Posted inଖେଳ

ଓ୍ବିମ୍ବେଲଡନ ଟେନିସ: ବାର୍ଟି ନୂଆ ଚାମ୍ପିୟନ

ଲଣ୍ଡନ, ୧୧।୭: ଅଷ୍ଟ୍ରେଲିଆର ଆଶ୍‌ଲେ ବାର୍ଟି ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସରେ ନୂଆ ଚାମ୍ପିୟନ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲରେ ବାର୍ଟି ଚେକ୍‌ ରିପବ୍ଲିକର କାରୋଲିନା ପ୍ଲିସ୍‌କୋଭାଙ୍କୁ ୬-୩, ୬-୭(୪/୭), ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ବାର୍ଟି ପ୍ରଥମ ସେଟ୍‌କୁ ସହଜରେ ଜିତିଥିଲେ ହେଁ ଦ୍ୱିତୀୟ ସେଟ୍‌ରେ ପ୍ଲିସ୍‌କୋଭା କଡ଼ା ଚ୍ୟାଲେଞ୍ଜ ଦେଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। ମାତ୍ର ତୃତୀୟ ରାଉଣ୍ଡରେ ସହଜ ବିଜୟ ସହ ବାଜି ମାରିଥିଲେ ଅଷ୍ଟ୍ରେଲୀୟ ଟେନିସ ତାରକା। ବାର୍ଟି ପୂର୍ବରୁ କେବେହେଲେ ଓ୍ବିମ୍ବେଲଡନ ଫାଇନାଲ ଖେଳି ନ ଥିଲେ। ୨୦୧୯ରେ ଫ୍ରେଞ୍ଚ୍‌ ଓପନ ଜିତିଥିବା ଏହି ତାରକା ଖେଳାଳି ୨୦୨୧ରେ ଓ୍ବିମ୍ବେଲଡନ ଟାଇଟଲ ସ୍ବାଦ ଚାଖିଛନ୍ତି। ଫଳରେ ତାଙ୍କ ଗ୍ରାଣ୍ଡସ୍ଲାମ ବିଜୟ ସଂଖ୍ୟା ୨ରେ ପହଞ୍ଚତ୍ଛି। ୨୦୨୦ରେ ସେ ଅଷ୍ଟ୍ରେଲିଆନ ଓପନରେ ସର୍ବାଧିକ ସେମିଫାଇନାଲ ପର୍ଯ୍ୟନ୍ତ ଉନ୍ନୀତ ହୋଇଥିବାବେଳେ ୨୦୧୮ ଓ ୨୦୧୯ରେ ୟୁଏସ୍‌ ଓପନରେ ୪ର୍ଥ ରାଉଣ୍ଡରୁ ବିଦାୟ ନେଇଥିଲେ। ମହିଳା ଡବଲ୍ସରେ ସେ ୨୦୧୮ରେ ୟୁଏସ୍‌ ଓପନ ଚାମ୍ପିୟନ ହୋଇଥିବାବେଳେ ୨୦୧୩ରେ ଅଷ୍ଟ୍ରେଲିଆନ ଓପନ, ୨୦୧୭ରେ ଫ୍ରେଞ୍ଚ୍‌ ଓପନ ଏବଂ ୨୦୧୩ରେ ଓ୍ବିମ୍ବେଲଡନ ଫାଇନାଲ ଖେଳିବାର ଅଭିଜ୍ଞତା ରଖିଥିଲେ। ଗ୍ରାଣ୍ଡସ୍ଲାମ ମିକ୍ସଡ ଡବଲ୍ସରେ ସେ ୨୦୧୪ ଅଷ୍ଟ୍ରେଲିଆନ ଓପନ ଦ୍ୱିତୀୟ ରାଉଣ୍ଡ, ୨୦୧୩ ଫ୍ରେଞ୍ଚ୍‌ ଓପନ ପ୍ରଥମ ରାଉଣ୍ଡ, ୨୦୧୩ ଓ୍ବିମ୍ବେଲଡନ କ୍ୱାର୍ଟର ଫାଇନାଲ ଏବଂ ୨୦୧୪ ୟୁଏସ୍‌ ଓପନ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିଲେ। ଅନ୍ୟପକ୍ଷରେ ପ୍ଲିସ୍‌କୋଭାଙ୍କ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ ଆଶା ଅସମ୍ପୂର୍ଣ୍ଣ ରହିଯାଇଛି। ସେ ୨୦୧୬ରେ ୟୁଏସ୍‌ ଓପନର ଫାଇନାଲରେ ପ୍ରବେଶ କରିଥିଲେ ହେଁ ଚାମ୍ପିୟନ ହୋଇପାରି ନ ଥିଲେ। ୨୦୧୯ରେ ସେ ଅଷ୍ଟ୍ରେଲିଆନ ଓପନର ସେମିଫାଇନାଲ ଏବଂ ୨୦୧୭ ଫ୍ରେଞ୍ଚ୍‌ ଓପନ ସେମିଫାଇନାଲରୁ ବିଦାୟ ନେଇଥିଲେ। ମହିଳା ଡବଲ୍ସ କିମ୍ବା ମିକ୍ସଡ ଡବଲ୍ସରେ ମଧ୍ୟ ସେ କେବେହେଲେ ଟାଇଟଲ ସ୍ବାଦ ପାଇ ନାହାନ୍ତି।
ଟପ୍‌ ସିଡ୍‌ ବାର୍ଟି ୧୯୮୦ ପରେ ପ୍ରଥମ ଅଷ୍ଟ୍ରେଲିଆନ ମହିଳା ଭାବେ ଅଲ୍‌ ଇଂଲଣ୍ଡ କ୍ଲବରେ ଚାମ୍ପିୟନ ହୋଇଛନ୍ତି। ସେତେବେଳେ ଅଷ୍ଟ୍ରେଲିଆର ଇଭୋନି ଗୋଲାଗଙ୍ଗ ଓ୍ବିମ୍ବେଲଡନ ଟାଇଟଲ ହାସଲ କରିଥିଲେ। ଗୋଲାଗଙ୍ଗ୍‌ଙ୍କଠାରୁ ପ୍ରେରଣା ପାଇ ସେ ଏହି ସଫଳତା ପାଇଛନ୍ତି ବୋଲି ବାର୍ଟି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ୨୫ ବର୍ଷୀୟା ବାର୍ଟି ଏକ ଦଶନ୍ଧି ପୂର୍ବରୁ ଓ୍ବିମ୍ବେଲଡନ ଜୁନିୟର ଚାମ୍ପିୟନ ହୋଇଥିଲେ। ଏହାପରେ ସେ ୨ ବର୍ଷ କ୍ରିକେଟକୁ କ୍ୟାରିୟର କରିଥିଲେ। ମାତ୍ର ପରେ ପୁଣି ପେସାଦାର ଟେନିସକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ମିକ୍ସଡ ଡବଲ୍ସ ପ୍ରଥମ ସେମିଫାଇନାଲରେ ବିଜୟୀ ହୋଇ ହାରିଏଟ ଡାର୍ଟ ଓ ଜୋ ସାଲିସବୁରୀ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ ମ୍ୟାଚରେ ଏହି ଯୋଡ଼ି କ୍ୱେଟେ ପେଶ୍ଚକ ଓ କେଭିନ କ୍ରାଓ୍ବିଜଙ୍କୁ ୬-୨, ୪-୬, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri