ଅନ୍‌ଲକ୍‌ ହେବ କି ଓଡ଼ିଶା!

ଭୁବନେଶ୍ୱର,୧୪ା୭(ବ୍ୟୁରୋ): ଲକ୍‌ଡାଉନ ଖୋଲିଲେ ସାରା ରାଜ୍ୟରେ ଗଡ଼ିବ ବସ୍‌। ଆଉ ଦିନକ ପରେ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ର ଦିତୀୟ ପର୍ଯ୍ୟାୟ ଶେଷ ହେବ। ତେବେ ବସ୍‌ ପରିବହନକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ବର୍ତ୍ତମାନ ସରକାରଙ୍କ ‘ଏ’ କାଟାଗୋରୀରେ ଥିବା ୨୦ ଜିଲା ପ୍ରାୟତଃ ବସ୍‌ ଚାଲୁଛି। ତେବେ ୧୬ ତାରିଖ ପରେ ଲକ୍‌ଡାଉନ କୋହଳ ହେଲେ ବାକି ୧୦ ଜିଲାରେ ମଧ୍ୟ ବସ୍‌ ଚଳାଚଳ ହେବ କି ନ ହେବ ସେନେଇ ଆଲୋଚନା ଚାଲିଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।
ସେହିପରି ‘ବି’ କାଟାଗୋରୀରେ ଆସୁଥିବା କଟକ, ଖୋର୍ଦ୍ଧା ଏବଂ ପୁରୀର ସ୍ଥିତି ଏବେ ଚିନ୍ତାଜନକ ରହିଛି। ବିଶେଷକରି ଟୁଇନ୍‌ ସିଟିରେ ପଜିଟିଭଙ୍କ ସଂଖ୍ୟା କମୁନି। ତେଣୁ ଅନ୍‌ଲକ୍‌ ହେବ କି ନ ହେବ ଦିନକ ପରେ ସ୍ପଷ୍ଟ ହେବ।