କମିବ କୋଭିଡ୍‌ କୋପ

ଅନୁଗୋଳ ଅଫିସ, ୧୩।୧ – ରାଜ୍ୟରେ ପହଞ୍ଚିସାରିଛି କରୋନା ଭାକ୍ସିନ। ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ। ଫଳରେ ବର୍ଷେ ହେଲା ମହାସଙ୍କଟ ସୃଷ୍ଟି କରିଥିବା ଏହି ମହାମାରୀର କୋପ ଏଣିକି ହ୍ରାସ ପାଇବ ବୋଲି ସାଧାରଣରେ ଅନୁମାନ କରାଯାଉଛି। ବୁଧବାର ଭାକ୍ସିନ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିବ। ଅନୁଗୋଳ ପୋଲିସ ଭୁବନେଶ୍ୱର ଯାଇ ସ୍ବତନ୍ତ୍ର ସୁରକ୍ଷା ବଳୟ ମଧ୍ୟରେ ଏହାକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବ। ଏଥିପାଇଁ ମେଡିକାଲ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଟିକା ପହଞ୍ଚିବା ପରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ତାହାକୁ ବିଭିନ୍ନ ଉପଖଣ୍ଡ ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯିବ।
ଅନୁଗୋଳ ଜିଲାରେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଟିକାକରଣ କରାଯିବ। ଏଥିପାଇଁ ଜିଲାର ମୋଟ୍‌ ୭୩୨୬ ଜଣ ନାମ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଲିକାଭୁକ୍ତ କରାଯାଇଛି। ନିକଟରେ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ସମୀକ୍ଷା ବୈଠକରେ ଟିକାକରଣର ରୂପରେଖ ପ୍ରସ୍ତୁତି ସରିଛି। ମୋଟ୍‌ ୭୩୨୬ କର୍ମଚାରୀଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଟିକାକରଣ କରାଯିବାର ଲକ୍ଷ୍ୟ ରଖାଯାଇଥିବାବେଳେ ସୁପରିଚାଳନା ତଥା ଟିକା ଦେବାକୁ ୧୯୫ ଜଣଙ୍କୁ ନିୟୋଜିତ କରାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ୩ଟି ଉପଖଣ୍ଡ ଚିକିତ୍ସାଳୟ, ୯ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ୧୭ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାକରଣ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି। ଏହି କେନ୍ଦ୍ରଗୁଡ଼ିକରେ ୫ ଜଣିଆ ଟିମ୍‌ ଗଠନ କରାଯାଇ ପ୍ରାକ୍‌ ପ୍ରସ୍ତୁତି କରାଯାଇଛି। ଟିକା ପହଞ୍ଚିବା ପରେ ପ୍ରଥମେ ତାହାକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ମହଜୁଦ ରଖାଯିବା ନିମନ୍ତେ ଭାକ୍ସିନ୍‌ ସେଣ୍ଟର ପ୍ରସ୍ତୁତ କରାଯାଇଛି। ମେଡିକାଲ ପରିସରରେ ଥିବା ସେଣ୍ଟ୍ରାଲ ମେଡିସିନ୍‌ ଷ୍ଟୋର ପଛ ପାର୍ଶ୍ୱ ଜିଲା ଭାକ୍ସିିନ୍‌ ସେଣ୍ଟର(ଡିଭିଏସ୍‌)ରେ ରଖାଯିବ। ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ବିଭିନ୍ନ ଉପଖଣ୍ଡ ଚିକିତ୍ସାଳୟ ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରେରଣ କରାଯିବ। ତେବେ ଭାକ୍ସିନ୍‌ ନେବାକୁ ଜିଲାର ଡାକ୍ତର, ନର୍ସ ଓ କର୍ମଚାରୀମାନେ ଉତ୍ସାହିତ ରହିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଜିଲାର ଅନ୍ୟ କୋଭିଡ୍‌ ଯୋଦ୍ଧାଙ୍କୁ ଟିକା ଦିଆଯିବ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସରକାରଙ୍କ ନିର୍ଦ୍ଦେଶ ମିଳିଲେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା
କୋଭିଡ୍‌ ଟିକାକରଣ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଯେଉଁମାନଙ୍କୁ ଟିକା ଦିଆଯିବ ସେମାନଙ୍କ ପାଇଁ ଥିବା ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଜିଲାର ମୋଟ୍‌ ୩୦ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ଟିକାକରଣ କରାଯିବ। ଏଥିପାଇଁ ସରକାରୀ ନିର୍ଦ୍ଦେଶନାମାକୁ ଅପେକ୍ଷା କରାଯାଇଛି।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ
ଭାକ୍ସିନ୍‌ ସେଣ୍ଟର ପ୍ରସ୍ତୁତ
ଜିଲାରେ ଭାକ୍ସିନ ପହଞ୍ଚତ୍ବା ପରେ କିଭଳି ଭାବେ ସୁରକ୍ଷିତ ରହିବ, ତାହାକୁ ପ୍ରାଥମିକତା ଦିଆଯାଉଛି। ଜିଲା ଭାକ୍ସିନ୍‌ ସେଣ୍ଟର (ଡିଭିଏସ୍‌) ମଧ୍ୟ ପ୍ରସ୍ତୁତହୋଇ ରହିଛି। ଭାକ୍ସିନ୍‌ ପହଞ୍ଚତ୍ବା ପରେ ସୁରକ୍ଷାବଳୟ ମଧ୍ୟରେ ରଖାଯିବ। ଏହା ଜିଲାର କେତେ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରଦାନ କରାଯିବ ସେ ନେଇ ତାଲିକା ଚୂଡ଼ାନ୍ତ ହୋଇସାରିଛି।
-ଡାକ୍ତର ଅଭୟ କୁମାର ଦାଶ
ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ
ସାଧାରଣରୁ ଦ୍ୱନ୍ଦ୍ୱ ଦୂର ହେବ
କରୋନା ଟିକା ରାଜ୍ୟରେ ପହଞ୍ଚିସାରିଛି। ଫ୍ରଣ୍ଟ ଲାଇନ୍‌ କୋଭିଡ୍‌ ଯୋଦ୍ଧାଙ୍କୁ ଏହା ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ ସ୍ବାସ୍ଥ୍ୟକର୍ମୀମାନେ ଉତ୍ସାହିତ ରହିଛନ୍ତି। ଡାକ୍ତର, ନର୍ସଙ୍କ ସହ ଅନ୍ୟ କର୍ମଚାରୀମାନେ ଏହା ପ୍ରଥମେ ନେଉଥିବାରୁ କୋଭିଡ୍‌ ଟିକାକୁ ନେଇ ସାଧାରଣରେ ଥିବା ଦ୍ୱନ୍ଦ୍ୱ ଦୂର ହୋଇପାରିବ।
-ସତ୍ୟ ସୁନ୍ଦର ଦାସ
ସ୍ବାସ୍ଥ୍ୟ ପରିଦର୍ଶକ, ଅନୁଗୋଳ
୧୬ ତାରିଖ ପାଇଁ ଉତ୍ସାହିତ ଅଛୁ
ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମେ ଟିକା ଦିଆଯିବ ବୋଲି ଜାଣିବା ପରେ ଉତ୍ସାହିତ ରହିଛୁ। ଡ୍ରାଏ ରନ୍‌ ସରିଥିବାବେଳେ ଆମ ନାମ ପଞ୍ଜୀକୃତ ହୋଇସାରିଛି। ତେଣୁ ୧୬ ତାରିଖକୁ ଅପେକ୍ଷା କରିଛୁ। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟମାନଙ୍କୁ ଟିକା ଦିଆଯିବାକୁ ଥିବାରୁ ଉକ୍ତ ଦାୟିତ୍ୱ ତୁଲାଇବା ଉପରେ ଧ୍ୟାନ ଦେଉଛୁ।
-ରୋଜାଲିନ ପ୍ରଧାନ
ମହିଳା ସ୍ବାସ୍ଥ୍ୟକର୍ମୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

ସ୍ତ୍ରୀଙ୍କ ସହ ଟପ ମାଓବାଦୀ ନେତା ନିଖିଲକଲେ ଆତ୍ମସମର୍ପଣ

ରାୟଗଡ଼ା,୬।୨(ଆଶିଷ ରଞ୍ଜନ ପଣ୍ଡା): ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ…

ଜନଗଣନା ପାଇଁ ପ୍ରସ୍ତୁତି: ଏପ୍ରିଲ ୧୬ରୁ କେନ୍ଦୁଝରରେ ଆରମ୍ଭ ହେବ ଗୃହ ତାଲିକା

କେନ୍ଦୁଝର,୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ଜନଗଣନା-୨୦୨୭କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri