ସେପ୍ଟେମ୍ବର ସରିଲାଣି: ଆସିନି ଶୀତ, ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡ଼ି,୨୯ା୯(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଅଞ୍ଚଳକୁ ଶୀତ ଆସିବାର ବିଳମ୍ବକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଦିନକୁ ଦିନ ଜଳବାୟୁର ପରିବର୍ତ୍ତନର ପ୍ରଭାବରେ ବର୍ଷାର ଅନିୟମିତତା ସହ ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ଗରମ ଅନୁଭୂତି ହେବା ଆଉ ସେପ୍ଟେମ୍ବରରୁ ଶୀତ ଆରମ୍ଭ ହେଉଥିବା ନଜିର ରହିଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ସରିବାକୁ ବସିଲାଣି ଆଉ ୨ ଦିନ ପରେ ଅକ୍ଟୋବର ଆରମ୍ଭ ହେବ କିନ୍ତୁ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଅଦ୍ୟାବଧି ଶୀତ ପ୍ରବେଶ କରିନାହିଁ। ଫଳରେ ଅଞ୍ଚଳବାସୀ ନିରାଶ ହେବା ସହ ଶୀତର ମଜା ନେବାକୁ ଆସୁଥିବା ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକମାନେ ନିରାଶ ହେଉଛନ୍ତି। ଆଉ କିଛିଦିନ ପରେ ଶାରଦୀୟ ଛୁଟି କାଟିବାକୁ ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସିବାକୁ ପ୍ରସ୍ତୁତି ହୋଇ ଆଗୁଆ ହୋଟେଲ ବୁକିଂ କରିସାରିଥିବାବେଳେ ଯଦି ସେହି ଛୁଟି ସମୟ ସୁଦ୍ଧା ଶୀତ ଆସି ନ ଥାଏ ତେବେ ପର୍ଯ୍ୟଟକ ନିରାଶ ହେବା ଆଶଙ୍କା ରହିଛି।
ପ୍ରକାଶ ଯେ, ସେପ୍ଟେମ୍ବରରେ ଶୀତ ପ୍ରବେଶ କରିଥାଏ। ଏଥିପାଇଁ ଅଞ୍ଚଳବାସୀ ନୂଆ ଶୀତବସ୍ତ୍ର କିଣିବା ଆରମ୍ଭ କରିଥାନ୍ତି। ଆଉ କିଛି ଲୋକ ସାଇତି ରଖିଥିବା ଶୀତବସ୍ତ୍ରକୁ ଏହି ମାସରେ ବାହାର କରି ବ୍ୟବହାର କରିଥାନ୍ତି କିନ୍ତୁ ଏବେ ତାହା ବ୍ୟତିକ୍ରମ ହୋଇଥିବା ଦେଖିବାକୁ ମିଳୁଛି ଏବେ ପର୍ଯ୍ୟନ୍ତ ବିନା ଫ୍ୟାନ୍‌, କୁଲର ଆଉ ଏସିର ବ୍ୟବହାର ଜାରି ରହିଛି। ଯାହାକି ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ ପଡ଼ିଥିବା ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବ୍ୟାପକ ପ୍ଲାଷ୍ଟିକ୍‌, ପଲିଥିନ୍‌ ବ୍ୟବହାରର ମୁଖ୍ୟ କାରଣ ବୋଲି କୁହାଯାଉଛି। ଆଗକୁ ଶୀତ ପ୍ରବେଶ ନ କଲେ ଚଳିତବର୍ଷ ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସିବାକୁ ମୁହଁ ଫେରାଇବେ ବୋଲି ଆଶଙ୍କା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା: ଏହି ରୁଟ୍‌ର ଟ୍ରେନ କ୍ୟାନସଲ୍‌, ଦେଖନ୍ତୁ ଲିଷ୍ଟ…

ନୂଆଦିଲ୍ଲୀ,୪।୨: ପ୍ରତିଦିନ ସାରା ଦେଶରେ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତି ଏବଂ ଏକ ବଡ଼ ସଂଖ୍ୟାରେ ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶ ମଧ୍ୟରେ ଯାତ୍ରା…

କାମରେ ଲାଗୁନି ‘ଆମ ଶୌଚାଳୟ’, ଅସୁବିଧା ଭୋଗୁଛନ୍ତି ଯାତ୍ରୀ

ଧର୍ମଶାଳା,୪।୩(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ବସ୍‌ ରହଣି ସ୍ଥାନରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ରହିଥିବା ଶୌଚାଳୟ କାମରେ ଲାଗୁନି। ଏହା ଅପରିଷ୍କାର ଭାବେ ଅଳିଆ ଆବର୍ଜନା…

କ୍ରମାଗତ ହ୍ରାସ ପୁଣି ବଢ଼ିଲା ସୁନା-ରୁପା ଦର: ଜାଣନ୍ତୁ କେତେ ହେଲା

ନୂଆଦିଲ୍ଲୀ,୪।୨: କ୍ରମାଗତ ହ୍ରାସ ପରେ ବୁଧବାର ପୁଣି ବଢ଼ିଛି ସୁନା, ରୁପା ଦର। ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬ ହଜାର ୬୬୦…

ଆହୁରି ଖସିବ ସୁନାଦର! ସରକାର ନେଲେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କିଣିବେ କେବେ?

ନୂଆଦିଲ୍ଲୀ,୪।୨: ସରକାର ଶେଷରେ ସୁନା ଏବଂ ରୂପା ଉପରେ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ କଷ୍ଟମ୍ସ ବୋର୍ଡ (CBIC) ଦ୍ୱାରା ଜାରି…

ସ୍କୁଲରୁ ଶୌଚ ପାଇଁ ଯାଇ ଆଉ ଫେରିନଥିଲେ, ଆଜି କୂଅରୁ ମିଳିଲା ମୃତଦେହ

ନୟାଗଡ଼, ୪।୨( ଲୋକନାଥ ମିଶ୍ର/ ସନ୍ତୋଷ ପ୍ରଧାନ): ନୟାଗଡ଼ ଜିଲା ଗଣିଆ ଥାନା ବିଜୟନଗର ଗ୍ରାମର ନିଖୋଜ ଜଣେ ସ୍କୁଲ ଛାତ୍ରଙ୍କ ମୃତଦେହ ବୁଧବାର କୂଅରୁ ଉଦ୍ଧାର…

ପୁଅର ମୃତ୍ୟୁ ପାଇଁ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଦାୟୀ କଲେ ମା’

ତୁମୁଡିବନ୍ଧ,୪ା୨ (ଦୀପକ କୁମାର ପରାସେଠ): ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ମଙ୍ଗଳବାର ମୃତ ଛାତ୍ରଙ୍କ ମା’ ଅଭିଯୋଗ ଆଣିଛନ୍ତି।…

ଭାରତ ତେଲ ନ କିଣିଲେ ବଡ଼ କ୍ଷତି ସହିବ ରୁଷିଆ! ହେବ ଏତେ କୋଟିର ଘାଟା…

ନୂଆଦିଲ୍ଲୀ,୪।୨: ଭାରତ କ’ଣ ପ୍ରକୃତରେ ରୁଷିଆରୁ ତେଲ କିଣିବା ବନ୍ଦ କରିଦେବ? ଆମେରିକା ସହିତ ବାଣିଜ୍ୟ ଚୁକ୍ତି ପରେ ଭାରତର ଶକ୍ତି ରଣନୀତି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ…

ଡକାୟତି ପାଇଁ କରୁଥିଲେ ଯୋଜନା, ଅତର୍କିତ ଚଢାଉ କଲା ପୋଲିସ, ତା’ପରେ…

ବଲାଙ୍ଗୀର, ୪।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସ ଟିମ ମଙ୍ଗଳବାର ପାଟ୍ରୋଲିଂ କରିବାବେଳେ ହାଇୱେ ଏବଂ ଆଖପାଖରେ ଡକାୟତି ଯୋଜନା କରୁଥିବା ୪ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri