ବିଜେଡିକୁ ମୁକାବିଲା କରିବ କି ପ୍ରଦୀପ ସେନା

ବ୍ରହ୍ମପୁର ଅଫିସ,୮ା୧୧: ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବାର ୨ ବର୍ଷ ବିତିବାକୁ ଯାଉଛି। ତେଣୁ ଗୋପାଳପୁର ନିର୍ବାଚନମଣ୍ଡଳୀର ସାଙ୍ଗଠନିକ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶଙ୍କୁ ଶାସକ ଦଳ ପକ୍ଷରୁ ନ୍ୟସ୍ତ କରାଯାଇଛି। ଦଳର କାର୍ଯ୍ୟକ୍ରମ ଅନୁସାରେ ମାସକ ତଳୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ବିଧାୟକ ପାଣିଗ୍ରାହୀ ସମର୍ଥକଙ୍କୁ ସାଥିରେ ନେଇ ବିଧାନସଭା କ୍ଷେତ୍ରର ବିଭିନ୍ନ ଅଞ୍ଚଳରେ ପଦଯାତ୍ରା ମାଧ୍ୟମରେ ଜନସମ୍ପର୍କ ବଢ଼ାଇବାରେ ଲାଗିଛନ୍ତି। ଫଳରେ ଗୋପାଳପୁରରେ ଜନସମ୍ପର୍କ ପଦଯାତ୍ରା ପ୍ରତିଯୋଗିତାମୂଳକ ହୋଇଯାଇଛି।
ବିଧାୟକଙ୍କ ସମର୍ଥକମାନେ ଗତ ସପ୍ତାହରେ ନୂଆ ସଂଗଠନ ପ୍ରଦୀପ ସେନା ଗଠନ କରିଛନ୍ତି। ଏହାର କର୍ମକର୍ତ୍ତା ମନୋନୀତ ହୋଇଛନ୍ତି। ବର୍ଷକ ପରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ଏବେଠୁ ରଣନୀତି ପ୍ରସ୍ତୁତ ହେଉଥିବା ରାଜନୈତିକ ବିଶ୍ଲେଷକ ଆଲୋଚନା କରୁଛନ୍ତି। ଫଳରେ ଚତୁର୍ଥଥର ପାଇଁ ପାଣିଗ୍ରାହୀ ଗୋପାଳପୁର ଆସନରେ ନିର୍ବାଚନ ଲଢ଼ିବାର ସଂକେତ ବୋଲି ବିଶ୍ଲେଷକ କହୁଛନ୍ତି। ଏହା ଯଦି ହେବ ତେବେ ବିଜେଡିକୁ ମୁକାବିଲା ପ୍ରଦୀପ ସେନା କରିବ ବୋଲି ବିଭିନ୍ନ ମହଲ ଚର୍ଚ୍ଚା କରୁଛନ୍ତି। ସୂଚନାଯୋଗ୍ୟ, ବିଜେଡିରୁ ବହିଷ୍କୃତ ହେବା ପରେ ଦୀର୍ଘ ମାସ ଧରି ପ୍ରଦୀପ ନିର୍ବାଚନମଣ୍ଡଳୀ ଆସୁ ନ ଥିଲେ। ଗତ ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ ପାଇଁ ସେ କମଳାପୁର ଆସିଥିଲେ। ବିଜେଡିର ନୂଆ ପୁରୁଣା କର୍ମୀ ତାଙ୍କୁ ବିରୋଧ କରିବା ସହ ଠେଲାପେଲା ମଧ୍ୟ କରିଥିଲେ। ପରବର୍ତ୍ତୀ ପଯର୍ର୍‌ୟାୟରେ ଗଣେଶ ପୂଜାରେ ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ ମହାନଗର ୪୦ନଂ. ୱାର୍ଡ ଆଙ୍କୁଲି ଆସିଥିଲେ। ଅରପରପକ୍ଷରେ ଆଗାମୀ ନିର୍ବାଚନରେ ଗୋପାଳପୁରରୁ ବିଜେଡି କାହାକୁ ବିଧାୟକ ପ୍ରାର୍ଥୀ କରିବ ତାହା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁକ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦେଉଥିବାରୁ ମହିଳାଙ୍କୁ ପ୍ରାର୍ଥୀ କରିିପାରନ୍ତି ବୋଲି ଲୋକେ ଆଲୋଚନା କରୁଛନ୍ତି।
ସେପ୍ଟେମ୍ବର ୨୭ରେ ବିଧାୟକ ପାଣିଗ୍ରାହୀ ଗୋପାଳପୁର ସହରାଞ୍ଚଳରେ ଜନସମ୍ପର୍କ ପଦଯାତ୍ରା ପରିପ୍ରେକ୍ଷୀରେ କହୁ କହୁ କହିଲେ, ବିଜେଡି ସଭାପତି ଆଗାମୀ ନିର୍ବାଚନରେ ଏହି ନିର୍ବାଚନମଣ୍ଡଳୀରେ ମହିଳାଙ୍କୁ ବିଧାୟକ ପ୍ରାର୍ଥୀ କରିବେ। ଏହି ଟିପ୍ପଣୀ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେଡି ଯଦି ମହିଳା ପ୍ରାର୍ଥୀ ଦେବ ତେବେ ପ୍ରଦୀପ ତାଙ୍କ ସ୍ତ୍ରୀ ସୁଜାତାଙ୍କୁ ଲଢ଼େଇର ମଇଦାନକୁ ଓହ୍ଲାଇବାର ସମ୍ଭାବନା ଥିବା ମଧ୍ୟ ଅଞ୍ଚଳବାସୀ ଚର୍ଚ୍ଚା କରୁଛନ୍ତି। ଆଉ କେତେକଙ୍କ ମତରେ ସୁଜାତା ବନାମ ସୁଜାତାଙ୍କ ମଧ୍ୟରେ ଲଢ଼େଇ ବେଶ୍‌ ରୋଚକ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri