ଶୀତରେ ଥରୁଛି ଜି.ଉଦୟଗିରି, ତାପମାତ୍ରା ରହିଛି…

ଜି.ଉଦୟଗିରି,୨୩ା୧୨(ଡି.ଏନ୍‌.ଏ.): ଜି.ଉଦୟଗିରି ସହରରେ ଏକ ସପ୍ତାହ ହେବ ଶୀତର ଲହରି ଜାରିରହିଛି। ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସୋମବାର ୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଶୁକ୍ରବାର ମଧ୍ୟ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରହିଛି । ପ୍ରବଳ ଶୀତ ଓ କୋହଲା ପବନ ଯୋଗୁ ଦିନ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି। ବିଶେଷକରି ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରଭାବ ଅଧିକ ରହୁଛି। ଖ୍ରୀଷ୍ଟମାସ ଓ ଶୀତର ମଜା ନେବାକୁ ପର୍ଯ୍ୟଟକମାନେ ଆସୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସିର୍କି ଇକୋ ପାର୍କ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।