‘କ’ଣ ମରିବା ପରେ ଆବାସ ଦେବ’

ସାତମାଇଲ୍‌, ୨୫।୫(ଡି.ଏନ୍‌.ଏ.) ଭଙ୍ଗା ଦଦରା ଘର। କେଇ ଖଣ୍ଡ ବାଉଁଶ ଭରସାରେ ଛିଡ଼ା ହୋଇଛି। ଉପରେ ପଡ଼ିଛି ଚିରାକୋତରା ଜରିପାଲ। ଦିନରେ ସୂର୍ଯ୍ୟ, ରାତିରେ ଆତଜାତ ହେଉଛି ଜହ୍ନ। ସାମାନ୍ୟ ବର୍ଷା ହେଲେ ଘରେ ଲହଡ଼ି ଖେଳୁଛି ପାଣି। ବତୁରି ଯାଉଛି ଚୁଲି। ଦଲକାଏ ପବନ ବହିଲେ କି କଳାହାଣ୍ଡିଆ ମେଘ ଉଠାଇଲେ ଦାଉଁଦାଉଁ ହୋଇଯାଉଛି ଛାତି। ୪ ପ୍ରାଣୀଙ୍କୁ ସାହାରା ଦେଉଥିବା ଏହି ଆଶ୍ରୟ ଟିକକ ଯଦି ଚାଲିଯାଏ, ତେବେ ଭେଳା ବୁଡ଼ିଯିବ। କେଉଁଠି ରହିବେ, କେମିତି ଚଳିବେ ଏହାକୁ ନେଇ ଚିନ୍ତାରେ ଦିନ କାଟୁଛନ୍ତି ବୃଦ୍ଧା କଲ୍ୟାଣୀ ସେନାପତି। ପରିଣତ ବୟସରେ ଦିବ୍ୟାଙ୍ଗ ପୁଅ, ବୋହୂ ଏବଂ ନାତିଙ୍କ ବୋଝ ବୋହି ଚାଲିଥିବା ଏହି ସ୍ବାମୀହରା ମହିଳା ପରିବାରକୁ ବଞ୍ଚାଇ ରଖିବା ପାଇଁ ସଂଘର୍ଷ ଚଳାଇଥିବାବେଳେ ଭଙ୍ଗାଦଦରା ଘରୁ କୋହଭରା କଣ୍ଠରେ ପ୍ରଶାସନକୁ ପ୍ରଶ୍ନ ପଚାରିଛନ୍ତି ‘କ’ଣ ମରିବା ପରେ ଆବାସ ଦେବ କି’।
ଜିଲାର ପ୍ରମୁଖ ଶିଳ୍ପ କରିଡର ଓଡ଼ାପଡ଼ା ବ୍ଲକ। ଏଠାରେ ଗଢ଼ି ଉଠିଛି ବହୁ ନାମୀଦାମୀ କମ୍ପାନୀ। ଶିଳ୍ପାଞ୍ଚଳ ହୋଇଥିବାରୁ ସରକାରଙ୍କ ଫୋକ୍‌ସରେ ସବୁବେଳେ ରହି ଆସିଛି ଏହି ବ୍ଲକ। ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟର ବିକାଶ ଲାଗି ସର୍ବଦା ଉକ୍ତ ବ୍ଲକକୁ ଜିଲା ପ୍ରଶାସନ ଅଗ୍ରାଧିକାର ଦେଇ ଆସୁଥିବା କହୁଥିବାବେଳେ ମୋଟଙ୍ଗା ଥାନା ଅନ୍ତର୍ଗତ ମୃଦଙ୍ଗାପଲ୍ଲି ଗ୍ରାମର କଲ୍ୟାଣୀଙ୍କ କ୍ଷେତ୍ରରେ ପରିଲକ୍ଷିତ ହୋଇଛି ବ୍ୟତିକ୍ରମ। କିଡ୍‌ନୀ ରୋଗରେ ପଡ଼ି ୬ବର୍ଷ ତଳେ କଲ୍ୟାଣୀଙ୍କ ସ୍ବାମୀ ଆଦିକନ୍ଦ ସେନାପତି ଚାଲିଗଲେ ପରପାରିକୁ। ଏକ ଦୁର୍ଘଟଣାରେ ପୁଅ ପ୍ରେମାନନ୍ଦ ହରାଇଛନ୍ତି ବାମହାତ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସାର୍ଟିଫିକେଟ୍‌ରେ ସେ ୭୫% ଭିନ୍ନକ୍ଷମ। ଘରେ ବୋହୂ ଏବଂ ଛୋଟ ନାତି। କଲ୍ୟାଣୀଙ୍କ ମିଳୁଥିବା ମାସିକ ୫୦୦ ଟଙ୍କା ବିଧବା ଭତ୍ତା, ପ୍ରେମାନନ୍ଦଙ୍କୁ ମିଳୁଥିବା ଦିବ୍ୟାଙ୍ଗ ଭତ୍ତା ଏବଂ ଟଙ୍କିକିଆ ଚାଉଳରେ ପରିବାର ଚଳିବା ମୁସ୍କିଲ୍‌ ହୋଇପଡୁଛି। ବୟସାଧିକ୍ୟ କାରଣରୁ କଲ୍ୟାଣୀ ଦୁର୍ବଳ ହୋଇଗଲେଣି। କାମ କରିପାରୁନାହାନ୍ତି। ଏଭଳି ସ୍ଥିତିରେ ମୁଣ୍ଡ ଉପରେ ଛାତ ନ ଥିବା ତାଙ୍କୁ ସବୁଠୁ ବେଶି ବିଚଳିତ କରୁଛି। ଆଗକୁ ବର୍ଷା ଆସୁଥିବାରୁ ପରିବାରକୁ ନେଇ କେଉଁଠାରେ ରହିବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସେ। ସମସ୍ୟା ସମ୍ପର୍କରେ କଲ୍ୟାଣୀ କହିଛନ୍ତି, ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବାକୁ ସେ ସବୁକ୍ଷେତ୍ରରେ ଯୋଗ୍ୟ। ପ୍ରଶାସନର ବାରମ୍ବାର ଦ୍ୱାରସ୍ଥ ହୋଇ ଏଥିଲାଗି ଗୁହାରି କରିଥିଲେ ମଧ୍ୟ ତାଙ୍କ ଉପରେ କାହାରି ସୁଦୃଷ୍ଟି ପଡୁନି। ସରକାର ଗରିବ ଲୋକଙ୍କ ପାଇଁ ଏତେ ଯୋଜନା କରିଛନ୍ତି। ହେଲେ ଆମ ପାଇଁ କିଏ ନାହିଁ ବୋଲି କ୍ଷୋଭର ସହ କହିଛନ୍ତି କଲ୍ୟାଣୀ।
ଏ ନେଇ ବିଡିଓ ଦାଶରଥି ଜେନା କୁହନ୍ତି, ହୁଏତ ଅଭିଯୋଗକାରିଣୀ ମହିଳା କଲ୍ୟାଣୀ ସେନାପତି ଠିକ୍‌ ସମୟରେ ଆବାସ ଯୋଜନାରେ ସାମିଲ ହେବା ପାଇଁ ଦରଖାସ୍ତ କରି ନ ଥିବେ। ତେଣୁ ତାଙ୍କୁ କାର୍ଯ୍ୟାଦେଶ ମିଳିପାରିନାହିଁ। ଦେଖିବା ଖଣ୍ଡେ ପାଲ ବ୍ୟବସ୍ଥା କରିଦେବା। ଅସହାୟା କଲ୍ୟାଣୀଙ୍କ ପରିବାର ପାଇଁ ବ୍ଲକ ପ୍ରଶାସନ ମୁଖ୍ୟଙ୍କ ଏଭଳି ମନ୍ତବ୍ୟ ଆବାସ ଯୋଜନାର ଠିକ୍‌ କାର୍ଯ୍ୟକାରିତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ଦିଗରେ ଜିଲାପାଳ ଦୃଷ୍ଟି ଦେବାକୁ ଅଞ୍ଚଳର ବୁଦ୍ଧିଜୀବୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ କରିବାରୁ ଚିହିଁକି ଉଠିଲେ ନେତା: କହିଲେ କେହି ବଙ୍କା କରିପାରିବେ…

ଭୁବନେଶ୍ୱର,୧୯।୧୨: ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ ପଚାରିବାରୁ ଚିହିଁକି ଉଠିଲେ ରାଜେନ୍ଦ୍ର। ସାମ୍ବାଦିକଙ୍କ ପ୍ରଶ୍ନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଚିହିଁକି ଉଠିଛନ୍ତି। ଖରାପ...

୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…

କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

ଆର୍‌ଟିଓ ଅଫିସ ନିକଟରେ ବ୍ରେକ୍‌ ଫେଲ୍‌ ହେଲା ମିନି ଟ୍ରକ୍‌, ୨ କାର୍‌ ସହ ୧୦ରୁ ଊର୍ଦ୍ଧ୍ୱ ବାଇକ୍‌ ନଷ୍ଟ

କୋରାପୁଟ,୧୯ା୧୨(ଅମିତାଭ ବେହେରା): କୋରାପୁଟ ଆରଟିଓ କାର୍ଯ୍ୟାଳୟ ନିକଟରେ ଏକ ମିନି ଟ୍ରକ୍‌ ବ୍ରେକ୍‌ ଫେଲ ହୋଇ ଘଟିଛି ସିରିଜ୍‌ ଦୁର୍ଘଟଣା। ୨ କାର୍‌ ସହ ୧୦...

ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ରେ ବଢୁଛି ଭିଡ଼, ଜୈବିକ ହଳଦୀ-କଫିଚାଷକୁ ପ୍ରଶଂସା କରି ପର୍ଯ୍ୟଟକ କହିଲେ…

ଦାରିଙ୍ଗବାଡ଼ି,୧୯ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ ସମେତ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଶନିବାରଠାରୁ ଆସନ୍ତା ନୂତନ ବର୍ଷର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri