Posted inଜାତୀୟ

ଶାହାଙ୍କ କ୍ଷମା ପ୍ରାର୍ଥନା ଖାରଜ: ସୁପ୍ରିମକୋର୍ଟ କହିଲେ, ଏସବୁ କୁମ୍ଭୀର କାନ୍ଦଣା

ନୂଆଦିଲ୍ଲୀ,୧୯।୫: କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ଉପରେ ବିବାଦୀୟ ବୟାନ ଦେଇଥିବା ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହାଙ୍କ କ୍ଷମା ପ୍ରାର୍ଥନାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଶାହାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏକ SIT ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି,୩ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ଏହି ଏସଆଇଟି ମେ ୨୮ରେ ପ୍ରଥମ ଷ୍ଟାଟସ ରିପୋର୍ଟ ଦେବା ଉଚିତ। ଶୁଣାଣି ସମୟରେ, ବିଚାରପତିମାନେ ବିଜୟ ଶାହଙ୍କୁ କଡ଼ା ଭର୍ତ୍ସନା କରିଥିଲେ।

ଅପରେଶନ ସିନ୍ଦୂର ସମୟରେ ସେନା ମୁଖପାତ୍ର ଭୂମିକା ଗ୍ରହଣ କରିଥିବା କର୍ଣ୍ଣେଲ ସୋଫିଆଙ୍କ ଉପରେ ବିଜୟ ଶାହଙ୍କ ବିବାଦୀୟ ବୟାନର ସ୍ବତଃସ୍ପୃତ ବିଚାର ମଧ୍ୟ ପ୍ରଦେଶ ହାଇକୋର୍ଟ କରିଥିଲା। ହାଇକୋର୍ଟ ମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶରୁ ରହିତାଦେଶ ପାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଶାହଙ୍କ ପକ୍ଷରୁ ବରିଷ୍ଠ ଓକିଲ ମନିନ୍ଦର ସିଂହ ହାଜର ହୋଇଥିଲେ। ସେ ବିଚାରପତିମାନଙ୍କୁ କହିଥିଲେ, ବିଜୟ ଶାହ ଏହି ବକ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଏନ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ଏଥିରେ ସନ୍ତୁଷ୍ଟ ହୋଇନଥିଲେ। ଖଣ୍ଡପୀଠ କହିଛନ୍ତି, ଅନେକ ଲୋକ ଆଇନରୁ ରକ୍ଷା ପାଇବା ପାଇଁ କ୍ଷମା ପ୍ରାର୍ଥନା କରନ୍ତି କିମ୍ବା କୁମ୍ଭୀର କାନ୍ଦଣା କାନ୍ଦନ୍ତି।

ବିଜୟ ଶାହଙ୍କ କ୍ଷମା ପ୍ରାର୍ଥନା ଉପରେ ପ୍ରଶ୍ନ ଉଠାଇ ସୁପ୍ରିମକୋର୍ଟ କହିଛନ୍ତି, ଯଦି ସେ ଏଥିପାଇଁ ଅନୁତାପ କରିଥାନ୍ତେ ତେବେ ସେ କିନ୍ତୁ ଏବଂ ପରନ୍ତୁ ବ୍ୟବହାର କରି ଦୁଃଖ ପ୍ରକାଶ କରି ନ ଥାନ୍ତେ। ଶାହା ଏବେ ବି ମନ୍ତ୍ରୀ ଥିବା କଥା ଇଙ୍ଗିତ କରି କୋର୍ଟ କହିଛନ୍ତି, ଏହା ମନେ ହେଉନାହିଁ ଯେ ସେ ତାଙ୍କ ବକ୍ତବ୍ୟ ପାଇଁ ପ୍ରକୃତରେ ଲଜ୍ଜିତ। ତାଙ୍କ ବକ୍ତବ୍ୟ ପାଇଁ ସାରା ଦେଶ କ୍ରୋଧିତ। ଏହି ବକ୍ତବ୍ୟ ପରେ ବହୁତ ସମୟ ବିତିଗଲାଣି। ଜଣେ ମନ୍ତ୍ରୀଙ୍କ ପଦବୀର ଏକ ମର୍ଯ୍ୟାଦା ଅଛି। ଜଣେ ମନ୍ତ୍ରୀଙ୍କ ଆଚରଣ ସମାଜ ପାଇଁ ଆଦର୍ଶ ହେବା ଉଚିତ।

ଏହା ପରେ କୋର୍ଟ ଏକ ସ୍ବତନ୍ତ୍ର ତଦନ୍ତ ଦଳ ଅର୍ଥାତ୍‌ SIT ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି,ଆମେ ୩ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ଏକ ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଉଛୁ। ମଧ୍ୟପ୍ରଦେଶର ଡିଜିପି ୨୦ ମେ ସକାଳ ୧୦ଟା ସୁଦ୍ଧା ଏହାକୁ ଗଠନ କରିବା ଉଚିତ। ଏସଆଇଟିର ତିନି ଜଣ ଆଇପିଏସ ଅଧିକାରୀ ମଧ୍ୟପ୍ରଦେଶ କ୍ୟାଡରର ହୋଇପାରନ୍ତି, କିନ୍ତୁ ସେମାନେ ମୂଳତଃ ମଧ୍ୟପ୍ରଦେଶର ହୋଇ ନ ଥିବେ। ତଦନ୍ତ ଦଳର ନେତୃତ୍ୱ ଜଣେ ଆଇଜି ରାଙ୍କ ଅଧିକାରୀଙ୍କ ଦ୍ୱାରା ନିଆଯିବା ଉଚିତ। ଏହି ଦଳରେ ଜଣେ ମହିଳା ଅଧିକାରୀ ମଧ୍ୟ ରହିବା ଉଚିତ।

ପୋଲିସ ଦ୍ୱାରା ପଞ୍ଜିକୃତ ଏଫଆଇଆରକୁ ଏସଆଇଟିକୁ ହସ୍ତାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ ବିଜୟ ଶାହାଙ୍କ ଗିରଫଦାରୀ ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଲଗାଇଥିଲେ। ସେ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବା ଉଚିତ। କୋର୍ଟ କହିଛନ୍ତି, ଏହା ତଦନ୍ତର ସମ୍ପୂର୍ଣ୍ଣ ତଦାରଖ କରିବ ନାହିଁ, କିନ୍ତୁ SIT ସମୟ ସମୟରେ ଏହାକୁ ସ୍ଥିତି ରିପୋର୍ଟ ପ୍ରଦାନ କରିବା ଉଚିତ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?