Posted inଖେଳ

ଭାରତ-ପାକିସ୍ତାନ ଟିମ୍‌ ଏସିଆ କପ୍‌ରେ ହେବେ କି ମୁହାଁମୁହିଁ? BCCI କଲା ବଡ଼ ଖୁଲାସା

ନୁଆଦିଲ୍ଲୀ,୧୯।୫: ଭାରତ ଏବଂ ପାକିସ୍ତାନ ସୀମାରେ ବଢ଼ୁଥିବା ଉତ୍ତେଜନା ଯୋଗୁ ଏସିଆ କପ ୨୦୨୫ ଚର୍ଚ୍ଚାରେ ଅଛି। ICC ଇଭେଣ୍ଟ ପରେ ଏହା ଏକମାତ୍ର ଟୁର୍ନାମେଣ୍ଟ ଯେଉଁଠାରେ ଭାରତ ଏବଂ ପାକିସ୍ତାନ ଦଳ ପରସ୍ପରକୁ ମୁହାଁମୁହିଁ ହୁଅନ୍ତି। କିନ୍ତୁ କିଛି ରିପୋର୍ଟରେ ଦାବି କରାଯାଇଛି ଯେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଏସିଆ କପ ୨୦୨୫ରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ଏବେ ଏହି ଖବର ଉପରେ ବିସିସିଆଇ ପକ୍ଷରୁ ଏକ ବଡ଼ ଅପଡେଟ ଆସିଛି।
ବିସିସିଆଇ ଏସିଆ କପ ୨୦୨୫ ସମ୍ପର୍କିତ ଖବରକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିଛି। ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି, ବର୍ତ୍ତମାନ ଏସୀୟ କ୍ରିକେଟ ପରିଷଦ ଟୁର୍ଣ୍ଣାମେଣ୍ଟ ଉପରେ କୌଣସି ଆଲୋଚନା ହୋଇନାହିଁ। ସଚିବ ଦେବଜିତ କହିଛନ୍ତି, ’ଆଜି ସକାଳ ଠାରୁ, ବିସିସିଆଇର ଏସିସି ଇଭେଣ୍ଟ, ଏସିଆ କପ ଏବଂ ମହିଳା ଉଦୀୟମାନ ଦଳ ଏସିଆ କପ ଉଭୟରେ ଅଂଶଗ୍ରହଣ ନ କରିବା ନିଷ୍ପତ୍ତି ସମ୍ପର୍କରେ କିଛି ଖବର ଆମ ନଜରକୁ ଆସିଛି। ଏପରି ଖବରରେ କୌଣସି ସତ୍ୟତା ନାହିଁ। କାରଣ ଏପର୍ଯ୍ୟନ୍ତ BCCI ACCର ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିନାହିଁ କିମ୍ବା ଏପରି କୌଣସି ପଦକ୍ଷେପ ନେଇନାହିଁ, ACCକୁ କିଛି ଲେଖିବା ତ ଦୂରର କଥା।

ସଚିବ ଦେବଜିତ ଆହୁରି କହିଛନ୍ତି, ବର୍ତ୍ତମାନ ଆମର ମୁଖ୍ୟ ଧ୍ୟାନ ଚଳିତ ଆଇପିଏଲ ଏବଂ ତା’ପରେ ଇଂଲଣ୍ଡ ସିରିଜ ଉପରେ, ଯେଉଁଥିରେ ପୁରୁଷ ଏବଂ ମହିଳା ଉଭୟ ସାମିଲ ଅଛନ୍ତି। ଏସିଆ କପ ବିଷୟ କିମ୍ବା ଅନ୍ୟ କୌଣସି ACC ଇଭେଣ୍ଟ ପ୍ରସଙ୍ଗ କୌଣସି ସ୍ତରରେ ଆଲୋଚନା ପାଇଁ ଆସିନାହିଁ, ତେଣୁ ଏ ସମ୍ପର୍କରେ ଯେକୌଣସି ଖବର କିମ୍ବା ରିପୋର୍ଟ ସମ୍ପୂର୍ଣ୍ଣ କାଳ୍ପନିକ।

ସୂଚନାଯୋଗ୍ୟ,ଏସିଆ କପ 2025 ସେପ୍ଟେମ୍ବରରେ ଖେଳାଯିବ। ଏଥର ଟୁର୍ନାମେଣ୍ଟର ଆୟୋଜନ ଭାରତ ପାଖରେ ରହିଛି। ଗତଥର, ଏହି ଟୁର୍ନାମେଣ୍ଟ ପାକିସ୍ତାନ ଆୟୋଜକ ଭାବରେ ଖେଳାଯାଇଥିଲା। କିନ୍ତୁ ଟିମ ଇଣ୍ଡିଆ ପାକିସ୍ତାନ ଗସ୍ତ କରି ନ ଥିଲା ଏବଂ ତାର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳିଥିଲା। ଏପରିକି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଟିମ ଇଣ୍ଡିଆ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri