Posted inଜାତୀୟ

ରାଜ୍ୟସଭା ଏମ୍‌ପି ଅବା ରାଜ୍ୟପାଳ ହେବିନି: ପୂର୍ବତନ ସିଜେଆଇ…

ନୂଆଦିଲ୍ଲୀ,୧୩।୧୧ : ଭାରତର ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ ଏକ ସାକ୍ଷାତକାରରେ କହିଛନ୍ତି ଯେ ଅବସର ପରେ ସରକାରୀ ନିଯୁକ୍ତିକୁ ସେ ବିରୋଧ କରନ୍ତି ନାହିଁ। କିନ୍ତୁ ରାଜ୍ୟସଭା ଏମ୍‌ପି କିମ୍ବା ରାଜ୍ୟପାଳ ହେବା ପ୍ରସ୍ତାବକୁ ସେ ନିଜେ ଗ୍ରହଣ କରିବେ ନାହିଁ। ସେ କହିଛନ୍ତି ଯେ ମୁଁ ଏହି ପଦବୀଗୁଡିକୁ ଛୋଟ ଭାବରେ ଦେଖୁ ନାହିଁ କିନ୍ତୁ ପ୍ରଧାନ ବିଚାରପତି ପଦରୁ ଅବସର ନେଉଥିବା ବ୍ୟକ୍ତିଙ୍କ ପାଇଁ ଏହା ଉପଯୁକ୍ତ ନୁହେଁ।

ରାଜ୍ୟସଭାର ସଦସ୍ୟ କିମ୍ବା ରାଜ୍ୟପାଳ ହେବା ଅବସରପ୍ରାପ୍ତ ପ୍ରଧାନ ବିଚାରପତିଙ୍କ ପାଇଁ ଉଚିତ ନୁହେଁ।
ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କ ପରି ବିଚାରପତି ଅବସର ପରେ ସରକାରୀ ପଦବୀ ଗ୍ରହଣ କରିଛନ୍ତି ପ୍ରଶ୍ନର ଉତ୍ତରରେ ଉଦୟ ଉମେଶ ଲଲିତ ଏପରି କହିଛନ୍ତି। ଉଦୟ ଉମେଶ ଲଲିତ କହିଛନ୍ତି, ଏହା ମୋର ବ୍ୟକ୍ତିଗତ ଦୃଷ୍ଟିକୋଣ। ମୁଁ ଏହା କହୁ ନାହିଁ ଯେ ସେମାନେ ଭୁଲ କରିଛନ୍ତି। ଜଷ୍ଟିସ ଲଲିତ ଜାତୀୟ ମାନବ ଅଧିକାର ଆୟୋଗର ମୁଖ୍ୟ ଲୋକପାଳ ଏବଂ ଆଇନ ଆୟୋଗର ମୁଖ୍ୟ ଭାବେ ନିଯୁକ୍ତି ନେଇ କୌଣସି ଆପତ୍ତି ନ ଥିବା କହିଛନ୍ତି।

ଉଦୟ ଉମେଶ ଲଲିତ ତାଙ୍କ ମତକୁ ଆହୁରି ସ୍ପଷ୍ଟ କରି କହିଛନ୍ତି, ରାଜ୍ୟସଭା ସମ୍ପୂର୍ଣ୍ଣ ଭିନ୍ନ କଥା। ମୁଁ କହିବାକୁ ଚାହୁଁଛି ଯେ ଏନଏଚଆରସିର ଚେୟାରମ୍ୟାନଙ୍କ ପରି ପୋଷ୍ଟଗୁଡିକ ଆଇନ ଅନୁଯାୟୀ ସୁପ୍ରିମକୋର୍ଟର ବିଚାରପତି, ପୂର୍ବତନ ପ୍ରଧାନ ବିଚାରପତିଙ୍କ ନିଯୁକ୍ତ ହେବାର ଅଧିକାର ରହିଛି। ସଂସଦ ଦ୍ୱାରା ଏହା ପାରିତ ହୋଇଛି ଯେ, ସୁପ୍ରିମକୋର୍ଟର ବିଚାରପତି, ପୂର୍ବତନ ପ୍ରଧାନ ବିଚାରପତି ଏହି ପଦବୀରେ ରହିପାରିବେ। ଆମେ ସଂସଦ ଅନୁଯାୟୀ ପରିଚାଳିତ ହେଉଛୁ।

ପୂର୍ବତନ ପ୍ରଧାନ ବିଚାରପତି କହିଛନ୍ତି ଯେ ସେ ଶିକ୍ଷାନୁଷ୍ଠାନରେ ଆଇନ ଶିକ୍ଷା ଦେବାକୁ ଚାହୁଁଛନ୍ତି। ନ୍ୟାଶନାଲ ଜୁଡିସିଆଲ ଏକାଡେମୀରେ କିମ୍ବା କିଛି ଆଇନ ବିଦ୍ୟାଳୟରେ ଅତିଥି ପ୍ରଫେସର ଭାବରେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri