କୁଟୀର ଶିଳ୍ପରେ ପରିଣତ ହୋଇଛି ଦେଶୀମଦ

ପାଟଣା,୧୪ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅବକାରୀ ଥାନା ଅଞ୍ଚଳରେ ମହୁଲି ମଦ ତିଆରି ଏକ ପ୍ରକାର କୁଟୀର ଶିଳ୍ପରେ ପରିଣତ ହୋଇଛି। ପାଟଣା ଓ ସାହାରପଡ଼ା ବ୍ଲକ୍‌ର ବିଭିନ୍ନ ଗ୍ରାମରେ ଥିବା ନଦୀ କୂଳ, ପୋଖରୀ ହୁଡ଼ା ଓ ଜଙ୍ଗଲ ମଧ୍ୟରେ ଅବାଧରେ ମହୁଲି ମଦ ପ୍ରସ୍ତୁତ କରାଯାଉଛି। ଏହାକୁ ମାଫିଆମାନେ ବାଇକ୍‌, ଅଟୋ ଯୋଗେ ନିକଟସ୍ଥ ଗ୍ରାମକୁ ଚାଲାଣ କରୁଛନ୍ତି। ମଦ୍ୟପାନ ଯୋଗୁ ପାରିବାରିକ ଅଶାନ୍ତି ସହ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି। ଉଭୟ ଅବକାରୀ ଓ ପୋଲିସ ବିଭାଗ ଅବଗତ ଥିଲେ ବି ଢିଲା କାର୍ଯ୍ୟାନୁଷ୍ଠାନ ଯୋଗୁ ଅଞ୍ଚଳରେ ଚୋରାମଦ କାରବାର ବୃଦ୍ଧି ପାଉଛି।
ବ୍ଲକ୍‌ର ହୀରାପଶି, ବାଇଦିବଜା, ରୁଢ଼ିଆପଡ଼ା, ପୁରୁଣା ପାଣି, ନୂଆଗାଁ, ଜାମୁପଶି, ଗୁଠୁଭୂଇଁ, ସାହାରପଡ଼ା ବ୍ଲକ୍‌ର ଚୁନୁ ସାହି, ରାଧାପୁର, କଣ୍ଢେଇପଡ଼ା, ଭାଳିଆଡ଼ିହା, ହରିହରପୁର, ଦାମାହୁଦା, ବାଲିପଶି, ବଡ଼ପଡ଼ା ଆଦି ଗ୍ରାମରେ ବହୁଳ ଭାବେ ଦେଶୀ ମଦ (ମହୁଲି) ରନ୍ଧା ଯାଉଛି। ମଦ ମାଫିଆମାନେ ଏହାକୁ ନିକଟସ୍ଥ ଗ୍ରାମଗୁଡ଼ିକୁ ଚାଲାଣ କରୁଛନ୍ତି। ଦୀର୍ଘଦିନରୁ ଏ ଅଞ୍ଚଳରେ ବେଆଇନ ମଦ କାରବାର ଚାଲିଥିବା ବେଳେ ଅବକାରୀ ବିଭାଗ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ମଦ ମାଫିଆ ଓ କିଛି ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସଲାସୁତରା ଯୋଗୁ ଚଢ଼ାଉ ପୂର୍ବରୁ ମାଫିଆମାନେ ଘଟଣାସ୍ଥଳ ଛାଡ଼ି ଚାଲିଯାଉଛନ୍ତି। କର୍ମଚାରୀମାନେ କେବଳ ସରଞ୍ଜାମ ଜବତ କରି ମଦ ପାଇଁ ପ୍ରସ୍ତୁତ ହୋଇଥିବା ପୋଚକୁ ନଷ୍ଟ କରି ଫେରୁଛନ୍ତି। ଉଭୟ ବ୍ଲକ୍‌ରେ ବିଷାକ୍ତ ମଦ ପିଇ ଲୋକେ ରୋଗଗ୍ରସ୍ତ ହେବା ସହ ପାରିବାରିକ ଅଶାନ୍ତି ବୃଦ୍ଧି ପାଉଛି। ମଦ୍ୟପାନ କରି ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା ଘଟୁଥିବା ନଜିର ମଧ୍ୟ ରହିଛି। ଏନେଇ ଜିଲା ଅବକାରୀ ଅଧୀକ୍ଷକ ନାରାୟଶ ମେହେରଙ୍କୁ ପଚାରିବାରେ କହିଥିଲେ ଯେ, ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଚୋରାମଦ କାରବାର ଉପରେ ଚଢ଼ାଉ ହେଉଛି। ଆଗକୁ ଏହା ବ୍ୟାପକ କରାଯାଇ ମଦ ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri