ଖର୍ଚ୍ଚାନ୍ତ ଆଳରେ ଖତ କରିଦେଲେ

ଭୁବନ, (ବିପିନ ବିହାରୀ ସେଠୀ)୧୪।୧୧(ଡି.ଏନ୍‌.ଏ.): ଭୁଶୁଡ଼ି ପଡ଼ିଛି ଡ୍ରେନେଜ୍‌ ବ୍ୟବସ୍ଥା। କେଉଁଠି ପୋତି ହୋଇ ରାସ୍ତାରେ ମିଶିଗଲାଣି ତ ଅନ୍ୟ କେଉଁଠି ନର୍ଦ୍ଦମାଜଳ ନିଷ୍କାସନ ପାଇଁ ବାଟ ମିଳୁନି। ଗଳିକନ୍ଦି ଆବର୍ଜନାମୁକ୍ତ ହୋଇପାରୁ ନ ଥିବାବେଳେ ମଶା ଡାଅଁାଶରେ କଲବଲ ହେଉଛନ୍ତି ଏସିଆ ମହାଦେଶର ସର୍ବବୃହତ୍‌ ଗ୍ରାମ ଭୁବନ ଅଞ୍ଚଳବାସୀ। ଏନ୍‌ଏସି କର୍ତ୍ତୃପକ୍ଷ ଅଧିକ ଖର୍ଚ୍ଚାନ୍ତ ଆଳ ଦେଖାଇ ୨୦୧୬ରୁ ଟିଫା ମେଶିନକୁ ମାତ୍ର ଦୁଇଦିନ ବ୍ୟବହାର କରିବା ପରେ ଖୋଲା ଆକାଶ ତଳେ ପକାଇ ଖତ କରିଦେଇଥିବାବେଳେ ଏବେ ମଶା ଯନ୍ତ୍ରଣାରେ ସହରୀ ମଣିଷ କଲବଲ ହେଉଥିବା ଅଭିଯୋଗ ହୋଇଛି।
୧୯୭୨ରେ ଭୁବନକୁ ମିଳିଥିଲା ଏନ୍‌ଏସି ମାନ୍ୟତା। ୧୫ ଓ୍ବାର୍ଡବିଶିଷ୍ଟ ଏହି ପୌରାଞ୍ଚଳ ୨୦୨୩ରେ ପାଳିବ ସୁବର୍ଣ୍ଣ ଜୟନ୍ତୀ। ହେଲେ ଦୀର୍ଘ ୫୦ ବର୍ଷ ମଧ୍ୟରେ ପରିମଳ ବ୍ୟବସ୍ଥାରେ ଯେତିକି ସୁଧାର ହେବା କଥା, ତାହା ହୋଇପାରି ନ ଥିବା ଅଭିଯୋଗ ହେଉଛି। ଏହାର ପ୍ରମୁଖ କାରଣ ସଫେଇ ବ୍ୟବସ୍ଥାର ଘରୋଇକରଣ କରି ଠିକାସଂସ୍ଥା ହାତକୁ ଟେକିଦେବା ବୋଲି କୁହାଯାଉଛି। ମୋଟ ୧୫ ଓ୍ବାର୍ଡ ମଧ୍ୟରୁ ମାତ୍ର ୩ଟିର ପରିମଳ ବ୍ୟବସ୍ଥା ସିଧାସଳଖ ଏନ୍‌ଏସି କର୍ତ୍ତୃପକ୍ଷ ବୁଝୁଥିବାବେଳେ ଅବଶିଷ୍ଟ ୧୨ଟି ଓ୍ବାର୍ଡ ଠିକାସଂସ୍ଥାକୁ ଦିଆଯାଇଛି। ଇତିମଧ୍ୟରେ ସହରାଞ୍ଚଳର ପରିମଳ ବ୍ୟବସ୍ଥା ସୁଧାର ଲାଗି ସ୍ବଚ୍ଛସାଥୀଙ୍କୁ ନିଯୁକ୍ତ କରାଯାଇଛି। ଅଳିଆ ଗାଡ଼ି ବୁଲୁଛି। ତଥାପି ଆବର୍ଜନା ମୁକ୍ତ ସହର ପରିକଳ୍ପନା ବାଟ ହୁଡୁଛି। ବିପର୍ଯ୍ୟସ୍ତ ପରିମଳ ନେଇ ଏନ୍‌ଏସି ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ହେଁ, ଏଥିପ୍ରତି କେହି ଗୁରୁତ୍ୱ ଦେଉନାହାନ୍ତି। ଫଳରେ ନାଳନର୍ଦ୍ଦମା, ପୂତିଗନ୍ଧମୟ ପରିବେଶ ପାଇଁ ମଶାବଂଶ ବୃଦ୍ଧି ଘଟୁଛି।
ସହରରେ ମଶାବଂଶ ନିୟନ୍ତ୍ରଣ କରିବାକୁ ୨୦୧୬ରେ ତତ୍କାଳୀନ ଏମ୍‌ପି ତଥାଗତ ସତପଥୀ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଏକ ଟିଫା ମେଶିନ ପ୍ରଦାନ କରିଥିଲେ। ତେବେ ମାତ୍ର ୨ ଦିନ ସହରରେ ଧୂଅଁା ଛାଡ଼ିବା ପରେ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଆଳ ଦେଖାଇ ଏହାକୁ ଏନ୍‌ଏସି କର୍ତ୍ତୃପକ୍ଷ ବାହାରେ ପକାଇଦେଲେ। ଖରା, ବର୍ଷାରେ ପଡ଼ି ଏହା ଅଚଳ ହୋଇଗଲା। ଏହାକୁ ମରାମତି କରିବା ଲାଗି ନିଘା ନ ଥିବାବେଳେ ଏବେ ଏକ ନୂଆ ମେଶିନ ଆଣିବା ପାଇଁ ଯୋଜନା କରାଯାଉଛି, ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ। ଏଥିପ୍ରତି ଗୁରୁତ୍ୱ ନ ଦେଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ସହରବାସୀ ଚେତାବନୀ ଦେଇଛନ୍ତି।
ଏ ସଂକ୍ରାନ୍ତରେ ନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ସାହୁ କୁହନ୍ତି, ସହରକୁ ମଶାମୁକ୍ତ କରିବା ଲାଗି ପ୍ରୟାସ ଚାଲିଛି। ନୂତନ ଫଗିଂ ମେଶିନ ଅଣାଯିବାକୁ ପ୍ରସ୍ତାବ ଦିଆଯାଇଛି। ମଶାତେଲ ବାଟମାରଣା ହେଉଥିବା ନେଇ ଯେଉଁ ଅଭିଯୋଗ ହୋଇଛି, ତାହାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କାଉନ୍‌ସିଲ ବୈଠକରେ ପ୍ରସ୍ତାବ ଦିଆଯିବ
ସହରର ପରିମଳ ଦାୟିତ୍ୱରେ ଥିବା ଠିକାଦାରଙ୍କ ସହ ଆଲୋଚନା କରାଯିବ। ନୂଆ ଫଗିଂ ମେଶିନ କିଣିବା ଲାଗି ଆଗାମୀ କାଉନ୍‌ସିଲ ବୈଠକରେ ପ୍ରସ୍ତାବ ରଖାଯିବ।
-ଗିରିଧାରୀ ସାହୁ, ୧ନଂ. ଓ୍ବାର୍ଡ କାଉନ୍‌ସିଲର
ମଶାତେଲ ବାଟମାରଣା ହେଉଛି
ମଶାତେଲ ବାଟମାରଣା ହେଉଛି। ମଶାତେଲ ସିଞ୍ଚନ ସମୟରେ ଲୋକଙ୍କଠାରୁ ଅଣାଯାଉଥିବା ତଥ୍ୟର ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିବ।
-ପପୁ କୁମାର ସାହୁ, ୯ନଂ. ଓ୍ବାର୍ଡ କାଉନ୍‌ସିଲର
କାଗଜ କଲମରେ ଉନ୍ନତି ଚାଲିଛି
ଭୁବନ ଏନ୍‌ଏସିରେ କାଗଜ କଲମରେ ଉନ୍ନୟନମୂଳକ କାର୍ଯ୍ୟ ଚାଲିଛି। ସମସ୍ୟାର ସମାଧାନ ପ୍ରତି କେହି ଆନ୍ତରିକତା ଦେଖାଉନାହାନ୍ତି।
-ବିନୋଦ ମହାରଣା, ଜିଲା କଂଗ୍ରେସ ସାଧାରଣ ସମ୍ପାଦକ
ଏଣିକି ଆନ୍ଦୋଳନ ତୀବ୍ର ହେବ
ଭୁବନର ବିକାଶ ପାଇଁ ସାମାଜିକ ଗଣମାଧ୍ୟମରେ ସ୍ବର ଉତ୍ତୋଳନ କରାଯାଉଛି। ଏହାକୁ କେହି ଗୁରୁତ୍ୱ ଦେଉନାହାନ୍ତି। ଏଣିକି ଆନ୍ଦୋଳନ ତୀବ୍ର ହେବ।
-ଲକ୍ଷ୍ମଣ ଦାସ, ଯୁବ ସଙ୍ଗଠକ
ଗୋଟିଏ ଛୋଟ ଫଗିଂ ମେଶିନ ଅଣାଯିବ
ସହରରେ ପରିମଳ ବିଗିଡ଼ିଥିବା ଅନୁଭବ ହେଉଛି। ସଫେଇ ଏବଂ ମଶା ନିୟନ୍ତ୍ରଣ ଲାଗି ଯଥାସାଧ୍ୟ ଉଦ୍ୟମ କରାଯିବ। ପୁରୁଣା ଟିଫା ମେଶିନରେ ଅଧିକ ଖର୍ଚ୍ଚ ହେଉଥିବାରୁ ଗୋଟିଏ ଛୋଟ ଫଗିଂ ମେଶିନ ଅଣାଯିବାକୁ ଯୋଜନା କରାଯାଉଛି।
-ଶୁଭେନ୍ଦୁ କୁମାର ସାହୁ, ନଗରପାଳ

 


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri