Categories: ଖେଳ

ଦିଲ୍ଲୀ ବିପକ୍ଷ ମ୍ୟାଚ ପୂର୍ବରୁ ଟିମ୍‌କୁ ଫେରିବେ ବେନ ଷ୍ଟୋକ୍ସ? ବ୍ୟାଟିଂ କୋଚ୍‌ ଦେଲେ ସୂଚନା…

ନୂଆଦିଲ୍ଲୀ,୧୦।୫: ଆଇପିଏଲ ୨୦୨୩ର ୫୫ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)ମଧ୍ୟ ଖେଳାଯିବ। ତେବେ ମ୍ୟାଚ ପୂର୍ବରୁ ସିଏସ୍‌କେର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ବିଷୟରେ ଏକ ବଡ଼ ଅପ୍‌ଡେଟ ସାମ୍ନାକୁ ଆସିଛି। କୁହାଯାଉଛି କି, ବେନ ଷ୍ଟୋକ୍ସ ଦିଲ୍ଲୀ ବିପକ୍ଷ ମ୍ୟାଚରେ ଟିମ୍‌କୁ ଫେରିପାରନ୍ତି। ବେନ ଷ୍ଟୋକ୍ସଙ୍କ ଫିଟନେସ ବିଷୟରେ ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟିଂ କୋଚ୍‌ ମାଇକେଲ ହୁସେ କହିଛନ୍ତି , ଷ୍ଟୋକ୍ସ ବର୍ତ୍ତମାନ ଫିଟ ଅଛନ୍ତି। ସେ ଆହତ ଯୋଗୁ ଆଇପିଏଲରୁ ଦୂରେଇ ରହିଥିଲେ।

ଷ୍ଟୋକ୍ସ ଏ ପର୍ଯ୍ୟନ୍ତ ଆଇପିଏଲରେ ମାତ୍ର ୨ ଟି ମ୍ୟାଚ ଖେଳିଛନ୍ତି, ଯେଉଁଥିରେ ତାଙ୍କର ପ୍ରଦର୍ଶନ ଭଲ ନ ଥିଲା। ୨ ଟି ମ୍ୟାଚରେ ମାତ୍ର ୧୫ ରନ ସଂଗ୍ରହ କରିଛନ୍ତି। ଗତ ଡିସେମ୍ବରରେ ହୋଇଥିବା ଆଇପିଏଲ ନିଲାମିରେ ୪ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ତାଙ୍କୁ ୧୬.୨୫ କୋଟି ଟଙ୍କା ବିନିମୟରେ କ୍ରୟ କରିଥିଲା।

Share