Posted inଖେଳ

ଖୁବ୍‌ଶୀଘ୍ର ସର୍ଜରି ପାଇଁ ନିଷ୍ପତ୍ତି ନେବେ

ପ୍ୟାରିସ୍‌,୧୦।୮: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିବା ପରେ ନୀରଜ ଖୁବ୍‌ଶୀଘ୍ର ସର୍ଜରି ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି। ଦୀର୍ଘଦିନ ହେବ ଆହତ ଥିଲେ ମଧ୍ୟ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ସେ ସର୍ଜରିକୁ ବିଳମ୍ବିତ କରାଇ ଚାଲିଥିଲେ। ତେବେ ବର୍ତ୍ତମାନ ସର୍ଜରି ଉପରେ ଚିନ୍ତା କରିବାକୁ ସମୟ ଆସିଯାଇଛି ବୋଲି କହିଛନ୍ତି ନୀରଜ।

ଗୁରୁବାର ନୀରଜ ୮୯.୪୫ ମିଟରର ଥ୍ରୋ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲେ। ପାକିସ୍ତାନରୁ ଅର୍ଶଦ ନଦୀମ୍‌ ୯୨.୯୭ ମିଟରର ଥ୍ରୋ ସହିତ ପ୍ରଥମ ସ୍ଥାନରେ ରହିଥିଲେ। ଏହା ସହିତ ଭାରତର ପ୍ରଥମ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥ୍‌ଲେଟ ଭାବରେ ସେ ଦୁଇଟି ଅଲିମ୍ପିକ୍ସ ପଦକ ଜିତିଥିଲେ। ଥ୍ରୋ ସମୟରେ ଆଉ ଥରେ ଆହତ ନ ହେବା ପ୍ରଥମ ଲକ୍ଷ୍ୟ ରହିଥିବା ନୀରଜ କହିଛନ୍ତି। ପ୍ରତି ଥ୍ରୋ ସମୟରେ ୬୦ରୁ ୭୦ ପ୍ରତିଶତ ଧ୍ୟାନ ରନିଙ୍ଗ ଉପରେ ରହିଥିଲା, ଫଳରେ ସେ ସାମାନ୍ୟ ସ୍ଲୋ ହୋଇଯାଇଥିବା କହିଛନ୍ତି ନୀରଜ।

ତେବେ ଅଲିମ୍ପିକ୍ସ ପୂର୍ବରୁ ନୀରଜ ନାଗିଙ୍ଗ ଆଡକ୍ଟର ନିଗିଲ(ଜଂଘର ମାଂସପେଶୀରେ ସମସ୍ୟା)ରେ ପୀଡ଼ିତ ଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ ପୂର୍ବରୁ ଡାକ୍ତର ତାଙ୍କୁ ସର୍ଜରି ପାଇଁ ପରାମର୍ଶ ଦେଇଥିଲେ। ତେବେ ଅଲିମ୍ପିକ୍ସ ପୂର୍ବରୁ ସୁସ୍ଥ ହେବା ପାଇଁ ସମୟ ନ ଥିବା କାରଣରୁ ନୀରଜ ଏହାକୁ ଅଣଦେଖା କରି ଦେଇଥିବା କହିଛନ୍ତି। ତେବେ କ୍ୟାରିୟରକୁ ଦୀର୍ଘସ୍ଥାୟୀ କରିବା ପାଇଁ ଆହତ ସମସ୍ୟାକୁ ଅଣଦେଖା କରିବା ଅନୁଚିତ ବୋଲି ନୀରଜ କହିଛନ୍ତି। ଏହା ସହିତ ବର୍ତ୍ତମାନ ସର୍ଜରି ଓ ଟେକ୍‌ନିକ୍‌ ଉପରେ କାମ କରିବାର ସମୟ ଆସିଯାଇଛି ବୋଲି ନୀରଜ କହିଛନ୍ତି। ୨୦୧୭ରେ ପ୍ରଥମ ଥର ପାଇଁ ସେ ଫିଟ୍‌ନେସକୁ ନେଇ ଏହି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବିଗତ ୭ ବର୍ଷ ତାଙ୍କ ପାଇଁ ବେଶ କଷ୍ଟସାଧ୍ୟ ମଧ୍ୟ ରହିଥିଲା। ଯେଉଁଠି ଅନ୍ୟ ଆଥ୍‌ଲେଟ୍‌ମାନେ ଗୋଟିଏ ସେସନ୍‌ରେ ୪୦-୫୦ ଥ୍ରୋ କରିଥାନ୍ତି ସମାନ ସଂଖ୍ୟକ ଥ୍ରୋ ପାଇଁ ତାଙ୍କୁ ୨-୩ ସପ୍ତାହ ସମୟ ଲାଗିଥାଏ। ଆହତ ହେବାର ସମସ୍ୟା ରହିଥିବାରୁ ଯୋଜନାବଦ୍ଧ ଭାବରେ ଏଭଳି କରାଯାଉଥିଲା। ଜାଭେଲିନ୍‌ ଥ୍ରୋରେ ଉପର ଶରୀର ଯେତିକି ଗୁରୁତ୍ୱପୂର୍ଣ୍ଣ ସମାନ ଭାବରେ ଶରୀରର ତଳଭାଗ ସେତିକି ଗୁରୁତ୍ୱପୂର୍ଣ୍ଣ। ଜଂଘର ସମସ୍ୟା ଦୂର ହେବା ପରେ ଥ୍ରୋ ଆହୁରି ୩-୪ ମିଟର ଉନ୍ନତ ହୋଇପାରିବ ବୋଲି କହିଛନ୍ତି ନୀରଜ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚ ଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡି ରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନ: ମଇଦାନରେ ୨୩ ପ୍ରାର୍ଥୀ, ଜଣଙ୍କ ପ୍ରାର୍ଥିପତ୍ର ନାକଚ

ପୁରୁଷୋତ୍ତମପୁର, ୯/୧୦ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରସ୍ଥିତ ତାରାତାରିଣୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?