ଖର୍ଚ୍ଚାନ୍ତ ଆଳରେ ଖତ କରିଦେଲେ

ଭୁବନ, (ବିପିନ ବିହାରୀ ସେଠୀ)୧୪।୧୧(ଡି.ଏନ୍‌.ଏ.): ଭୁଶୁଡ଼ି ପଡ଼ିଛି ଡ୍ରେନେଜ୍‌ ବ୍ୟବସ୍ଥା। କେଉଁଠି ପୋତି ହୋଇ ରାସ୍ତାରେ ମିଶିଗଲାଣି ତ ଅନ୍ୟ କେଉଁଠି ନର୍ଦ୍ଦମାଜଳ ନିଷ୍କାସନ ପାଇଁ ବାଟ ମିଳୁନି। ଗଳିକନ୍ଦି ଆବର୍ଜନାମୁକ୍ତ ହୋଇପାରୁ ନ ଥିବାବେଳେ ମଶା ଡାଅଁାଶରେ କଲବଲ ହେଉଛନ୍ତି ଏସିଆ ମହାଦେଶର ସର୍ବବୃହତ୍‌ ଗ୍ରାମ ଭୁବନ ଅଞ୍ଚଳବାସୀ। ଏନ୍‌ଏସି କର୍ତ୍ତୃପକ୍ଷ ଅଧିକ ଖର୍ଚ୍ଚାନ୍ତ ଆଳ ଦେଖାଇ ୨୦୧୬ରୁ ଟିଫା ମେଶିନକୁ ମାତ୍ର ଦୁଇଦିନ ବ୍ୟବହାର କରିବା ପରେ ଖୋଲା ଆକାଶ ତଳେ ପକାଇ ଖତ କରିଦେଇଥିବାବେଳେ ଏବେ ମଶା ଯନ୍ତ୍ରଣାରେ ସହରୀ ମଣିଷ କଲବଲ ହେଉଥିବା ଅଭିଯୋଗ ହୋଇଛି।
୧୯୭୨ରେ ଭୁବନକୁ ମିଳିଥିଲା ଏନ୍‌ଏସି ମାନ୍ୟତା। ୧୫ ଓ୍ବାର୍ଡବିଶିଷ୍ଟ ଏହି ପୌରାଞ୍ଚଳ ୨୦୨୩ରେ ପାଳିବ ସୁବର୍ଣ୍ଣ ଜୟନ୍ତୀ। ହେଲେ ଦୀର୍ଘ ୫୦ ବର୍ଷ ମଧ୍ୟରେ ପରିମଳ ବ୍ୟବସ୍ଥାରେ ଯେତିକି ସୁଧାର ହେବା କଥା, ତାହା ହୋଇପାରି ନ ଥିବା ଅଭିଯୋଗ ହେଉଛି। ଏହାର ପ୍ରମୁଖ କାରଣ ସଫେଇ ବ୍ୟବସ୍ଥାର ଘରୋଇକରଣ କରି ଠିକାସଂସ୍ଥା ହାତକୁ ଟେକିଦେବା ବୋଲି କୁହାଯାଉଛି। ମୋଟ ୧୫ ଓ୍ବାର୍ଡ ମଧ୍ୟରୁ ମାତ୍ର ୩ଟିର ପରିମଳ ବ୍ୟବସ୍ଥା ସିଧାସଳଖ ଏନ୍‌ଏସି କର୍ତ୍ତୃପକ୍ଷ ବୁଝୁଥିବାବେଳେ ଅବଶିଷ୍ଟ ୧୨ଟି ଓ୍ବାର୍ଡ ଠିକାସଂସ୍ଥାକୁ ଦିଆଯାଇଛି। ଇତିମଧ୍ୟରେ ସହରାଞ୍ଚଳର ପରିମଳ ବ୍ୟବସ୍ଥା ସୁଧାର ଲାଗି ସ୍ବଚ୍ଛସାଥୀଙ୍କୁ ନିଯୁକ୍ତ କରାଯାଇଛି। ଅଳିଆ ଗାଡ଼ି ବୁଲୁଛି। ତଥାପି ଆବର୍ଜନା ମୁକ୍ତ ସହର ପରିକଳ୍ପନା ବାଟ ହୁଡୁଛି। ବିପର୍ଯ୍ୟସ୍ତ ପରିମଳ ନେଇ ଏନ୍‌ଏସି ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ହେଁ, ଏଥିପ୍ରତି କେହି ଗୁରୁତ୍ୱ ଦେଉନାହାନ୍ତି। ଫଳରେ ନାଳନର୍ଦ୍ଦମା, ପୂତିଗନ୍ଧମୟ ପରିବେଶ ପାଇଁ ମଶାବଂଶ ବୃଦ୍ଧି ଘଟୁଛି।
ସହରରେ ମଶାବଂଶ ନିୟନ୍ତ୍ରଣ କରିବାକୁ ୨୦୧୬ରେ ତତ୍କାଳୀନ ଏମ୍‌ପି ତଥାଗତ ସତପଥୀ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଏକ ଟିଫା ମେଶିନ ପ୍ରଦାନ କରିଥିଲେ। ତେବେ ମାତ୍ର ୨ ଦିନ ସହରରେ ଧୂଅଁା ଛାଡ଼ିବା ପରେ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଆଳ ଦେଖାଇ ଏହାକୁ ଏନ୍‌ଏସି କର୍ତ୍ତୃପକ୍ଷ ବାହାରେ ପକାଇଦେଲେ। ଖରା, ବର୍ଷାରେ ପଡ଼ି ଏହା ଅଚଳ ହୋଇଗଲା। ଏହାକୁ ମରାମତି କରିବା ଲାଗି ନିଘା ନ ଥିବାବେଳେ ଏବେ ଏକ ନୂଆ ମେଶିନ ଆଣିବା ପାଇଁ ଯୋଜନା କରାଯାଉଛି, ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ। ଏଥିପ୍ରତି ଗୁରୁତ୍ୱ ନ ଦେଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ସହରବାସୀ ଚେତାବନୀ ଦେଇଛନ୍ତି।
ଏ ସଂକ୍ରାନ୍ତରେ ନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ସାହୁ କୁହନ୍ତି, ସହରକୁ ମଶାମୁକ୍ତ କରିବା ଲାଗି ପ୍ରୟାସ ଚାଲିଛି। ନୂତନ ଫଗିଂ ମେଶିନ ଅଣାଯିବାକୁ ପ୍ରସ୍ତାବ ଦିଆଯାଇଛି। ମଶାତେଲ ବାଟମାରଣା ହେଉଥିବା ନେଇ ଯେଉଁ ଅଭିଯୋଗ ହୋଇଛି, ତାହାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କାଉନ୍‌ସିଲ ବୈଠକରେ ପ୍ରସ୍ତାବ ଦିଆଯିବ
ସହରର ପରିମଳ ଦାୟିତ୍ୱରେ ଥିବା ଠିକାଦାରଙ୍କ ସହ ଆଲୋଚନା କରାଯିବ। ନୂଆ ଫଗିଂ ମେଶିନ କିଣିବା ଲାଗି ଆଗାମୀ କାଉନ୍‌ସିଲ ବୈଠକରେ ପ୍ରସ୍ତାବ ରଖାଯିବ।
-ଗିରିଧାରୀ ସାହୁ, ୧ନଂ. ଓ୍ବାର୍ଡ କାଉନ୍‌ସିଲର
ମଶାତେଲ ବାଟମାରଣା ହେଉଛି
ମଶାତେଲ ବାଟମାରଣା ହେଉଛି। ମଶାତେଲ ସିଞ୍ଚନ ସମୟରେ ଲୋକଙ୍କଠାରୁ ଅଣାଯାଉଥିବା ତଥ୍ୟର ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିବ।
-ପପୁ କୁମାର ସାହୁ, ୯ନଂ. ଓ୍ବାର୍ଡ କାଉନ୍‌ସିଲର
କାଗଜ କଲମରେ ଉନ୍ନତି ଚାଲିଛି
ଭୁବନ ଏନ୍‌ଏସିରେ କାଗଜ କଲମରେ ଉନ୍ନୟନମୂଳକ କାର୍ଯ୍ୟ ଚାଲିଛି। ସମସ୍ୟାର ସମାଧାନ ପ୍ରତି କେହି ଆନ୍ତରିକତା ଦେଖାଉନାହାନ୍ତି।
-ବିନୋଦ ମହାରଣା, ଜିଲା କଂଗ୍ରେସ ସାଧାରଣ ସମ୍ପାଦକ
ଏଣିକି ଆନ୍ଦୋଳନ ତୀବ୍ର ହେବ
ଭୁବନର ବିକାଶ ପାଇଁ ସାମାଜିକ ଗଣମାଧ୍ୟମରେ ସ୍ବର ଉତ୍ତୋଳନ କରାଯାଉଛି। ଏହାକୁ କେହି ଗୁରୁତ୍ୱ ଦେଉନାହାନ୍ତି। ଏଣିକି ଆନ୍ଦୋଳନ ତୀବ୍ର ହେବ।
-ଲକ୍ଷ୍ମଣ ଦାସ, ଯୁବ ସଙ୍ଗଠକ
ଗୋଟିଏ ଛୋଟ ଫଗିଂ ମେଶିନ ଅଣାଯିବ
ସହରରେ ପରିମଳ ବିଗିଡ଼ିଥିବା ଅନୁଭବ ହେଉଛି। ସଫେଇ ଏବଂ ମଶା ନିୟନ୍ତ୍ରଣ ଲାଗି ଯଥାସାଧ୍ୟ ଉଦ୍ୟମ କରାଯିବ। ପୁରୁଣା ଟିଫା ମେଶିନରେ ଅଧିକ ଖର୍ଚ୍ଚ ହେଉଥିବାରୁ ଗୋଟିଏ ଛୋଟ ଫଗିଂ ମେଶିନ ଅଣାଯିବାକୁ ଯୋଜନା କରାଯାଉଛି।
-ଶୁଭେନ୍ଦୁ କୁମାର ସାହୁ, ନଗରପାଳ

 


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri