Posted inଜାତୀୟ

ଟିକେଟ କଟିବ ନା ରହିବ: ଭାଜପା ଏମପିଙ୍କ ବଢ଼ିଲା ଚିନ୍ତା, ଲୋକଙ୍କ ମତାମତ ନେବେ ସରକାର…

ନୂଆଦିଲ୍ଲୀ,୨୦।୧୨ : ଲୋକସଭା ନିର୍ବାଚନକୁ ମାତ୍ର କିଛି ମାସ ବାକି ଅଛି। ଏହାକୁ ଦୃଷ୍ଟିରେ ରଖି ଏମପି ପ୍ରାର୍ଥୀଙ୍କ ପାଇଁ ଭାଜପା ବିଚାର ବିମର୍ଷ ଆରମ୍ଭ କରିଛି। ଏଥିପାଇଁ ନମୋ ଆପ୍‌ରେ ଜନ-ମନ ସର୍ଭେ ଆରମ୍ଭ ହୋଇଛି। ଯେଉଁଥିରେ ସିଧାସଳଖ ଜନସାଧାରଣଙ୍କଠାରୁ କିଏ ପ୍ରାର୍ଥୀ ହେବେ ସେ ନେଇ ମତାମତ ନିଆଯାଉଛି। ପ୍ରତ୍ୟେକ ଲୋକସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ତିନିଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଦେବାକୁ କୁହାଯାଇଛି। ଏହି ସର୍ଭେ ଯୋଗୁଁ ସିଟିଂ ଭାଜପା ଏମପିଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଟିକେଟ କଟିବ ନା ରହିବ ସେ ନେଇ ସେମାନେ ଚିନ୍ତାରେ ଅଛନ୍ତି। ଜନସାଧାରଣଙ୍କ ମତାମତ, ସର୍ବେକ୍ଷଣ ଇତ୍ୟାଦି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଉଛନ୍ତି। ଏଭଳି ପରିସ୍ଥିତିରେ ଯଦି କୌଣସିଙ୍କ ସମୀକ୍ଷା ଖରାପ ଆସିବ ତେବେ ତାଙ୍କର ଟିକେଟ ପାଇବା ସମ୍ଭାବନା ପ୍ରଭାବିତ ହେବ।

ଏମପିଙ୍କ ମୂଲ୍ୟାୟନ ପାଇଁ, ନମୋ ଆପରେ ଚାଲିଥିବା ଜନ ମନ ସର୍ଭେରେ ତିନୋଟି ପାରାମିଟର ରଖାଯାଇଛି। ଏହି ପାରାମିଟରଗୁଡିକ ହେଉଛି ସର୍ବସାଧାରଣଙ୍କ ମଧ୍ୟରେ ଏମପିଙ୍କ ସମ୍ପର୍କ ଏବଂ ତାଙ୍କର ଦୃଶ୍ୟମାନତା, କାର୍ଯ୍ୟଦକ୍ଷତା ତଥା ଲୋକପ୍ରିୟତାର ସ୍ତରରେ ସନ୍ତୁଷ୍ଟତା। ଏହା ବ୍ୟତୀତ ମୋଦି ସରକାରଙ୍କ କାର୍ଯ୍ୟକଳାପକୁ ନେଇ ଜନମତ ମଧ୍ୟ ମଗାଯାଇଛି। ଏଥିରେ, ଥିବା ସ୍କେଲରେ ମତାମତ ଅତ୍ୟଧିକ ଖରାପଠାରୁ ଆରମ୍ଭ କରି ଉତ୍କୃଷ୍ଟ ପର୍ଯ୍ୟନ୍ତ ମାନକ ଦିଆଯାଇଛି। ଅର୍ଥନୈତିକ ପ୍ରସଙ୍ଗ, ଜାତୀୟ ନିରାପତ୍ତା, ଭବିଷ୍ୟତ ଯୋଜନା, ବିଶ୍ୱରେ ଭାରତର ଅଭିବୃଦ୍ଧି, ସ୍ବାସ୍ଥ୍ୟସେବା ଏବଂ ନିଯୁକ୍ତିର ସମ୍ଭାବନା ଉପରେ ଏହି ମୂଲ୍ୟାୟନ କରାଯାଉଛି।

ବିଧାନସଭା ନିର୍ବାଚନରେ ବିଧାୟକଙ୍କ ସମ୍ପର୍କରେ ଭାଜପା ମଧ୍ୟ ସର୍ଭେ କରିଥିଲା ଏବଂ ସେହି ଆଧାରରେ ଅନେକ ଥର ଟିକେଟ ବଣ୍ଟନ କରାଯାଇଛି। ଏଭଳି ପରିସ୍ଥିତିରେ ଏମପିମାନଙ୍କ ପାଇଁ ଏହି ସର୍ଭେ ଚିନ୍ତାର ବିଷୟ ହୋଇଛି। ନିକଟରେ ଭାଜପା ହାଇକମାଣ୍ଡ ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ଜିତିବା ପରେ ନେତୃତ୍ୱରେ ପରିବର୍ତ୍ତନ ଆଣିଛନ୍ତି। ସମସ୍ତ ରାଜ୍ୟରେ ନୂଆ ଚେହେରା ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ଏଭଳି ପରିସ୍ଥିତିରେ ହାଇ କମାଣ୍ଡର ମନୋଭାବକୁ ବିଚାରକୁ ନେଇ ସିଟିଂ ଏମପିମାନେ ମଧ୍ୟ ଚିନ୍ତିତ ଅଛନ୍ତି। ଦଳ ହୁଏତ ସେମାନଙ୍କ ସ୍ଥାନରେ ନୂଆ ଚେହେରା ଉପରେ ଗୁରୁତ୍ୱ ଦେଇପାରେ। ଭାଜପା ସୂତ୍ରରୁ ପ୍ରକାଶ ଜନସାଧାରଣଙ୍କଠାରୁ ତିନୋଟି ନାମ ଲୋଡାଯାଉଛି ଯାହା ଦ୍ୱାରା ନେତାଙ୍କ ଲୋକପ୍ରିୟତା ଜଣା ପଡିବ। ଅନେକ ଥର ଦଳର ଶକ୍ତିଶାଳୀ ନେତାଙ୍କର ଜନସାଧାରଣଙ୍କ ମଧ୍ୟରେ ଲୋକପ୍ରିୟତା କମ ରହିଥାଏ। ଏହାର ପରିମାଣ ପରବର୍ତ୍ତୀ ସମୟରେ ଦଳକୁ ହିଁ ଭୋଗିବାକୁ ପଡିଥାଏ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କ ସହ ଯୋଡିହେବା ପାଇଁ ଏହି ଆପ ଲଞ୍ଚ କରିଛନ୍ତି। ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ଅନେକ ଥର କହିଛନ୍ତି ଏମପିମାନେ ଜନସାଧାରଣଙ୍କ ମଧ୍ୟକୁ ଯାଇ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ କହିବା ଉଚିତ। ସମସ୍ତ ଏମପିଙ୍କୁ ଏଥିରେ ଭାଗ ନେବାକୁ ପରାମର୍ଶ ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

Budget 2026: ବଜେଟରେ ବଡ଼ ଘୋଷଣା କଲେ ନିର୍ମଳା ସୀତାରାମନ୍‌, କ୍ୟାନସର-ଡାଇବେଟିସ ରୋଗୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୧।୨: ସଂସଦ ଆରମ୍ଭ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଲୋକ ସଭାରେ ବଜେଟ ଉପସ୍ଥାପନ କରୁଛନ୍ତି। ଏହା ତାଙ୍କର ଲଗାତାର ନବମ ବଜେଟ। ବଜେଟର ଏକ କପି…

Budget 2026: ବଡ ଘୋଷଣା କରିଦେଲେ ଅର୍ଥମନ୍ତ୍ରୀ, ଓଡ଼ିଶାରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୧।୨: ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦେଶର ଖଣିଜ ସମ୍ପଦର ସଦୁପଯୋଗ ଏବଂ ଆମଦାନୀ…

ଯେବେ ପାକିସ୍ତାନ ପିଏମ ଆଗତ କରିଥିଲେ ଭାରତର ବଜେଟ, ଦେଶରେ ପଡିଥିଲା ଚହଳ!

ନୂଆଦିଲ୍ଲୀ,୧।୨: ଭାରତୀୟ ଇତିହାସର ଏକ ଆକର୍ଷଣୀୟ ଘଟଣା ଯାହା ପ୍ରଥମ ଥର ପାଇଁ ଶୁଣିଲେ ଯେକୌଣସି ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟ କରିପାରେ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତର ବଜେଟ ଉପସ୍ଥାପନ…

ଗାଁ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଉପକୃତ ହେବେ ଗ୍ରାମୀଣ ଯୁବକ

ନୂଆଦିଲ୍ଲୀ,୧ା୨: ରବିବାର ପୂର୍ବାହ୍ନରେ ପାର୍ଲାମେଣ୍ଟରେ ବଜେଟ୍‌ ୨୦୨୬-୨୭ ଆଗତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଲଗାତର ୯ମ ଥର ପାଇଁ ବଜେଟ ଆଗତ…

Budget 2026: ଅର୍ଥମନ୍ତ୍ରୀଙ୍କ ‘କର୍ତ୍ତବ୍ୟ ମନ୍ତ୍ର’; ଫୋକସରେ ଗରିବ, ଅବହେଳିତ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। କର୍ତ୍ତବ୍ୟ ଭବନରେ ପ୍ରସ୍ତୁତ ଏହି ପ୍ରଥମ ବଜେଟରେ ସରକାର ଗରିବ,…

Union Budget: ବଜେଟରେ ‘ସମସ୍ତଙ୍କ ପାଇଁ ବୀମା’ ସ୍ବପ୍ନ ସାକାର ହେବ କି? ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର, ଫେବୃଆରୀ ୧, ୨୦୨୬ରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ବୀମା ଶିଳ୍ପ ଏଥିପାଇଁ ବହୁତ…

Union Budget 2026-27: ଲୋକ ସଭାରେ ବଜେଟ ଭାଷଣ ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସଂସଦରେ ତାଙ୍କର ନବମ ବଜେଟ ଉପସ୍ଥାପନ କରୁଛନ୍ତି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଦେଶର ସଂସଦୀୟ ଇତିହାସରେ ଏକ ନୂତନ…

ଟ୍ରେନରେ ଯାତ୍ରା କରୁଥିଲେ ଖୁସିଖବର, ୫୦% କମିଯିବ ଟ୍ରେନଭଡା!

ନୂଆଦିଲ୍ଲୀ,୧।୨: ଦେଶର ଲକ୍ଷ ଲକ୍ଷ ରେଳ ଯାତ୍ରୀ ଆଗାମୀ କେନ୍ଦ୍ର ବଜେଟ 2026 କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସବୁବେଳେ ପରି, ସାଧାରଣ ଲୋକ ଆଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri