ଓଡ଼ିଶା ଛାଡିଦେବେ ପାଣ୍ଡିଆନ? ବିଦେଶରୁ ଆସିଛି ଅଫର୍‌!

ଭୁବନେଶ୍ୱର,୨୧।୩: ରାଜନୀତିରୁ ସନ୍ୟାସ ନେବା ପରେ ଏବେ ଭିକେ ପାଣ୍ଡିଆନଙ୍କୁ ନେଇ ଓଡ଼ିଶା ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ସେ କୁଆଡେ ସବୁଦିନ ପାଇଁ ଓଡ଼ିଶା ଛାଡିଦେବେ। ବିଦେଶରୁ ଆସିଛି ଅଫର, ଚାକିରି ପାଇଁ ପାଣ୍ଡିଆନ ପଳାଇବେ ବୋଲି ବିଭିନ୍ନ ଗଣମାଧ୍ୟମରେ ଏବେ ଖବର ସାମ୍ନାକୁ ଆସିଛି। ଏମତିକି ଶେଷଥର ପାଇଁ ବିଜେଡିର ବରିଷ୍ଠ ନେତାଙ୍କ ସହ କୁଆଡେ ନିଜର ମନକଥା ବାଣ୍ଟୁଛନ୍ତି ପାଣ୍ଡିଆନ। ଏହା କେତେ ଦୂର ସତ ତାହା ଜଣାପଡି ନ ଥିଲେ ବି ପାଣ୍ଡିଆନଙ୍କୁ ନେଇ ଏମିତି ଏକ ଚର୍ଚ୍ଚା ଏବେ ଓଡ଼ିଶା ରାଜନୀତିରେ ଚହଳ ପକେଇଛି। ତେବେ ପାଣ୍ଡିଆନ ଯଦି ସତରେ ଓଡ଼ିଶା ଛାଡୁଛନ୍ତି ଏହା ପଛର କାରଣ କ’ଣ ହୋଇପାରେ? ଦଳ ଭିତରେ ବିରୋଧ ନା ବଡ଼ ଚାକିରିର ଅଫର୍‌? ସେ ଯାହା ବି ହେଉ ପାଣ୍ଡିଆନଙ୍କୁ ନେଇ ଏମିତି ଖବର କାହିଁକି ସାମ୍ନାକୁ ଆସିଛି ଆଉ କିଏ ଏ ଖବରକୁ ଅଧିକ ରଙ୍ଗ ଦେଉଛି ଆସନ୍ତୁ ଜାଣିବା…

Pandian leaving Naveen Niwas: ଓଡ଼ିଶା ରାଜନୀତିର ଚର୍ଚ୍ଚିତ ଚେହେରା ଭିକେ ପାଣ୍ଡିଆନ ଏବେ ପୁଣି ଚର୍ଚ୍ଚାରେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ପାଣ୍ଡିଆନ ଖୁବଶୀଘ୍ର ନବୀନ ନିବାସ ଛାଡିବାକୁ ଯାଉଛନ୍ତି! ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚହଳ ପଡିଛି।

Pandian leaving Odisha: ଖୁବଶୀଘ୍ର ନବୀନ ନିବାସ ଛାଡିବେ ଓଡ଼ିଶା ରାଜନୀତିର ଚର୍ଚ୍ଚିତ ଚେହେରା ପାଣ୍ଡିଆନ! କୁହାଯାଉଛି ଯେ ପାଣ୍ଡିଆନଙ୍କୁ ଏକ ଅନ୍ତର୍ଜାତୀୟ ସଂସ୍ଥାରୁ ଅଫର୍‌ ମିଳିଛି। ଓଡ଼ିଶା କ୍ୟାଡରର ଆଇଏଏସ ଅଧିକାରୀ ପାଣ୍ଡିଆନ ୨୦୧୧ ମସିହାରେ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ ସିଏମଓରେ ଯୋଗ ଦେଇଥିଲେ। ୨୦୧୪ ଏବଂ ୨୦୧୯ରେ ରାଜ୍ୟରେ ବିଜେଡିର ର୍ନିବିବାଦ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କ୍ଷମତା ବଜାୟ ରଖିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହା ପରେ, ସେ IAS ରୁ ସ୍ବେଚ୍ଛାକୃତ ଅବସର ନେଇ ବିଜେଡିରେ ଯୋଗ ଦେଇଥିଲେ ଏବଂ ୨୦୨୪ ନିର୍ବାଚନରେ ଦଳର ନେତୃତ୍ୱ ନେଇଥିଲେ। କିନ୍ତୁ ସେହି ନିର୍ବାଚନରେ ୨୪ବର୍ଷର ଶାସନାଧୀନ ଦଳ ଭାଜପା ଠାରୁ ପରାଜିତ ହୋଇ ଗାଦିଚ୍ୟୁତ ହୋଇଥିଲା।

ପରାଜୟ ପରେ, ପାଣ୍ଡିଆନ ରାଜନୀତିରୁ ସନ୍ୟାସ ନେଇଥିବା ଘୋଷଣା କରିଥିଲେ। ସେ ଏକ ନିର୍ବାଚନୀ ସଭାରେ କହିଥିଲେ ଯେ ଯଦି ବିଜେଡି ନିର୍ବାଚନରେ ହାରିଯାଏ, ତେବେ ସେ ରାଜନୀତି ଛାଡିଦେବେ। ଜୁନ ୨୦୨୪ରେ ଦଳର ପରାଜୟ ପରଠାରୁ ସେ କେବେବି ବିଜେଡି ରାଜ୍ୟ ମୁଖ୍ୟାଳୟ ଶଙ୍ଖ ଭବନ ପରିଦର୍ଶନ କରିନାହାଁନ୍ତି। କିନ୍ତୁ ସେ ନବୀନ ନିବାସରେ ଉପସ୍ଥିତ ରହିବା ଏବଂ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ବିଜେଡି ଦଳର କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଚର୍ଚ୍ଚା ହେଉଥିଲା।

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ ଦୁଇ ଦିନ ଧରି, ପାଣ୍ଡିଆନ ଦଳୀୟ ବିଧାୟକ ଏବଂ ବରିଷ୍ଠ ନେତାମାନଙ୍କୁ ଭେଟି ତାଙ୍କ ମନକଥା ପ୍ରକାଶ କରୁଛନ୍ତି। ପାଣ୍ଡିଆନ ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ସେ ବିଜେଡି ରାଜନୀତିରେ ଯୋଗଦେବେ ନାହ। ତଥାପି, ସେ ତାଙ୍କର ଈଶ୍ୱର ତୁଲ୍ୟ ମାଲିକ ନବୀନ ପଟ୍ଟନାୟକଙ୍କୁ ଅଣଦେଖା କରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri