ଜିଟି ପାଇଁ ବିଜୟ ଲକ୍ଷ୍ୟ ୧୮୯…

କୋଲକାତା, ୨୪।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମଙ୍ଗଳବାର ଗୁଜରାଟ ଟାଇଟନ୍ସ(ଜିଟି) ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ପଶ୍ଚିମବଙ୍ଗର କୋଲକାତାସ୍ଥିତ ଇଡେନ୍‌ ଗାର୍ଡେନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଜିଟି ଟିମ୍‌ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ ଜିଣିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆର୍‌ଆର୍‌ ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରିଥିଲା।

ନିର୍ଦ୍ଧାରିତ ୨୦ ଓଭରରେ ଆର୍‌ଆର୍‌ ଟିମ୍‌ ୬ ଓ୍ବିକେଟ ହରାଇ ୧୮୮ ରନ୍‌ କରିଛି। ଫଳରେ ଜିଟି ପାଇଁ ବିଜୟ ଲକ୍ଷ୍ୟ ୧୮୯ ରନ୍‌ ରହିଛି।

ଆର୍‌ଆର୍‌ ପକ୍ଷରୁ ଜୋସ୍‌ ବଟଲର ୫୬ ବଲ୍‌ରେ ୮୯ ରନ୍‌ର ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେହିପରି ସଞ୍ଜୁ ସାମସନ୍‌ ୨୬ ବଲ୍‌ରେ ୪୭ ରନ୍‌, ଦେବଦୁତ ପାଦିକଲ୍‌ ୨୦ ବଲ୍‌ରେ ୨୮ ରନ୍‌ କରିଥିଲେ।

Share