କୋମାରେ ବାତ୍ୟା ନିରୋଧୀ ବିଦ୍ୟୁତ୍‌ ଭିତ୍ତିଭୂମି

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ବିଭିନ୍ନ ସମୟରେ ଦେଖାଦେଉଥିବା ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି। ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟକୁ ୭ଟି ଭୟଙ୍କର ବାତ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଏଥିରେ ପ୍ରାୟ ୩୫ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ରାଜ ସରକାରଙ୍କ ଆକଳନରୁ ଜଣାପଡ଼ିଛି। ମୁଖ୍ୟତଃ ଉପକୂଳବର୍ତ୍ତୀ ଅଞ୍ଚଳରେ କୃଷିକ୍ଷେତ୍ର ସମେତ ଘରଦ୍ୱାର, ବିଦ୍ୟୁତ୍‌ ଭିତ୍ତିଭୂମି ଛାରଖାର ହୋଇଯାଉଛି। ଏହାକୁ ଭରଣା କରିବାକୁ ଦୀର୍ଘ ସମୟ ଲାଗି ଯାଉଛି। ରାଜ୍ୟ ସରକାର ଏହି ଅଞ୍ଚଳରେ ବାତ୍ୟା ନିରୋଧୀ ବିଦ୍ୟୁତ୍‌ ଭିତ୍ତିଭୂମି ପାଇଁ କେନ୍ଦ୍ରକୁ ଦେଇଥିବା ପ୍ରସ୍ତାବ ୨ ବର୍ଷ ପରେ ମଧ୍ୟ କୋମା ଅବସ୍ଥାରେ ପଡ଼ିଛି। ଏଥିପାଇଁ କେନ୍ଦ୍ରରୁ ସହାୟତା ମିଳିନାହିଁ।
ରାଜ୍ୟ ସରକାର ୨୦୨୦ ଜୁନ୍‌ ୨୨ରେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବାତ୍ୟା ନିରୋଧୀ ବିଦ୍ୟୁତ୍‌ ଭିତ୍ତିଭୂମି ନିର୍ମାଣ କରିବାକୁ କେନ୍ଦ୍ର ସରକାରଙ୍କୁ ୧୧,୧୧୪ କୋଟି ଟଙ୍କାର ପ୍ରସ୍ତାବ ଦେଇଥିଲେ। କେନ୍ଦ୍ର ସରକାର ଏଥିପାଇଁ ଟଙ୍କାଟିଏ ଦେଇ ନ ଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏ ଦିଗରେ କୌଣସି କାମ ଆରମ୍ଭ କରି ନାହାନ୍ତି।
୧୯୯୯ ମହାବାତ୍ୟା ପରେ ୨୦୧୩ ଅକ୍ଟୋବର ୧୨ରେ ଫାଇଲିନ ବାତ୍ୟାକୁ ଦକ୍ଷିଣ ଓଡ଼ିଶା ସମ୍ମୁଖୀନ ହୋଇଥିଲା। ଏଥିରେ ୧୩ ଜିଲାର ୮ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ। ୨୩୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ସେହିପରି ୨୦୧୪ ଅକ୍ଟୋବର ୧୩ରେ ବାତ୍ୟା ହୁଡ୍‌ହୁଡ୍‌ ଦକ୍ଷିଣ ଓଡ଼ିଶାକୁ ଧକ୍କା ଦେଇଥିଲା। ଏଥିଯୋଗୁ ପ୍ରାୟ ୧ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ଏହାର ୪ ବର୍ଷ ପରେ ଅର୍ଥାତ ୨୦୧୮ ଅକ୍ଟୋବରରେ ବାତ୍ୟା ତିତ୍‌ଲି ପୁଣି ଦକ୍ଷିଣ ଉପକୂଳ ଓଡ଼ିଶାକୁ ଛାରଖାର କରି ଦେଇଥିଲା। ଏଥିରେ ଗଞ୍ଜାମ, ଗଜପତି ସମେତ ୧୭ଟି ଜିଲାର ୧୨୮ଟି ବ୍ଲକର ୮,୧୨୫ଟି ଗ୍ରାମର ୬୦.୧୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ଏହାର କ୍ଷୟକ୍ଷତି ୨,୭୬୫ କୋଟି ଟଙ୍କା ଆକଳନ କରାଯାଇଥିଲା। ତେବେ ଏହି ବାତ୍ୟା ବିଭୀଷିକାକୁ ବର୍ଷେ ପୂରଣ ହୋଇ ନ ଥିବା ବେଳେ ଅଦିନିଆ ସାମୁଦ୍ରିକ ଝଡ଼ ‘ଫନୀ’ ୨୦୧୯ ମେ’ ୩ରେ ରାଜ୍ୟର ୧୪ଟି ଜିଲାରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ପୁରୀ ଓ ରାଜଧାନୀ ଭୁବନେଶ୍ୱରକୁ ଛାରଖାର କରି ଦେଇଥିଲା। ଏଥିରେ ପ୍ରାୟ ୧୨ ହଜାର କୋଟି ଟଙ୍କା କ୍ଷୟକ୍ଷତି ହୋଇଥିଲା। ୬୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଦ୍ୟୁତ୍‌, ପାନୀୟ ଜଳ, ଘରଦ୍ୱାର ଓ ସବୁଜ ବଳୟ ଧ୍ୱଂସ ହୋଇଥିଲା। ଫନୀ ଯୋଗୁ ୩୪ କି.ମି. ୩୩ କେ.ଭି, ୪୫୩କି.ମି. ୧୧ କେ.ଭି. ଲାଇନ, ୬୮୦ କି.ମି. ଏଲ୍‌ଟି ଲାଇନ ଏବଂ ୨୪୩୯ଟି ଟ୍ରାନ୍ସଫର୍ମର ନଷ୍ଟ ହୋଇଥିଲା।
ଫନୀକୁ ବର୍ଷେ ପୂରିବା ପରେ ୨୦୨୦ ମେ’ ୨୦ରେ ସାମୁଦ୍ରିକ ଝଡ଼ ‘ଅମ୍ଫନ’ ଯୋଗୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହି ସବୁ ଜିଲାର ୯୨ଟି ବ୍ଲକ, ୧୫୫୮ଟି ପଞ୍ଚାୟତର ୯୮୩୩ ଗ୍ରାମ ଏବଂ ୨୨ଟି ପାୈରାଞ୍ଚଳର ୨୭୨ଟି ୱାର୍ଡର ୪୪,୪୪,୮୯୬ ଲୋକ ପ୍ରଭାବିତ ହୋଇଥିଲେ। ଏଥିଯୋଗୁ ପ୍ରାୟ ୫ ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା। ଏହା ପରେ ‘ୟାସ୍‌’ ଓ ‘ଗୁଲାବ’ ଭଳି ବାତ୍ୟା ମଧ୍ୟ ବିଦ୍ୟୁତ୍‌ ଭିତ୍ତିଭୂମିକୁ ପ୍ରଭୂତ କ୍ଷତି ପହଞ୍ଚାଇଛିି।
ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି)ଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ କେନ୍ଦ୍ର ସରକାରଙ୍କୁ ଇତିମଧ୍ୟରେ ୪ ଥର ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏ ଦିଗରେ କେନ୍ଦ୍ର ନିକଟରୁ କୌଣସି ସବୁଜ ସଙ୍କେତ ମିଳି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri