Posted inଜାତୀୟ

ଆଧାର ପାଇଥିବା ବିଦେଶୀଙ୍କୁ ଭୋଟ ଅନୁମତି ମିଳିବ କି, ସୁପ୍ରିମକୋର୍ଟ କହିଲେ…

ନୂଆଦିଲ୍ଲୀ,୨୮ା୧୧: ଆଧାରକୁ ନାଗରିକତ୍ୱର ନିର୍ବିବାଦ ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ। ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପାଇଁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ବିରୋଧକରି ଦାଏର ଅନେକ ପିଟିଶନ ଉପରେ ଚୂଡ଼ାନ୍ତ ଶୁଣାଣି ଅବସରରେ ସୁପ୍ରିମକୋର୍ଟ ଏହା କହିଛନ୍ତି। ଭୋଟର ପଞ୍ଜୀକରଣ ପାଇଁ ବ୍ୟବହୃତ ଫର୍ମ-୬ରେ ଉଲ୍ଲେଖ ବିବରଣୀର ବାସ୍ତବତା ପରଖିବାର ଅନ୍ତର୍ନିହିତ ଶକ୍ତି ନିର୍ବାଚନ କମିଶନଙ୍କ ପାଖରେ ରହିଥିବା ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀଙ୍କ ଖଣ୍ଡପୀଠ ଦୃଢ଼ୋକ୍ତି କରିଛନ୍ତି। ଖଣ୍ଡପୀଠ ଆଧାରର ସୀମିତ ଉଦ୍ଦେଶ୍ୟ ସମ୍ପର୍କରେ ପୁନର୍ବାର ଦୋହରାଇ କହିଛନ୍ତି, ବିଭିନ୍ନ ସୁବିଧା ଉପଲବ୍ଧ କରିବା ପାଇଁ ଆଧାର ଆଇନ ପ୍ରଣୟନ କରାଯାଇଛି। ରାଶନ ପାଇବା ପାଇଁ ଜଣେ ବ୍ୟକ୍ତିଙ୍କୁ ଆଧାର ମଞ୍ଜୁର କରାଯାଇଛି। ତେବେ ତାଙ୍କୁ ଜଣେ ଭୋଟର କରାଯିବ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ଉଦାହରଣ ସ୍ବରୂପ ପଡ଼ୋଶୀ ଦେଶର ଜଣେ ବ୍ୟକ୍ତି ଭାରତରେ ଶ୍ରମିକ ଭାବେ କାମ କରୁଛନ୍ତି। ତାଙ୍କୁ ଭୋଟ ପାଇଁ ଅନୁମତି ମିଳିବ କି ବୋଲି ସିଜେଆଇ ପ୍ରଶ୍ନ କରିଛନ୍ତି। ନିର୍ବାଚନ କମିଶନ ଏକ ଡାକଘର ଭଳି କାର୍ଯ୍ୟ କରି ଦାଖଲ ହୋଇଥିବା ପ୍ର୍ରତ୍ୟେକ ଫର୍ମ-୬କୁ ସ୍ବତଃ ଗ୍ରହଣ କରିନେବା ଲାଗି ଦିଆଯାଇଥିବା ପ୍ରସ୍ତାବକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।
କେତେଜଣ ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଉପସ୍ଥିତ ରହି କହିଥିଲେ, ସାଧାରଣ ଭୋଟରଙ୍କ ଉପରେ ଏସ୍‌ଆଇଆର୍‌ ପ୍ରକ୍ରିୟା ଏକ ଅସାମ୍ବିଧାନିକ ବୋଝ ଭାବେ ଲଦିଦିଆଯାଉଛି। ସେମାନଙ୍କ ମଧ୍ୟରୁ ଅନେକଙ୍କୁ କାଗଜପତ୍ର କାମ ପାଇଁ ଧନ୍ଦିହେବାକୁ ପଡ଼ୁଛି ଓ ଭୋଟର ତାଲିକାରୁ ନାଁ କଟିଯିବା ଆଶଙ୍କା ରହୁଛି। ଏଭଳି ପଦକ୍ଷେପ ଗଣତନ୍ତ୍ରକୁ ପ୍ରଭାବିତ କରୁଥିବା ସିବଲ କହିଥିଲେ। ଏସ୍‌ଆଇଆର୍‌ ପ୍ରକ୍ରିୟା ପାଇଁ ନିର୍ବାଚନ କମିଶନଙ୍କ କ୍ଷମତା ଉପରେ ଟିପ୍ପଣୀ ଦେଇ ପୂର୍ବରୁ ଏଭଳି ସଂଶୋଧନ ହୋଇ ନ ଥିଲା କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଭୋଟର ତାଲିକାରୁ କୌଣସି ନାଁ କଟାଗଲେ, ତାହା ପୂର୍ବରୁ ଉପଯୁକ୍ତ ନୋଟିସ କରାଯିବ ବୋଲି ଖଣ୍ଡପୀଠ କହିଥିଲେ। ତାମିଲନାଡୁ, କେରଳ ଓ ପଶ୍ଚିମବଙ୍ଗରେ ଏସ୍‌ଆଇଆର୍‌କୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକର ଶୁଣାଣି ପାଇଁ ସୁପ୍ରିମକୋର୍ଟ ସମୟ ନିର୍ଘଣ୍ଟ ଧାର୍ଯ୍ୟ କରିଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

NCPର ବଡ଼ ଦାଦି, ସୁନେତ୍ରା ଉପ ମୁଖ୍ୟମନ୍ତ୍ରୀ, ପାର୍ଥ ପାଓ୍ବାରଙ୍କୁ ରାଜ୍ୟ ସଭାରେ ମିଳିବ ସିଟ୍‌!

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ମହାରାଷ୍ଟ୍ର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଜିତ ପାୱାରଙ୍କ ହଠାତ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ନେତୃତ୍ୱ ସଙ୍କଟକୁ…

ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ନେଇ ଏମିତି କହିଦେଲେ ଶରଦ ପାଓ୍ବାର: ତେଜିଲା ବିବାଦ

ପୁଣେ,୩୧।୧: ମହାରାଷ୍ଟ୍ରର ରାଜନୀତିର ଚକ ପୁଣି ଥରେ ଘୂର୍ଣ୍ଣନ ଆରମ୍ଭ କରିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବର୍ତ୍ତିତ ପରିସ୍ଥିତି ରାଜନୈତିକ କାର୍ଯ୍ୟକଳାପକୁ…

ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ: କ୍ଲାସ ନ କରି ଖଟି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧।୧: ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜରେ କ୍ଲାସ ନ କରି ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଲେଜରେ ଅବହେଳା…

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା…

ପଦ ଛାଡିବାକୁ ଧମକ ଦେଲେ ଭାରତୀୟ ହକି ଦଳର କୋଚ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩୧।୧: ଭାରତୀୟ ହକି ଦଳରେ ବିଦ୍ରୋହ ଦେଖାଯାଇଛି। ଭେଟେରାନ ମିଡ୍‌ ଫିଲ୍ଡର ମନପ୍ରୀତ ସିଂଙ୍କୁ ଦଳରୁ ବିଦା କରିବାକୁ ନେଇ ଦେଖାଦେଇଛି କନ୍ଦଳ। ଭାରତୀୟ ହକି ଦଳର…

୨୦୩୨ରେ ଚନ୍ଦ୍ରକୁ ଧକ୍କାଦେବ ଗ୍ରହାଣୁ ପିଣ୍ଡ

ନୂଆଦିଲ୍ଲୀ,୩୧ା୧: ୨୦୩୨ରେ ଏକ କ୍ଷୁଦ୍ର ଗ୍ରହାଣୁ ପିଣ୍ଡ ଚନ୍ଦ୍ରକୁ ଧକ୍କା ଦେବା ନେଇ ବୈଜ୍ଞାନିକମାନେ ସତର୍କ କରାଇଛନ୍ତି। ଉକ୍ତ ଗ୍ରହାଣୁ ପିଣ୍ଡର ଓସାର ପ୍ରାୟ ୬୦ ମିଟର।…

କେନ୍ଦ୍ରର ଆର୍ଥତ୍କ ନିଅଣ୍ଟ ବଜେଟ ଆକଳନର ୫୪.୫%

ନୂଆଦିଲ୍ଲୀ,୩୧ା୧: ଡିସେମ୍ବର ଶେଷରେ କେନ୍ଦ୍ର ସରକାରଙ୍କ ଆର୍ଥତ୍କ ନିଅଣ୍ଟ ୮.୫୫ ଲକ୍ଷ କୋଟି ଟଙ୍କା ବା ୨୦୨୫-୨୬ ଆର୍ଥିକ ବର୍ଷ ବଜେଟ ଆକଳନର ୫୪.୫ ପ୍ରତିଶତ ବୋଲି…

ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ସୁନେତ୍ରା

ମୁମ୍ବାଇ ,୩୧ା୧: ଦିବଂଗତ ଏନ୍‌ସିପି(ଅଜିତ) ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସ୍ଥାନ ଗ୍ରହଣ କରିବେ ତାଙ୍କ ସ୍ତ୍ରୀ ସୁନେତ୍ରା ପାଓ୍ବାର। ଶନିବାର ସୁନେତ୍ରା ଉପମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri