Posted inଖେଳ

ଓ୍ବିଲିୟମସନଙ୍କ ଶତକ: ଦୃଢ଼ ସ୍ଥିତିରେ ନ୍ୟୁଜିଲାଣ୍ଡ

ଖ୍ରୀଷ୍ଟଚର୍ଚ୍ଚ, ୫।୧(ଏପି)-
କେନ୍‌ ଓ୍ବିଲିୟମସନ୍‌ଙ୍କ ଶତକ ସହାୟତାରେ ନ୍ୟୁଜିଲାଣ୍ଡ ଏଠାରେ ଚାଲିଥିବା ପାକିସ୍ତାନ ବିପକ୍ଷ ଟେଷ୍ଟରେ ନିଜର ସ୍ଥିତିକୁ ମଜଭୁତ କରିଛି। ଓ୍ବିଲିୟମସନ ଓ ହେନରି ନିକୋଲ୍ସ ଅସମାପ୍ତ ୪ର୍ଥ ଉଇକେଟରେ ୨୧୫ ରନ ସଂଗ୍ରହ କରି ନ୍ୟୁଜିଲାଣ୍ଡକୁ ଅଗ୍ରଣୀ ପଥରେ ଅଗ୍ରସର କରାଇଛନ୍ତି। ପାକିସ୍ତାନ ପ୍ରଥମ ଇନିଂସରେ ୨୯୭ ରନ କରିଥିବାବେଳେ ନ୍ୟୁଜିଲାଣ୍ଡ ସୋମବାର ଦ୍ୱିତୀୟ ଦିବସ ଶେଷସୁଦ୍ଧା ୩ ଉଇକେଟ ହରାଇ ୨୮୬ ରନ ସଂଗ୍ରହ କରିଛି। ଫଳରେ ହାତରେ ୭ ଉଇକେଟ ସୁରକ୍ଷିତ ଥିବାବେଳେ ଘରୋଇ ଦଳ ମାତ୍ର ୧୧ ରନ ପଛରେ ରହିଛି।
କ୍ରମାଗତ ୩ ଟେଷ୍ଟରେ ଚମତ୍କାର ଫର୍ମରେ ଥିବା ଓ୍ବିଲିୟମସନ କ୍ରମାଗତ ୩ ଟେଷ୍ଟରେ ଶତକ ଅର୍ଜନ କରିଛନ୍ତି। ସେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୨୫୧ ରନ କରିବାପରେ ଏହି ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ୧୨୯ ରନ ସ୍କୋର କରିଥିଲେ। ନ୍ୟୁଜିଲାଣ୍ଡ ଓପନିଂ ଯୋଡ଼ିରେ ୫୨ ରନ ସଂଗ୍ରହ କରିବାପରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୧୯ ରନ ବ୍ୟବଧାନରେ ଦଳ ୩ଟି ଉଇକେଟ ହରାଇବାରୁ ଦଳୀୟ ସ୍କୋର ଏକଦା ୭୧/୩ ହୋଇ ଯାଇଥିଲା। ଟମ୍‌ ବ୍ଲୁଣ୍ଡେଲ ୧୬, ଟମ୍‌ ଲାଥାମ ୩୩ ଓ ରସ୍‌ ଟେଲର ୧୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ତେବେ ଓ୍ବିଲିୟମସନ ଓ ନିକୋଲ୍ସଙ୍କ ଦ୍ୱିଶତକୀୟ ଭାଗୀଦାରି ପାକିସ୍ତାନ ଆଶାରେ ପାଣି ଭରି ଦେଇଛି। ୧୭୫ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଓ୍ବିଲିୟମସନ ୧୬ ଚୌକା ସହାୟତାରେ ୧୧୨ ଏବଂ ୧୮୬ଟି ବଲ୍‌ ଖେଳି ନିକୋଲ୍ସ ୮୯ ରନରେ ଅପରାଜିତ ରହିଛନ୍ତି। ପୂର୍ବରୁ ନିକୋଲ୍ସ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୧୭୪ ଏବଂ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ୫୬ ରନ କରି ନିଜ ଫର୍ମର ସୂଚନା ଦେଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଓ୍ବିଲିୟମସନ ଓ ନିକୋଲ୍ସ ସତର୍କତାର ସହ ଧିମା ବ୍ୟାଟିଂ କରିଥିଲେ। ଫଳରେ ଏକଦା ରନହାର ୨.୬ରେ ପହଞ୍ଚତ୍ ଯାଇଥିଲା। ମାତ୍ର ଚା’ ବିରତି ପରେ ଓ୍ବିଲିୟମସନ କେତେକ ଦର୍ଶନୀୟ ବାଉଣ୍ଡାରୀ ମାରିବାରୁ ରନ ହାରରେ ଉନ୍ନତି ଘଟିଥିଲା। ସେ ୭୮ ରନ କରିଥିବାବେଳେ ନସିମ ଶାହାଙ୍କ ଓଭରରେ କ୍ରମାଗତ ୪ ଚୌକା ମାରି ୯୪ ଏବଂ ଏକ ସିଙ୍ଗଲ ନେଇ ୯୫ରେ ପହଞ୍ଚତ୍ଥିଲେ। ଏହାପରେ ଫହିମ ଅଶ୍ରଫଙ୍କ ଓଭରରେ ୨ଟି ଚୌକାମାରି ସେ ଶତକ ପୂରଣ କରିଥିଲେ। ଟେଷ୍ଟ କ୍ରିକେଟରେ ଏହାଥିଲା ତାଙ୍କର ୨୪ତମ ଶତକ। ପାକ୍‌ ବୋଲରଙ୍କ ମଧ୍ୟରେ ଶାହିଦ ଆଫ୍ରିଦୀ, ମହମ୍ମଦ ଆବାସ ଓ ଫହିମ ଅଶ୍ରଫ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ପାକିସ୍ତାନ ପ୍ରଥମ ଇନିଂସ: ୨୯୭।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ:୨୮୬/୩(ଓ୍ବିଲିୟମସନ-୧୧୨*, ନିକୋଲ୍ସ-୮୯*, ଲାଥାମ-୩୩, ଶାହିନ-୧/୪୫, ଆବାସ-୧/୩୭, ଅଶ୍ରଫ-୧/୫୫)।


Enter your email to get our daily news in your inbox.

All Right Reserved By Dharitri.Com

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri