ଶୀତରେ ଥରୁଛି ଜି.ଉଦୟଗିରି

ଜି.ଉଦୟଗିରି,୨୨।୧୨(ଡି.ଏନ୍‌.ଏ): ଗତ ଚାରି ଦିନ ହେବ ଶୀତରେ ଥରୁଛି ଜି ଉଦୟଗିରି ସହର। ଏଠାରେ ଗୁରୁବାର ଦିନ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରହିଛି ବୋଲି ପାଣିପାଗ ତାପ ମାପକ ଯନ୍ତ୍ର ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି।
ସୋମବାର ଦିନଠାରୁ ପ୍ରବଳ ଶୀତ ଅନୁଭୂତ ହେଉଛି। ସୋମବାର ଦିନ ପାରଦ ୫ ଡିଗ୍ରୀ ସେଲସିୟସ ରହିଥିବା ବେଳେ ମଙ୍ଗଳବାର ଦିନ ୫.୫ଡିଗ୍ରୀ ଓ ବୁଧବାର ଦିନ ୬.୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିଭଳି ଗୁରୁବାର ଦିନ ୬ ଡିଗ୍ରୀ ରେକର୍ଡ କରାଯାଇଛି। ପ୍ରବଳ ଶୀତ ଯୋଗୁ ଜନଜୀବନ ପ୍ରଭାବିତ ହେଉଛି । ଅପରପକ୍ଷେଶୀତର ମଜା ନେବା ପାଇଁ ପର୍ଯ୍ୟଟକ ମାନଙ୍କ ଆସିବା ସଂଖ୍ୟା ବୃଦ୍ଧି ପାଇଛି ।