ଶୀତଦିନିଆ କିଚେନ ଗାର୍ଡେନ

କାହା ପାଇଁ ସମୟ କାଟିବାର ବାହାନା ତ କାହା ପାଇଁ ଖର୍ଚ୍ଚକାଟର ମନ୍ତ୍ର। ଆଉ କିଏ ଖୁସିରେ କରନ୍ତି ଗାର୍ଡେନିଂ। ଏମିତି ଅନେକ ବାହାନା ନେଇ ମହିଳାମାନେ କରୁଛନ୍ତି କିଚେନ୍‌ ଗାର୍ଡେନ୍‌। ଆଉ ଶୀତଦିନ ହୋଇଥିବାରୁ ଏବେ ଅଧିକାଂଶ ମହିଳା ନିଜ ବାଡ଼ିରେ ହେଉ କି ଛାତ ଉପରେ ହେଉ ଫୁଲଗଛ ସହିତ ପନିପରିବା ଲଗାଇବାକୁ ବେଶି ପସନ୍ଦ କରୁଛନ୍ତି…

ଫୁଲ ହେଉ କି ଫଳ ନିଜେ ଚାଷ କରିବାରେ ଗୋଟେ ଭିନ୍ନ ଆନନ୍ଦ ରହିଛି। ତେଣୁ ସୁଯୋଗ ମିଳିବା ମାତ୍ରେ ଗୃହିଣୀମାନେ ବି ସଉକରେ କରନ୍ତି ଗାର୍ଡେନିଂ। କିଏ ଫୁଲ ଗଛଟିଏ ଲଗାଇ ଦିଏ ତ କିଏ ଫଳ ଗଛ ଲଗାଇ ଖୁସି ହୁଅନ୍ତି। ଏମିତିରେ ଘର ପାଖରେ ବଗିଚାଟିଏ ଦେଖିଲେ କାହାକୁ ବା ଖୁସି ନ ଲାଗେ! ସେଥିପାଇଁ ତ ଶୀତଦିନ ଆସିବା ମାତ୍ରେ ଅଧିକାଂଶ ଗୃହିଣୀ ଆରମ୍ଭ କରିଦିଅନ୍ତି ଗାର୍ଡେନିଂ। କିଏ ଛାତ ଉପରେ ତ କିଏ ଘର ପାଖରେ ଥିବା ଖାଲି ସ୍ଥାନରେ ଆରମ୍ଭ କରନ୍ତି ଗାର୍ଡେନିଂ। ଏମିତି କି ଅନେକେ ନିଜ ନିଜ ବାଲକୋନିରେ ବି ଗାର୍ଡେନିଂ କରି ଖୁସି ହୋଇ ପାରୁଛନ୍ତି।
ଗାର୍ଡେନିଂ କରିବାର ନିଆରା ଆକର୍ଷଣ ରହିଛି। କାରଣ ଏହି ଋତୁରେ ଅନେକ ପ୍ରକାରର ଋତୁକାଳୀନ ଫୁଲ, ଫଳ ଆଦି ଭଲ ହୋଇଥାଏ। ବିଶେଷକରି ସେବତୀ, ଗେଣ୍ଡୁ, ଗୋଲାପ ଆଦି ଅନେକ ପ୍ରକାରର ଫୁଲ କେବଳ ଏହି ଋତୁରେ ହିଁ ହୋଇଥାଏ। ସେହିପରି ଫୁଲକୋବି, କାକୁଡ଼ି, ବିନ୍ସ, ପାଳଙ୍ଗ ଆଦି ବିଭିନ୍ନ ପ୍ରକାରର ପରିବା ବି ଏହି ଋତୁରେ ବେଶ୍‌ ଭଲ ହୋଇଥାଏ। ତେଣୁ ଏହି ସମୟରେ ଅଧିକାଂଶ ଗାର୍ଡେନିଂ କରିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି।
ମନ ଖୁସି ହୁଏ: ଗୃହିଣୀମାନେ ସବୁବେଳେ ଘରେ ରହି ପରିବାର ଲୋକଙ୍କ ଦେଖାଶୁଣା କରିବା ଆଉ ରୋଷେଇ କରିବାରେ ଅନେକ ସମୟରେ ବୋର୍‌ ହୋଇଯାନ୍ତି। ସେଥିପାଇଁ ସମୟ ପାଇବା ମାତ୍ରେ କିଚେନ୍‌ ଗାର୍ଡେନ୍‌ କରିବାକୁ ପସନ୍ଦ କରିଥାନ୍ତି। ଆଉ ନିଜେ ଲଗାଇଥିବା ଫୁଲ ଫଳ ଗଛ ଦେଖି ବେଶ୍‌ ଖୁସି ହୋଇଯାନ୍ତି। ତେଣୁ ସୁବିଧା ସୁଯୋଗ ଥିଲେ ନିଜକୁ ଖୁସି ରଖିବା ପାଇଁ ଏଭଳି କିଚେନ୍‌ ଗାର୍ଡେନ୍‌ କରନ୍ତୁ।
ଖର୍ଚ୍ଚ କାଟର ଉପାୟ: ଘର ଆଗରେ ଖାଲି ଜାଗା ଥିଲେ ସେଥିରେ ବିଭିନ୍ନ ପ୍ରକାରର ପନିପରିବା ଗଛ ଲଗାଇଥାନ୍ତି ଗୃହିଣୀମାନେ। ଆଜିକାଲି ଅନେକ ଛାତ ଉପରେ କୁଣ୍ଡରେ ବି ଚାଷ କାମ କରୁଛନ୍ତି। ବେଳେବେଳେ ରୋଷେଇ ଘରର ଅଳିଆ ଆବର୍ଜନା ପକାଇବା ସ୍ଥାନରେ ଅନେକ ସମୟରେ ଆପେ ଆପେ ବିଭିନ୍ନ ପ୍ରକାରର ଗଛ ଉଠିଥାଏ, ବିଶେଷକରି କଖାରୁ, କଲରା, ଲଙ୍କା । ଆଉ ଗୃହିଣୀମାନେ ସେସବୁର ଟିକିଏ ଯତ୍ନ ନେବା ଫଳରେ ସେଥିରୁ ବି ଢେର୍‌ ପରିବା ମିଳିଥାଏ। ଏହି ମାଧ୍ୟମରେ ବେଳେବେଳେ ଘର ପାଇଁ ବିନା ଖର୍ଚ୍ଚରେ ପରିବା ମିଳିଯାଏ।
ଅବସାଦରୁ ମୁକ୍ତି: କିଚେନ୍‌ ଗାର୍ଡେନ୍‌ କରି ଅନେକେ ମଧ୍ୟ ଅବସାଦରୁ ମୁକ୍ତି ପାଇଥାନ୍ତି। କାରଣ ଏକୁଟିଆପଣରୁ ମୁକ୍ତି ପାଇବା ପାଇଁ ଗଛ ଲଗାଇବା ଏକ ସୁନ୍ଦର ଉପାୟ। ସେ ଫୁଲ ଗଛ ହେଉ କି ଫଳ ଗଛ, ଏହି ମାଧ୍ୟମରେ ଗୃହିଣୀମାନେ ନିଜକୁ ଖୁସି ରଖିପାରନ୍ତି ଓ ଅବସାଦରୁ ମୁକ୍ତି ପାଇଥାନ୍ତି।
ମନ ପସନ୍ଦ ଜିନିଷ: କିଚେନ୍‌ ଗାର୍ଡେନରେ ମହିଳାମାନେ ନିଜ ନିଜ ପସନ୍ଦର ପନିପରିବା ଓ ଫୁଲ ଗଛ ଲଗାଇଥାନ୍ତି। ତେଣୁ ନିଜ ପସନ୍ଦର ଜିନିଷକୁ ସବୁବେଳେ ପାଇପାରନ୍ତି। ଗେଣ୍ଡୁ ଫୁଲ ହେଉ କି କଞ୍ଚା ଲଙ୍କା ନିଜେ ଗଛ ଲଗାଇ ଅମଳ କରିବାରେ ଏକ ଭିନ୍ନ ମଜା ଅଛି। ତେଣୁ ଯାହାକୁ ଯେଉଁ ଜିନିଷ ପସନ୍ଦ ସେମାନେ ସେହି ପ୍ରକାରର ଗଛ ଲଗାଇଥାନ୍ତି।
ଉତ୍ତମ ସ୍ବାସ୍ଥ୍ୟ:ସବୁଠୁ ବଡ଼ କଥା ହେଉଛି କିଚେନ୍‌ ଗାର୍ଡେନରେ ଅର୍ଗାନିକ୍‌ ଉପାୟରେ ଚାଷ କରି ମହିଳାମାନେ ନିଜର ତଥା ପରିବାରର ସ୍ବାସ୍ଥ୍ୟକୁ ଠିକ୍‌ ରଖିବାର ସୁଯୋଗ ପାଆନ୍ତି। କାରଣ ବଜାରରେ ମିଳୁଥିବା ପନିପରିବାରେ ପ୍ରଚୁର ରାସାୟନିକ ସାର ପ୍ରୟୋଗ କରାଯାଉଛି, ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଖରାପ। କିନ୍ତୁ ଗୃହିଣୀଙ୍କ କିଚେନ୍‌ ଗାର୍ଡେନରେ ଜୈବିକ ଉପାୟରେ ହେଉଥିବା ପନିପରିବା ଆଣି ସମସ୍ତଙ୍କ ସ୍ବାସ୍ଥ୍ୟକୁ ଠିକ୍‌ ରଖି ହେଉଛି।

 

ଏମାନେ କ’ଣ କହନ୍ତି
ଗଛ ଛାଡ଼ି ଯିବାକୁ ମନ ହୁଏନି: ମତେ ଫୁଲ ଗଛ ଲଗାଇବାକୁ ଭଲ ଲାଗେ। ଶୀତଦିନିଆ ବିଭିନ୍ନ ପ୍ରକାରର ଫୁଲ ଗଛ ଛାତ ଉପରେ କୁଣ୍ଡରେ ଲଗାଇଛି। ଏବେ ଗେଣ୍ଡୁ ଆଉ ସେବତୀ ଅଧିକ ଫୁଟୁଥିବାରୁ ସେହି ଗଛ ଅଧିକ ଲଗାଇଛି। ଗେଣ୍ଡୁ ଫୁଲ ତ ବହୁତ ଫୁଟିଲାଣି। ଏସବୁ ଫୁଲ ବହୁତ ଦିନ ଗଛରେ ରହିବା ପରେ ତାକୁ ନେଇ ମୁଁ ଠାକୁରଙ୍କୁ ଦିଏ। ତେବେ ଫୁଲ ଫୁଟିବା ପରେ ଗଛଗୁଡ଼ିକୁ ଦେଖିଲେ ଏତେ ସୁନ୍ଦର ଲାଗେ ଯେ ମୁଁ ବହୁତ ସମୟ ଏଇ ଛାତ ଉପରେ ହିଁ ରହିଥାଏ। -କାଦମ୍ବିନୀ ଦାସ,ଗୃହିଣୀ, ସମେଇଗାଡ଼ିଆ, ଭୁବନେଶ୍ୱର
ପରିବା ଖର୍ଚ୍ଚ ମେଣ୍ଟିଯାଏ: ଶୀତଦିନେ ମୁଁ ଫୁଲ ଫଳ ସବୁ ପ୍ରକାରର ଗଛ ଛାତ ଉପରେ ଲଗାଏ। କାହିଁକି ନା ଏହି ଦିନେ ଗେଣ୍ଡୁ ସେବତୀ ଭଳି ବିଭିନ୍ନ ପ୍ରକାରର ଫୁଲ ବହୁତ ଫୁଟେ ଆଉ ସୁନ୍ଦର ଦେଖାଯାଏ। ଖାଲି ଫୁଲ ନୁହେଁ ଛାତ ଉପରେ ମୁଁ ପରିବା ଚାଷ ବି କରିଛି। କଞ୍ଚା ଲଙ୍କା, କାକୁଡ଼ି, କଖାରୁ, ବାଇଗଣ ଆଦି ଅଳ୍ପ ଗଛ ଲଗାଇଛି, ଯେଉଁଥିରୁ ଆମ ପରିବାରର ଆବଶ୍ୟକତା ପ୍ରାୟତଃ ମେଣ୍ଟିଯାଏ। ବାହାରେ ଯେତେ ପରିବା ମିଳିଲେ ବି ବଗିଚା ପରିବା’ର ସ୍ବାଦ ନିଆରା ଲାଗେ। ଆଉ ନିଜ ହାତରେ ଲଗାଇଥିବା ଫୁଲ ଗଛରୁ ଫୁଲଟିଏ ଠାକୁରଙ୍କୁ ଦେଲେ ବହୁତ ଶାନ୍ତି ଲାଗେ।
-ଜୟନ୍ତି ମହାନ୍ତି, ଗୃହିଣୀ, ମାଣିଖମ୍ବ, ମୋତିଗଞ୍ଜ, ବାଲେଶ୍ୱର
ଦେଖିଲେ ଖୁସି ଲାଗୁଛି: ମୁଁ ରହୁଥିବା ଘର ପାଖରେ ବହୁତ ଖାଲି ଜାଗା ଅଛି। ତେଣୁ ସେଠି ମୁଁ ଅମୃତ ଭଣ୍ଡା, ସଜନା, କଦଳୀ, ଲେମ୍ବୁ ଆଉ ପିଜୁଳି ଗଛ ଲଗାଇଛି। ଏସବୁ ଗଛ ସବୁବେଳେ ଆମ ଆବଶ୍ୟକତା ପୂରଣ କରୁଛି। ଏହା ସହିତ ଛାତ ଉପରେ ବି ମୁଁ ବିଭିନ୍ନ ପ୍ରକାରର ଫୁଲ ଗଛ ଓ ପରିବା ଲଗାଇଛି। ଏଥିରୁ ଯାହା ବି ମିଳୁଛି ଦେଖିଲେ ଖୁସି ଲାଗୁଛି। ତା ଛଡ଼ା କରୋନା ପାଇଁ ବାହାରକୁ ଯାଉ ନ ଥିବାରୁ କିଚେନ୍‌ ଗାର୍ଡେନରେ ସମୟ ବିତୁଛି। ଆଉ ମୋ ବଗିଚାରେ ଫୁଲଟିଏ ଫୁଟିଲେ ମତେ ଲାଗେ ସତେ ଯେମିତି ମୋ ପିଲାଏ ହସୁଛନ୍ତି।
-ସରିତା ପ୍ରିୟଦର୍ଶିନୀ, ଗୃହିଣୀ, ପଥରଗାଡ଼ିଆ, ଶିଖରଚଣ୍ଡି ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri