‘ଆନ୍ତର୍ଜାତିକ ବାଣିଜ୍ୟକୁ ବୃଦ୍ଧି କରିବ’

ଭୁବନେଶ୍ୱର,୨୮।୮: ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସ୍‌ଏଲ୍‌) କୁ ଆଉ ଏକ ବଡ ଉପଲବ୍ଧି ସହ ଦ୍ୱିପାକ୍ଷିକ ସୀମା ବାଣିଜ୍ୟ ପେପରଲେସ ଏବଂ ସବୁ ପକ୍ଷଙ୍କ ପାଇଁ ଏକ ସୁଗମ ଯାତ୍ରା କରିବା ଲାଗି ଜିନ୍ଦଲ ଷ୍ଟେନଲେସ ପ୍ରଥମ ଭାରତୀୟ କର୍ପୋରେଟ ହୋଇପାରିଛି। ବିଶେଷ କରି ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଫର ଟ୍ରାନସଫର୍ମିଂ ଇଣ୍ଡିଆ (ନୀତି) ଆୟୋଗ ଓ ସିଙ୍ଗାପୁର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ (ଏମଟିଆଇ) ବ୍ୟତୀତ ଜିନ୍ଦଲ ଷ୍ଟେନଲେସ,ଆଇସିଆଇସିଆଇ ବ୍ୟାଙ୍କ, ଏଣ୍ଟରପ୍ରାଇଜ ସିଙ୍ଗାପୁର, ଇନଫୋକମ ମିଡିଆ ବିକାଶ କର୍ତ୍ତୃପକ୍ଷ (ଆଇଏମଡିଏ), ଡିବିଏସ ବ୍ୟାଙ୍କ, ମ୍ୟାପଟ୍ରାସ୍କୋ, ଏପି ମୋଲେର-ମେରସକ ଆଦି ଅନ୍ତର୍ଭୁକ୍ତ ଅଛନ୍ତି। ସେହିଭଳି ସାର୍ବଜନିକସ୍ତରରେ ଏହା ହେଉଛି ପ୍ରଥମ ଲାଇଭ କାରବାର, ଏହି ପ୍ରକଳ୍ପରେ ଇବିଏଲ ବ୍ୟବହାର କରି ବ୍ଲକ ଚେନ ଦ୍ୱାରା କାର୍ଯ୍ୟକ୍ଷମ କରାଯାଇପାରିବ। ଯେଉଁଥିରେ ବ୍ୟବସାୟୀ, ସିପର ଓ ବ୍ୟାଙ୍କ ଗୁଡ଼ିକ ପ୍ରକୃତ ଉଠାଣ କାରବାରରେ ଜଡ଼ିତ ଅଛନ୍ତି, ସେମାନେ ବିଭିନ୍ନ ପ୍ଲାଟଫର୍ମ ମାଧ୍ୟମରେ ଉପକୃତ ହୋଇପାରିବେ। ଏ ସମ୍ପର୍କରେ ଜେଏସଏଲର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଟ୍ରେଡ ଟ୍ରଷ୍ଟ ଫ୍ରେମୱାର୍କ ପେପର ବିଲ ଅଫ ଲେଡିଙ୍ଗର ଅସୁବିଧାକୁ ଦୂର କରି ଆନ୍ତର୍ଜାତିକ ବାଣିଜ୍ୟକୁ ବୃଦ୍ଧି କରିବ ଏବଂ ଡିଜିଟାଲ ସ୍ଥାନାନ୍ତରଣକୁ ଅନୁମତି ଦେବ। ଫଳରେ ବିକ୍ରେତାଠାରୁ କ୍ରେତା ପର୍ଯ୍ୟନ୍ତ ସମେସ୍ତ ଉପକୃତ ହୋଇପାରିବେ। ସେହିଭଳି ଦକ୍ଷ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ପାଇଁ ଏହା ଏକ ଇକୋ ସିଷ୍ଟମ ନିର୍ମାଣରେ ସାହାଯ୍ୟ କରିବ। ବିଶେଷ କରି ଆମେ ଭାରତ ଓ ସିଙ୍ଗାପୁର ସରକାରଙ୍କ ସହ ସହଭାଗୀ ହୋଇଥିବାରୁ ଗର୍ବିତ। ସେହିପରି ପାରମ୍ପରିକ କାଗଜ ଆଧାରିତ ପ୍ରକିୟାକୁ ଡିଜିଟାଇଜେସନ କରି ଅନ୍ତର୍ଜାତୀୟ ବାଣିଜ୍ୟରେ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକର ମୁକାବିଲା କରିବାରେ ଏହା ଏକ ସମାଧାନ ରୂପେ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri