Posted inଜାତୀୟ

ଶାହାଙ୍କ କ୍ଷମା ପ୍ରାର୍ଥନା ଖାରଜ: ସୁପ୍ରିମକୋର୍ଟ କହିଲେ, ଏସବୁ କୁମ୍ଭୀର କାନ୍ଦଣା

ନୂଆଦିଲ୍ଲୀ,୧୯।୫: କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ଉପରେ ବିବାଦୀୟ ବୟାନ ଦେଇଥିବା ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହାଙ୍କ କ୍ଷମା ପ୍ରାର୍ଥନାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଶାହାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏକ SIT ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି,୩ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ଏହି ଏସଆଇଟି ମେ ୨୮ରେ ପ୍ରଥମ ଷ୍ଟାଟସ ରିପୋର୍ଟ ଦେବା ଉଚିତ। ଶୁଣାଣି ସମୟରେ, ବିଚାରପତିମାନେ ବିଜୟ ଶାହଙ୍କୁ କଡ଼ା ଭର୍ତ୍ସନା କରିଥିଲେ।

ଅପରେଶନ ସିନ୍ଦୂର ସମୟରେ ସେନା ମୁଖପାତ୍ର ଭୂମିକା ଗ୍ରହଣ କରିଥିବା କର୍ଣ୍ଣେଲ ସୋଫିଆଙ୍କ ଉପରେ ବିଜୟ ଶାହଙ୍କ ବିବାଦୀୟ ବୟାନର ସ୍ବତଃସ୍ପୃତ ବିଚାର ମଧ୍ୟ ପ୍ରଦେଶ ହାଇକୋର୍ଟ କରିଥିଲା। ହାଇକୋର୍ଟ ମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶରୁ ରହିତାଦେଶ ପାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଶାହଙ୍କ ପକ୍ଷରୁ ବରିଷ୍ଠ ଓକିଲ ମନିନ୍ଦର ସିଂହ ହାଜର ହୋଇଥିଲେ। ସେ ବିଚାରପତିମାନଙ୍କୁ କହିଥିଲେ, ବିଜୟ ଶାହ ଏହି ବକ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଏନ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ଏଥିରେ ସନ୍ତୁଷ୍ଟ ହୋଇନଥିଲେ। ଖଣ୍ଡପୀଠ କହିଛନ୍ତି, ଅନେକ ଲୋକ ଆଇନରୁ ରକ୍ଷା ପାଇବା ପାଇଁ କ୍ଷମା ପ୍ରାର୍ଥନା କରନ୍ତି କିମ୍ବା କୁମ୍ଭୀର କାନ୍ଦଣା କାନ୍ଦନ୍ତି।

ବିଜୟ ଶାହଙ୍କ କ୍ଷମା ପ୍ରାର୍ଥନା ଉପରେ ପ୍ରଶ୍ନ ଉଠାଇ ସୁପ୍ରିମକୋର୍ଟ କହିଛନ୍ତି, ଯଦି ସେ ଏଥିପାଇଁ ଅନୁତାପ କରିଥାନ୍ତେ ତେବେ ସେ କିନ୍ତୁ ଏବଂ ପରନ୍ତୁ ବ୍ୟବହାର କରି ଦୁଃଖ ପ୍ରକାଶ କରି ନ ଥାନ୍ତେ। ଶାହା ଏବେ ବି ମନ୍ତ୍ରୀ ଥିବା କଥା ଇଙ୍ଗିତ କରି କୋର୍ଟ କହିଛନ୍ତି, ଏହା ମନେ ହେଉନାହିଁ ଯେ ସେ ତାଙ୍କ ବକ୍ତବ୍ୟ ପାଇଁ ପ୍ରକୃତରେ ଲଜ୍ଜିତ। ତାଙ୍କ ବକ୍ତବ୍ୟ ପାଇଁ ସାରା ଦେଶ କ୍ରୋଧିତ। ଏହି ବକ୍ତବ୍ୟ ପରେ ବହୁତ ସମୟ ବିତିଗଲାଣି। ଜଣେ ମନ୍ତ୍ରୀଙ୍କ ପଦବୀର ଏକ ମର୍ଯ୍ୟାଦା ଅଛି। ଜଣେ ମନ୍ତ୍ରୀଙ୍କ ଆଚରଣ ସମାଜ ପାଇଁ ଆଦର୍ଶ ହେବା ଉଚିତ।

ଏହା ପରେ କୋର୍ଟ ଏକ ସ୍ବତନ୍ତ୍ର ତଦନ୍ତ ଦଳ ଅର୍ଥାତ୍‌ SIT ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି,ଆମେ ୩ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ଏକ ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଉଛୁ। ମଧ୍ୟପ୍ରଦେଶର ଡିଜିପି ୨୦ ମେ ସକାଳ ୧୦ଟା ସୁଦ୍ଧା ଏହାକୁ ଗଠନ କରିବା ଉଚିତ। ଏସଆଇଟିର ତିନି ଜଣ ଆଇପିଏସ ଅଧିକାରୀ ମଧ୍ୟପ୍ରଦେଶ କ୍ୟାଡରର ହୋଇପାରନ୍ତି, କିନ୍ତୁ ସେମାନେ ମୂଳତଃ ମଧ୍ୟପ୍ରଦେଶର ହୋଇ ନ ଥିବେ। ତଦନ୍ତ ଦଳର ନେତୃତ୍ୱ ଜଣେ ଆଇଜି ରାଙ୍କ ଅଧିକାରୀଙ୍କ ଦ୍ୱାରା ନିଆଯିବା ଉଚିତ। ଏହି ଦଳରେ ଜଣେ ମହିଳା ଅଧିକାରୀ ମଧ୍ୟ ରହିବା ଉଚିତ।

ପୋଲିସ ଦ୍ୱାରା ପଞ୍ଜିକୃତ ଏଫଆଇଆରକୁ ଏସଆଇଟିକୁ ହସ୍ତାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ ବିଜୟ ଶାହାଙ୍କ ଗିରଫଦାରୀ ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଲଗାଇଥିଲେ। ସେ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବା ଉଚିତ। କୋର୍ଟ କହିଛନ୍ତି, ଏହା ତଦନ୍ତର ସମ୍ପୂର୍ଣ୍ଣ ତଦାରଖ କରିବ ନାହିଁ, କିନ୍ତୁ SIT ସମୟ ସମୟରେ ଏହାକୁ ସ୍ଥିତି ରିପୋର୍ଟ ପ୍ରଦାନ କରିବା ଉଚିତ।

 


Enter your email to get our daily news in your inbox.

All Right Reserved By Dharitri.Com

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri