ୭ ବିଲ୍‌ ଗୃହୀତ ହୋଇଥିବା ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି। ଡିସେମ୍ବର ୭ରୁ ଶୀତ ଅଧିବେଶନ ଆରମ୍ଭ ହୋଇ ୨୯ରେ ଶେଷ ହେବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା। ତେବେ ଆଗକୁ ବଡ଼ଦିନ ଏବଂ ନୂଆବର୍ଷ ପାଳନ ହେବାକୁ ଥିବାରୁ ଅଧିବେଶନ ଶୀଘ୍ର ଶେଷ କରିବା ଲାଗି ଉଭୟ ଗୃହର ସଦସ୍ୟମାନେ ସରକାରଙ୍କୁ ଅନୁରୋଧ କରିଥିଲେ ବୋଲି ବାଚସ୍ପତି କହିଛନ୍ତି। ସେହିପରି ରାଜ୍ୟ ସଭାକୁ ଶୁକ୍ରବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ୧୩ ଦିନରେ ରାଜ୍ୟ ସଭା ୬୪ ଘଣ୍ଟା ୫୦ ମିନିଟ ଚାଲିଥିଲା। ଉଚ୍ଚ ସଦନ ୧୦୨ ପ୍ରତିଶତ ଫଳପ୍ରଦ ହୋଇଥିବା ଏହାର ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କର କହିଛନ୍ତି। ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏବଂ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ଉପସ୍ଥିତ ଥିଲେ।

‘ବିତର୍କରୁ ପଳାୟନ କରିଛି କେନ୍ଦ୍ର’

ଜାତୀୟ ନିରାପତ୍ତା, ଚାଇନାର ଅତିକ୍ରମଣ, ମୁଦ୍ରାସ୍ଫୀତି ଓ ବେରୋଜଗାରୀ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିରୋଧୀ ବିତର୍କ ଦାବି କରୁଥିବାବେଳେ କେନ୍ଦ୍ର ସରକାର ମିଛ ବାହାନା କରି ପଳାୟନ କରିଥିବା ଶୁକ୍ରବାର କଂଗ୍ରେସ ଅଭିଯୋଗ ଆଣିଛି। ଧାର୍ଯ୍ୟ ଅବଧି ପୂର୍ବରୁ ପାର୍ଲାମେଣ୍ଟର ଶୀତ ଅଧିବେଶନକୁ ବନ୍ଦ କରିଦେବା ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ସମ୍ବେଦନଶୀଳ ପ୍ରସଙ୍ଗଗୁଡ଼ିକ ଉପରେ ସବୁ ବିରୋଧୀ ଦଳ ଆଲୋଚନା ଦାବି କରିଥିଲେ। କେନ୍ଦ୍ର ଏଥିରୁ ମୁହଁ ମୋଡ଼ିଦେବା ଏହାର ଶାସନ ବିଫଳତାକୁ ଦର୍ଶାଉଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’କୁ ମିଳୁଥିବା ଅଭୂତପୂର୍ବ ଜନ ସମର୍ଥନ ଓ ସଫଳତାକୁ ନେଇ ମୋଦି ସରକାର ବିଚଳିତ ହୋଇପଡ଼ିଛନ୍ତି। ତେଣୁ ଏହି ଐତିହାସିକ ପଦଯାତ୍ରାକୁ ରୋକିବା ପାଇଁ ବାହାନା ଖୋଜୁଛନ୍ତି।
ପକ୍ଷରୁ ଆରମ୍ଭ ହେବାକୁ ଥିବା ଏକ ନୂଆ ଲୋକସମ୍ପର୍କ ଅଭିଯାନ ଉପରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ଖାର୍ଗେ ଆହୁରି କହିଛନ୍ତି, ଶୀତ ଅଧିବେଶନ ବେଳେ ବିରୋଧୀ ଦଳଗୁଡ଼ିକ ୧୬ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲେ। କିନ୍ତୁ ମୋଦି ସରକାର ସେଗୁଡ଼ିକ ମଧ୍ୟରୁ ଗୋଟିଏ ପ୍ରସଙ୍ଗରେ ମଧ୍ୟ ବିତର୍କ କରାଇବାକୁ ଚାହିଁଲେ ନାହିଁ। ଉତ୍ତର ଦେବା ନଁାରେ ଭାଜପା ପକ୍ଷରୁ କେବଳ ବ୍ୟକ୍ତିଗତ ଆକ୍ରମଣ କରାଗଲା। ମୋଦି ସରକାରଙ୍କ ବିଫଳତା ଏଥିରୁ ସୁସ୍ପଷ୍ଟ ହୋଇଛି ବୋଲି ଖାର୍ଗେ ସମାଲୋଚନା କରିଛନ୍ତି। ଏହି ଅବସରରେ ସେ ଯୋଗ୍ୟତା ଭିତ୍ତିରେ ପ୍ୟାନେଲ ଗଠନ ସୁନିଶ୍ଚିତ କରିବାକୁ ପ୍ରଦେଶ କଂଗ୍ରେସ କମିଟିଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଉକ୍ତ ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ, ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ରଣଦୀପ ସୂର୍ଯ୍ୟଓ୍ବୋଲା, ମୁକୁଲ ଓ୍ବାସନିକ୍‌, କୁମାରୀ ସେଲ୍‌ଜା, ତାରିଖ ଅନଓ୍ବର, ଅବିନାଶ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri