‘ଆନ୍ତର୍ଜାତିକ ବାଣିଜ୍ୟକୁ ବୃଦ୍ଧି କରିବ’

ଭୁବନେଶ୍ୱର,୨୮।୮: ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସ୍‌ଏଲ୍‌) କୁ ଆଉ ଏକ ବଡ ଉପଲବ୍ଧି ସହ ଦ୍ୱିପାକ୍ଷିକ ସୀମା ବାଣିଜ୍ୟ ପେପରଲେସ ଏବଂ ସବୁ ପକ୍ଷଙ୍କ ପାଇଁ ଏକ ସୁଗମ ଯାତ୍ରା କରିବା ଲାଗି ଜିନ୍ଦଲ ଷ୍ଟେନଲେସ ପ୍ରଥମ ଭାରତୀୟ କର୍ପୋରେଟ ହୋଇପାରିଛି। ବିଶେଷ କରି ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଫର ଟ୍ରାନସଫର୍ମିଂ ଇଣ୍ଡିଆ (ନୀତି) ଆୟୋଗ ଓ ସିଙ୍ଗାପୁର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ (ଏମଟିଆଇ) ବ୍ୟତୀତ ଜିନ୍ଦଲ ଷ୍ଟେନଲେସ,ଆଇସିଆଇସିଆଇ ବ୍ୟାଙ୍କ, ଏଣ୍ଟରପ୍ରାଇଜ ସିଙ୍ଗାପୁର, ଇନଫୋକମ ମିଡିଆ ବିକାଶ କର୍ତ୍ତୃପକ୍ଷ (ଆଇଏମଡିଏ), ଡିବିଏସ ବ୍ୟାଙ୍କ, ମ୍ୟାପଟ୍ରାସ୍କୋ, ଏପି ମୋଲେର-ମେରସକ ଆଦି ଅନ୍ତର୍ଭୁକ୍ତ ଅଛନ୍ତି। ସେହିଭଳି ସାର୍ବଜନିକସ୍ତରରେ ଏହା ହେଉଛି ପ୍ରଥମ ଲାଇଭ କାରବାର, ଏହି ପ୍ରକଳ୍ପରେ ଇବିଏଲ ବ୍ୟବହାର କରି ବ୍ଲକ ଚେନ ଦ୍ୱାରା କାର୍ଯ୍ୟକ୍ଷମ କରାଯାଇପାରିବ। ଯେଉଁଥିରେ ବ୍ୟବସାୟୀ, ସିପର ଓ ବ୍ୟାଙ୍କ ଗୁଡ଼ିକ ପ୍ରକୃତ ଉଠାଣ କାରବାରରେ ଜଡ଼ିତ ଅଛନ୍ତି, ସେମାନେ ବିଭିନ୍ନ ପ୍ଲାଟଫର୍ମ ମାଧ୍ୟମରେ ଉପକୃତ ହୋଇପାରିବେ। ଏ ସମ୍ପର୍କରେ ଜେଏସଏଲର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଟ୍ରେଡ ଟ୍ରଷ୍ଟ ଫ୍ରେମୱାର୍କ ପେପର ବିଲ ଅଫ ଲେଡିଙ୍ଗର ଅସୁବିଧାକୁ ଦୂର କରି ଆନ୍ତର୍ଜାତିକ ବାଣିଜ୍ୟକୁ ବୃଦ୍ଧି କରିବ ଏବଂ ଡିଜିଟାଲ ସ୍ଥାନାନ୍ତରଣକୁ ଅନୁମତି ଦେବ। ଫଳରେ ବିକ୍ରେତାଠାରୁ କ୍ରେତା ପର୍ଯ୍ୟନ୍ତ ସମେସ୍ତ ଉପକୃତ ହୋଇପାରିବେ। ସେହିଭଳି ଦକ୍ଷ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ପାଇଁ ଏହା ଏକ ଇକୋ ସିଷ୍ଟମ ନିର୍ମାଣରେ ସାହାଯ୍ୟ କରିବ। ବିଶେଷ କରି ଆମେ ଭାରତ ଓ ସିଙ୍ଗାପୁର ସରକାରଙ୍କ ସହ ସହଭାଗୀ ହୋଇଥିବାରୁ ଗର୍ବିତ। ସେହିପରି ପାରମ୍ପରିକ କାଗଜ ଆଧାରିତ ପ୍ରକିୟାକୁ ଡିଜିଟାଇଜେସନ କରି ଅନ୍ତର୍ଜାତୀୟ ବାଣିଜ୍ୟରେ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକର ମୁକାବିଲା କରିବାରେ ଏହା ଏକ ସମାଧାନ ରୂପେ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri