ବାପାଙ୍କ ରାସ୍ତାରେ ଯିବେ କି ସାରା

ମାନିଲା, ୨୦ା୯: କାର୍ଯ୍ୟକାଳ ସରିଆସୁଥିଲେ ବି କ୍ଷମତା ଛାଡ଼ିବାକୁ ନାରାଜ ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଦୁଟେର୍ଟେ। ଦ୍ୱିତୀୟ ପାଳି ପରେ ଜଣେ ଆଉଥରେ ଦେଶର ଶାସନ ମୁଖ୍ୟ ହେବା ପାଇଁ ନିୟମ ନ ଥିବାରୁ ଉପ-ରାଷ୍ଟ୍ରପତି ପଦରେ ରହିବାକୁ ଗୋଟି ଚଳାଇଛନ୍ତି ୭୬ ବର୍ଷୀୟ ରୋଡ୍ରିଗୋ। ତାଙ୍କ ନିର୍ଦ୍ଦେଶରେ ଚାଲୁଥିବା ବ୍ୟକ୍ତିଙ୍କୁ ରାଷ୍ଟ୍ରପତି କରି କଣ୍ଢେଇ ସଜାଇ କ୍ଷମତା ଡୋର ନିଜ ହାତରେ ରଖିବାକୁ ସେ ଉଦ୍ୟମ ଚଳାଇଥିବାବେଳେ ତାଙ୍କ ଝିଅ ସାରା ଦୁଟେର୍ଟେ ବାପାଙ୍କ ସ୍ଥାନ ନେବା ପାଇଁ ମୁଖ୍ୟ ଦାବିଦାର ହୋଇଛନ୍ତି। ୪୩ ବର୍ଷୀୟା ସାରା ହେଉଛନ୍ତି ଡାଭାଓ ସିଟିର ମେୟର।
ସମର୍ଥନ ହାସଲରେ ମାହିର ସାରା ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ନିର୍ବାଚନରେ ବିଜୟୀ ହେବାର ସମ୍ଭାବନା ଅଧିକ ରହିଥିବା ବିଶେଷଜ୍ଞ ମତ ରଖିଛନ୍ତି। ସେପଟେ ବାପ-ଝିଅଙ୍କଠାରୁ ଆସନ ଛଡ଼ାଇ ଆଣିବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବକ୍ସିଂ ଷ୍ଟାର ମେନି ପାକ୍ୟୁଓ।
ସେ ରବିବାର ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି।
ତଳେ ରୋଡ୍ରିଗୋ ରାଷ୍ଟ୍ରପତି ହେବା ପୂର୍ବରୁ ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସାରା। ଏକ ଜବରଦଖଲ ଉଚ୍ଛେଦ ଅଭିଯାନ ପାଇଁ ଡାଭାଓ ମେୟର ଭାବେ ସାରାଙ୍କ ନିର୍ଦ୍ଦେଶକୁ ଜଣେ ସ୍ଥାନୀୟ ଅଫିସର ଅଣଦେଖା କରିବା ସହ କାମ ବିଳମ୍ବ ହେବାରୁ ଗଣମାଧ୍ୟମ ତଥା ସର୍ବସାଧାରଣଙ୍କ ସମ୍ମୁଖରେ ସେ ସମ୍ପୃକ୍ତ ଅଧିକାରୀଙ୍କୁ ୪ ଥର ଚାପୁଡ଼ା ମାରିଥିଲେ। ବାଇକ୍‌ ଲଭର ସାରା ବାପାଙ୍କ ପଦାଙ୍କ ଅନୁସରଣ କରି ମାନିଲାର ମାଲାକାନାଙ୍ଗ ପ୍ୟାଲେସ୍‌କୁ ଯାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ହେଲେ ଏ ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ନିଜ ନାଁ ଘୋଷଣା କରି ନାହାନ୍ତି। ଏହା ସତ୍ତ୍ୱେ ଅନେକ ସ୍ଥାନରେ ‘ରନ୍‌ ସାରା ରନ୍‌’ ଲେଖାଥିବା ବ୍ୟାନର ସାରାଙ୍କ ଲୋକପ୍ରିୟତାକୁ ଦର୍ଶାଉଛି। ପଲ୍‌ସ ଏସିଆ ରିସର୍ଚ୍ଚ ଆକଳନ ଅନୁସାରେ ଯେ କୌଣସି ପାର୍ଟିର ପ୍ରାର୍ଥୀଙ୍କୁ ହରାଇବାରେ ସାରା ବେଶ ଦକ୍ଷ।
ଏକଦା ଏସିଆ ମହାଦେଶର ବିକାଶଶୀଳ ରାଷ୍ଟ୍ର ଭାବେ ପରିଗଣିତ ହେଉଥିବାବେଳେ କରୋନା ମହାମାରୀ ଯୋଗୁ ଏହାର ଅର୍ଥନୀତି ବେଶ୍‌ ପ୍ରଭାବିତ ହୋଇଛି। କୋଭିଡ୍‌ ପରିଚାଳନାରେ ରୋଡ୍ରିଗୋଙ୍କ ବିଫଳତା ନେଇ ଦେଶରେ ଜନଅସନ୍ତୋଷ ତେଜୁଛି। ଅନ୍ୟପକ୍ଷରେ ଡ୍ରଗ୍‌ସ ବିରୋଧୀ ଲଢ଼େଇ ବା ଓ୍ବାର ଅନ୍‌ ଡ୍ରଗ୍‌ସ ଅଭିଯାନ ନାଁରେ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ହତ୍ୟା ନେଇ ମଧ୍ୟ ରୋଡ୍ରିଗୋଙ୍କ ଉପରେ ଅଙ୍ଗୁଳି ଉଠିଛି। ଗତ ସପ୍ତାହରେ ଅନ୍ତର୍ଜାତୀୟ ଆପରାଧିକ କୋର୍ଟ (ଆଇସିସି) ଏହାର ତଦନ୍ତ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏପରି କି ଆଇସିସି ବିଚାରପତିଙ୍କ ସହ ଦୁର୍ବ୍ୟବହାର ଓ ମାଡ଼ ମାରିବା ଭଳି ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ରହିଛି। ଏ ସବୁ ଭିତରେ ରୋଡ୍ରିଗୋ ଉପ-ରାଷ୍ଟ୍ରପତି ପଦରେ ରହି କ୍ଷମତା ଉପଭୋଗ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି।

ଦୁଟେର୍ଟେଙ୍କୁ ମନାଇବା ପାଇଁ ଲଣ୍ଡା ହୋଇଥିଲେ

ସାରାଙ୍କ ପୂରା ନାମ ଜିମରମ୍ୟାନ ଦୁଟେର୍ଟେ କ୍ୟାପ୍ରିଓ। ଇନ୍ଦେ ସାରା ଭାବେ ପରିଚିତ ଏହି ରାଜନେତ୍ରୀ ଜଣେ ଓକିଲ ମଧ୍ୟ। ଡାଭିଗୋ ସିଟିର ମେୟର ହେବାରେ ସେ ହେଉଛନ୍ତି ପ୍ରଥମ ମହିଳା। ପୂର୍ବରୁ ସେ ସେଠାରେ ଉପ-ମେୟର ରହିଥିଲେ। ୨୦୧୫ ଅକ୍ଟୋବରରେ ବାପା ରୋଡ୍ରିଗୋଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନାଇବାକୁ ଯାଇ ସେ ନିଜେ ନିଜର ମୁଣ୍ଡନ କରିଦେଇଥିଲେ। ୨୦୧୬ରେ ବାପାଙ୍କ ପରେ ସେ ଡାଭାଓ ସିଟି ପାଇଁ ମେୟର ପଦରେ ଲଢ଼ି ବିଜୟୀ ହୋଇଥିଲେ। ତାଙ୍କ ଓକିଲ ସହଯୋଗୀ ମ୍ୟାନ୍‌ସ ଆର୍‌. କାପ୍ରିଓଙ୍କୁ ସେ ବିବାହ କରିଛନ୍ତି। ଜଣେ ପୋଷ୍ୟା କନ୍ୟାଙ୍କୁ ମିଶାଇ ତାଙ୍କର ୩ ସନ୍ତାନ ରହିଛନ୍ତି। ସେ ଜଣେ ବଳାତ୍କାର ପୀଡ଼ିତା ବୋଲି ମଧ୍ୟ ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଉଲ୍ଲେଖ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri