Posted inଖେଳ

ଭାରତ-ପାକିସ୍ତାନ ଟିମ୍‌ ଏସିଆ କପ୍‌ରେ ହେବେ କି ମୁହାଁମୁହିଁ? BCCI କଲା ବଡ଼ ଖୁଲାସା

ନୁଆଦିଲ୍ଲୀ,୧୯।୫: ଭାରତ ଏବଂ ପାକିସ୍ତାନ ସୀମାରେ ବଢ଼ୁଥିବା ଉତ୍ତେଜନା ଯୋଗୁ ଏସିଆ କପ ୨୦୨୫ ଚର୍ଚ୍ଚାରେ ଅଛି। ICC ଇଭେଣ୍ଟ ପରେ ଏହା ଏକମାତ୍ର ଟୁର୍ନାମେଣ୍ଟ ଯେଉଁଠାରେ ଭାରତ ଏବଂ ପାକିସ୍ତାନ ଦଳ ପରସ୍ପରକୁ ମୁହାଁମୁହିଁ ହୁଅନ୍ତି। କିନ୍ତୁ କିଛି ରିପୋର୍ଟରେ ଦାବି କରାଯାଇଛି ଯେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଏସିଆ କପ ୨୦୨୫ରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ଏବେ ଏହି ଖବର ଉପରେ ବିସିସିଆଇ ପକ୍ଷରୁ ଏକ ବଡ଼ ଅପଡେଟ ଆସିଛି।
ବିସିସିଆଇ ଏସିଆ କପ ୨୦୨୫ ସମ୍ପର୍କିତ ଖବରକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିଛି। ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି, ବର୍ତ୍ତମାନ ଏସୀୟ କ୍ରିକେଟ ପରିଷଦ ଟୁର୍ଣ୍ଣାମେଣ୍ଟ ଉପରେ କୌଣସି ଆଲୋଚନା ହୋଇନାହିଁ। ସଚିବ ଦେବଜିତ କହିଛନ୍ତି, ’ଆଜି ସକାଳ ଠାରୁ, ବିସିସିଆଇର ଏସିସି ଇଭେଣ୍ଟ, ଏସିଆ କପ ଏବଂ ମହିଳା ଉଦୀୟମାନ ଦଳ ଏସିଆ କପ ଉଭୟରେ ଅଂଶଗ୍ରହଣ ନ କରିବା ନିଷ୍ପତ୍ତି ସମ୍ପର୍କରେ କିଛି ଖବର ଆମ ନଜରକୁ ଆସିଛି। ଏପରି ଖବରରେ କୌଣସି ସତ୍ୟତା ନାହିଁ। କାରଣ ଏପର୍ଯ୍ୟନ୍ତ BCCI ACCର ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିନାହିଁ କିମ୍ବା ଏପରି କୌଣସି ପଦକ୍ଷେପ ନେଇନାହିଁ, ACCକୁ କିଛି ଲେଖିବା ତ ଦୂରର କଥା।

ସଚିବ ଦେବଜିତ ଆହୁରି କହିଛନ୍ତି, ବର୍ତ୍ତମାନ ଆମର ମୁଖ୍ୟ ଧ୍ୟାନ ଚଳିତ ଆଇପିଏଲ ଏବଂ ତା’ପରେ ଇଂଲଣ୍ଡ ସିରିଜ ଉପରେ, ଯେଉଁଥିରେ ପୁରୁଷ ଏବଂ ମହିଳା ଉଭୟ ସାମିଲ ଅଛନ୍ତି। ଏସିଆ କପ ବିଷୟ କିମ୍ବା ଅନ୍ୟ କୌଣସି ACC ଇଭେଣ୍ଟ ପ୍ରସଙ୍ଗ କୌଣସି ସ୍ତରରେ ଆଲୋଚନା ପାଇଁ ଆସିନାହିଁ, ତେଣୁ ଏ ସମ୍ପର୍କରେ ଯେକୌଣସି ଖବର କିମ୍ବା ରିପୋର୍ଟ ସମ୍ପୂର୍ଣ୍ଣ କାଳ୍ପନିକ।

ସୂଚନାଯୋଗ୍ୟ,ଏସିଆ କପ 2025 ସେପ୍ଟେମ୍ବରରେ ଖେଳାଯିବ। ଏଥର ଟୁର୍ନାମେଣ୍ଟର ଆୟୋଜନ ଭାରତ ପାଖରେ ରହିଛି। ଗତଥର, ଏହି ଟୁର୍ନାମେଣ୍ଟ ପାକିସ୍ତାନ ଆୟୋଜକ ଭାବରେ ଖେଳାଯାଇଥିଲା। କିନ୍ତୁ ଟିମ ଇଣ୍ଡିଆ ପାକିସ୍ତାନ ଗସ୍ତ କରି ନ ଥିଲା ଏବଂ ତାର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳିଥିଲା। ଏପରିକି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଟିମ ଇଣ୍ଡିଆ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri