କୁଟୀର ଶିଳ୍ପରେ ପରିଣତ ହୋଇଛି ଦେଶୀମଦ

ପାଟଣା,୧୪ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅବକାରୀ ଥାନା ଅଞ୍ଚଳରେ ମହୁଲି ମଦ ତିଆରି ଏକ ପ୍ରକାର କୁଟୀର ଶିଳ୍ପରେ ପରିଣତ ହୋଇଛି। ପାଟଣା ଓ ସାହାରପଡ଼ା ବ୍ଲକ୍‌ର ବିଭିନ୍ନ ଗ୍ରାମରେ ଥିବା ନଦୀ କୂଳ, ପୋଖରୀ ହୁଡ଼ା ଓ ଜଙ୍ଗଲ ମଧ୍ୟରେ ଅବାଧରେ ମହୁଲି ମଦ ପ୍ରସ୍ତୁତ କରାଯାଉଛି। ଏହାକୁ ମାଫିଆମାନେ ବାଇକ୍‌, ଅଟୋ ଯୋଗେ ନିକଟସ୍ଥ ଗ୍ରାମକୁ ଚାଲାଣ କରୁଛନ୍ତି। ମଦ୍ୟପାନ ଯୋଗୁ ପାରିବାରିକ ଅଶାନ୍ତି ସହ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି। ଉଭୟ ଅବକାରୀ ଓ ପୋଲିସ ବିଭାଗ ଅବଗତ ଥିଲେ ବି ଢିଲା କାର୍ଯ୍ୟାନୁଷ୍ଠାନ ଯୋଗୁ ଅଞ୍ଚଳରେ ଚୋରାମଦ କାରବାର ବୃଦ୍ଧି ପାଉଛି।
ବ୍ଲକ୍‌ର ହୀରାପଶି, ବାଇଦିବଜା, ରୁଢ଼ିଆପଡ଼ା, ପୁରୁଣା ପାଣି, ନୂଆଗାଁ, ଜାମୁପଶି, ଗୁଠୁଭୂଇଁ, ସାହାରପଡ଼ା ବ୍ଲକ୍‌ର ଚୁନୁ ସାହି, ରାଧାପୁର, କଣ୍ଢେଇପଡ଼ା, ଭାଳିଆଡ଼ିହା, ହରିହରପୁର, ଦାମାହୁଦା, ବାଲିପଶି, ବଡ଼ପଡ଼ା ଆଦି ଗ୍ରାମରେ ବହୁଳ ଭାବେ ଦେଶୀ ମଦ (ମହୁଲି) ରନ୍ଧା ଯାଉଛି। ମଦ ମାଫିଆମାନେ ଏହାକୁ ନିକଟସ୍ଥ ଗ୍ରାମଗୁଡ଼ିକୁ ଚାଲାଣ କରୁଛନ୍ତି। ଦୀର୍ଘଦିନରୁ ଏ ଅଞ୍ଚଳରେ ବେଆଇନ ମଦ କାରବାର ଚାଲିଥିବା ବେଳେ ଅବକାରୀ ବିଭାଗ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ମଦ ମାଫିଆ ଓ କିଛି ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସଲାସୁତରା ଯୋଗୁ ଚଢ଼ାଉ ପୂର୍ବରୁ ମାଫିଆମାନେ ଘଟଣାସ୍ଥଳ ଛାଡ଼ି ଚାଲିଯାଉଛନ୍ତି। କର୍ମଚାରୀମାନେ କେବଳ ସରଞ୍ଜାମ ଜବତ କରି ମଦ ପାଇଁ ପ୍ରସ୍ତୁତ ହୋଇଥିବା ପୋଚକୁ ନଷ୍ଟ କରି ଫେରୁଛନ୍ତି। ଉଭୟ ବ୍ଲକ୍‌ରେ ବିଷାକ୍ତ ମଦ ପିଇ ଲୋକେ ରୋଗଗ୍ରସ୍ତ ହେବା ସହ ପାରିବାରିକ ଅଶାନ୍ତି ବୃଦ୍ଧି ପାଉଛି। ମଦ୍ୟପାନ କରି ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା ଘଟୁଥିବା ନଜିର ମଧ୍ୟ ରହିଛି। ଏନେଇ ଜିଲା ଅବକାରୀ ଅଧୀକ୍ଷକ ନାରାୟଶ ମେହେରଙ୍କୁ ପଚାରିବାରେ କହିଥିଲେ ଯେ, ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଚୋରାମଦ କାରବାର ଉପରେ ଚଢ଼ାଉ ହେଉଛି। ଆଗକୁ ଏହା ବ୍ୟାପକ କରାଯାଇ ମଦ ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ପରେ ଇସ୍ତ୍ରାଏଲ ଉପରେ ଆକ୍ରମଣ କଲେ ହୁଥି ବିଦ୍ରୋହୀ, ସାମରିକ ଘାଟି ଉପରେ କ୍ଲଷ୍ଟର….

ତେହେରାନ,୫।୪: ଇରାନ ବ୍ୟତୀତ, ୟେମେନର ହୁତି ବିଦ୍ରୋହୀମାନେ ଏବେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହୁଥି ବିଦ୍ରୋହୀମାନେ…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri