Posted inଜାତୀୟ

ପଶ୍ଚିମବଙ୍ଗରେ ଅସ୍ତ୍ର ହେବ କି ଏସ୍‌ଆଇଆର୍‌

କୋଲକାତା,୨୦।୧୧: ବିହାର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗରେ ସବୁଠୁ ବଡ଼ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଭା ହୋଇଛନ୍ତି। ମୋଦି ବିହାର ଫଳାଫଳକୁ ପଶ୍ଚିମବଙ୍ଗରେ ଦୋହରାଇବା ପାଇଁ ଆଶାବାଦୀ, ଯାହାକି ତାଙ୍କ ବିଜୟ ଅଭିଭାଷଣରେ ପ୍ରକାଶ କରିଥିଲେ। ଗତ ୧୪ରେ ମୋଦି ଦଳୀୟ ନେତା ଓ କର୍ମୀଙ୍କୁ କହିଥିଲେ, ଏବେ ପଶ୍ଚିମବଙ୍ଗ ପାଳି। ଗଙ୍ଗା ବିହାରରୁ ପଶ୍ଚିମବଙ୍ଗକୁ ପ୍ରବାହିତ ହେବା ଭଳି ଭାଜପା ବିଜୟର ସ୍ରୋତ ପଶ୍ଚିମବଙ୍ଗକୁ ବାଟ କଢ଼ାଇଛି। ସମସ୍ତେ ମିଳିମିଶି ପଶ୍ଚିମବଙ୍ଗରୁ ମଧ୍ୟ ‘ଜଙ୍ଗଲରାଜ’କୁ ହଟାଇବା ବେଳ ଆସିଛି।
୨୦୨୬ ମାର୍ଚ୍ଚ-ଏପ୍ରିଲ ଆଡ଼କୁ ବିଧାନସଭାର ୨୯୪ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଗତ ନିର୍ବାଚନରେ ଟିଏମ୍‌ସି ୨୨୫ ଆସନ ଦଖଲ କରିଥିବାବେଳେ ଭାଜପାର ୬୫ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଆଗାମୀ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ମଧ୍ୟ ନିର୍ବାଚନ କମିଶନ (ଇସି) ନଭେମ୍ବର ୪ରୁ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚଳାଇଛନ୍ତି। ତେଣୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ନେଇ ଉଲ୍ଲସିତ ରାଜ୍ୟ ଭାଜପା ସଭାପତି ଶ୍ରମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, ପଶ୍ଚିମବଙ୍ଗରୁ ବେଆଇନ ବାଂଲାଦେଶୀଙ୍କୁ ହଟାଇବା ଆମ ଲକ୍ଷ୍ୟ। ଭାଜପା ଦିଲ୍ଲୀରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ହରାଇଛି। ହରିୟାଣା, ମହାରାଷ୍ଟ୍ର ଓ ବିହାର ବିଜୟ ପରେ ପରବର୍ତ୍ତୀ ଟାର୍ଗେଟ ପଶ୍ଚିମବଙ୍ଗ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେହିପରି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ସପ୍ତାହେ ତଳେ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାୟଳକୁ ଯାଇ ୫ ନିର୍ବାଚନମଣ୍ଡଳୀରେ ଥିବା ୧୩.୨୫ ଲକ୍ଷ ଜାଲ୍‌ ଭୋଟରଙ୍କ ତାଲିକା ସମ୍ବଳିତ ଏକ ପେନ୍‌ଡ୍ରାଇଭ୍‌ ପ୍ରଦାନ କରିଛନ୍ତି। ସିଇଓ ମନୋଜ କୁମାର ଅଗ୍ରଓ୍ବାଲ ପୂରଣ ହୋଇଥିବା ସମସ୍ତ ଫର୍ମ ମାସକ ମଧ୍ୟରେ ସଂଗ୍ରହ ପାଇଁ ଜିଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆ ଭୋଟର ତାଲିକାରୁ ଭାଜପା ଦାବି କରୁଥିବା ଜାଲ୍‌ ଭୋଟରଙ୍କ ନାମ କଟାଗଲେ ଏସ୍‌ଆଇଆର୍‌କୁ ନେଇ ବିବାଦ ଆହୁରି ବଢ଼ିପାରେ। କିନ୍ତୁ ରାଜନୈତିକ ବିଶ୍ଳେଷକଙ୍କ ମତରେ ପଶ୍ଚିମବଙ୍ଗ ବିହାର ନୁହେଁ, ଯେ ଆର୍‌ଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ଭଳି ଟିଏମ୍‌ସି ନେତ୍ରୀ ମମତାଙ୍କୁ ଭାଜପା ଏତେ ସହଜରେ ଧରାଶାୟୀ କରିଦେବ। ମମତା ଏସ୍‌ଆଇଆର୍‌କୁ ‘ଭୋଟବନ୍ଦୀ’ ଆଖ୍ୟାଦେଇ ମତଦାତାଙ୍କ ଅଧିକାରକୁ କୌଣସି ପ୍ରକାରେ ସୁରକ୍ଷିତ କରିବେ ବୋଲି କହିଛନ୍ତି। ଏଥିସହ ବିହାର ଭଳି ଏସ୍‌ଆଇଆର୍‌ ତାଙ୍କ ରାଜ୍ୟରେ କରାଇଦେବେ ନାହିଁ ବୋଲି ମମତା କଡ଼ା ବିରୋଧ କରିଛନ୍ତି। ପୂର୍ବରୁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ବିରୋଧ କରିଆସୁଥିବା ଟିଏମ୍‌ସି ପଶ୍ଚିମବଙ୍ଗରେ ଜଣେ ହେଲେ ଭୋଟର ଯେପରି ବାଦ୍‌ ନ ପଡ଼ିବେ ତାହା ସୁନିଶ୍ଚିତ କରାଯିବ ବୋଲି କହିଛି। ଏସ୍‌ଆଇଆର୍‌ ପ୍ରକ୍ରିୟା ଜାରି ରହିଥିବାବେଳେ ପରିଚୟପତ୍ର ଦସ୍ତାବିଜ ଦାଖଲ କରି ନ ପାରି ୧୦ରୁ ଅଧିକ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଟିଏମ୍‌ସି ଅଭିଯୋଗ କରିଆସୁଛି। ଯେଉଁ ଦେଶରେ ଶୀର୍ଷ ନେତା ନିଜ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ଦେଖାଇପାରୁନାହାନ୍ତି, ସେଠି ଗରିବ ଲୋକଙ୍କୁ ଜଟିଳ ଦସ୍ତାବିଜ ମାଗିବା କେତେ ଯୁକ୍ତିଯୁକ୍ତ ବୋଲି ଟିଏମ୍‌ସି ଏମ୍‌ପି ସାଗରିକା ଘୋଷ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

୨୧ରେ ଅବପାତ, ୨୨ରେ ଗଭୀର ଅବପାତ ସମ୍ଭାବନା: ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୯ ।୯: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯/୯: ରାଜ୍ୟର କେତେକ ଅଞ୍ଚଳରେ ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡା.…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?